ଦେଶ

ଟ୍ରମ୍ପଙ୍କୁ ଗୁଳିମାଡ଼ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନିଜ ଉପରକୁ ଗୁଳିମାଡ଼ ପରେ ମଧ୍ୟ ପ୍ରତି ଆକ୍ରମଣ ମୁଦ୍ଦାରେ ଡୋନାଲ୍ଡ ଟ୍ରମ୍ପ | ଯେଉଁ ସମୟରେ ଆମେରିକାର ପୁର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଭା ମଝିରେ ଗୁଳିମାଡ଼ ହୋଇଥିଲା ସେତବେଳେ ଗୁଳିଟି ତାଙ୍କ କାନ ଦେଇ ଚାଲିଯାଇଥିଲା | ଯେଉଁଥିରେ ଟ୍ରମ୍ପଙ୍କ କାନ ଏବଂ ଗାଲରୁ ରକ୍ତ ବାହାରିଥିଲା | ଏହାପରେ ମଧ୍ୟ ଦମ୍ଭ ହାରିନଥିଲେ ଟ୍ରମ୍ପ | ନିଜ ହାତକୁ ମୁଠା କରି ପ୍ରତି ଆକ୍ରମଣ ମୁଦ୍ଦାରେ ଥିଲେ | ଯାହା ଟ୍ରମ୍ପଙ୍କ ସାହସ ଏବଂ ବୀରତ୍ୱକୁ ସଙ୍କେତ ଦେଉଛି |

ତେବେ ଏହି ଘଟଣାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜୋ ବାଇଡେନ, ବାରାକ ଓବାମା ଆଦି ଦୁଃଖ ପ୍ରକାଶ କରିଛନ୍ତି | ଏହାସହ ଟ୍ୱିଟ କରି ଟ୍ରମ୍ପଙ୍କ ଅଶ୍ୱାରୋଗ୍ୟ କରିବା ସହ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି |

ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, ମୋର ବନ୍ଧୁ ତଥା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇଥିବା ଆକ୍ରମଣ ମୋତେ ଗଭୀର ଭାବେ ଚିନ୍ତିତ କରିଛି। ମୁଁ ଏହି ଘଟଣାକୁ ଦୃଢ଼ ନିନ୍ଦା କରୁଛି।

ରାଜନୀତିରେ ଏବଂ ଗଣତନ୍ତ୍ରରେ ହିଂସା କୌଣସି ସ୍ଥାନ ନାହିଁ। ମୁଁ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛି। ମୃତ ଓ ଆହତଙ୍କ ପରିବାର ସହିତ ଆମର ସମବେଦନା ଏବଂ ପ୍ରାର୍ଥନା ରହିଛି ବୋଲି ମୋଦୀ କହିଛନ୍ତି।

ପେନସିଲଭାନିଆରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର ବେଳେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ ହୋଇଛି। ଗୁଳିମାଡରେ ଟ୍ରମ୍ପ ଆହତ ହୋଇଛନ୍ତି। ତାଙ୍କ ଡାହାଣ କାନରେ ଗୁଳି ବାଜିଛି। ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିମାଡରେ ସନ୍ଦିଗ୍ଧ ଆକ୍ରମଣକାରୀର ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଚିକିତ୍ସା ପରେ ଟ୍ରମ୍ପଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ସେପଟେ ଏହି ଘଟଣାକୁ ବିଶ୍ୱବ୍ୟାପି ନିନ୍ଦା କରିଛନ୍ତି ବିଭିନ୍ନ ରାଷ୍ଟ୍ରନେତା ।

Related Articles

Leave a Reply

Your email address will not be published. Required fields are marked *

Back to top button