ନ୍ୟୁୟର୍କରେ ଟିକଟକ ବ୍ୟାନ୍ – Ibnodisha

[ad_1]
ନ୍ୟୁୟର୍କ: ପୁଣି ଚୀନ ଆପ୍ ଟିକଟକ ବ୍ୟାନ । ନ୍ୟୁର୍କରେ ଟିକଟକ ବ୍ୟାନ ହୋଇଛି । ସଟ ଭିଡିଓ ଆପ ଟିକଟକକୁ ବ୍ୟାନ କରିଛନ୍ତ ନ୍ୟୁୟର୍କ ସିଟି କର୍ତ୍ତୃପକ୍ଷ । ସୁରକ୍ଷା କାରଣରୁ ସରକାରୀ ଡିଭାଇସକୁ ଟିକଟକ ବ୍ୟାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ଆମେରିକା ଏକାଧିକ ଷ୍ଟେଟ ଟିକଟକ ବ୍ୟାନ କରିଥିଲେ । ଚୀନ କମ୍ପାନୀ ବାଇଟଡ୍ୟାନ୍ସ ତଥ୍ୟ ଲିକ କରିବା ଆଶଙ୍କାରେ ନ୍ୟୁୟର୍କ ସିଟି କର୍ତ୍ତୃପକ୍ଷ ଟିକଟକ ଆପ୍ ବ୍ୟାନ କରିବାକୁ ନିଷ୍ପତ୍ତି ନିଆଯାଇଥିବା ନ୍ୟୁୟର୍କ ଟାଇମ୍ସରୁ ସୂଚନା ମିଳିଛି । ଚୀନ କମ୍ପାନୀ ବାଇଟଡ୍ୟାନ୍ସ ତଥ୍ୟ ଲିକ ସନ୍ଦେହରେ ସରକାରୀ ଅଫିସିଆଲଙ୍କ ଫୋନରେ ଏହି ଆପ୍କୁ ବ୍ୟାନ କରାଯାଇଛି । ମେୟର ଏରିକ ଆଡମସ ମୁଖପାତ୍ର ଜୋନ ଏଲୋନ ଏକ ବିବୃତ୍ତିରେ କହିଛନ୍ତି, ନ୍ୟୁୟର୍କ ସିଟିରେ ଟେକ୍ନିକାଲ ନେଟୱାର୍କ ସୁରକ୍ଷାରେ ବିପଦ ସୃଷ୍ଟି ହୋଇଛି । ସିଟି କର୍ତ୍ତୃପକ୍ଷ ଏବଂ କର୍ମଚାରୀମାନେ ୩୦ ଦିନ ମଧ୍ୟରେ ନିଜ ଫୋନରୁ ଆପ୍ ହଟାଇବାକୁ ନିଷ୍ପତ୍ତି ହୋଇଛି । ପୂର୍ବରୁ ମାର୍ଚ୍ଚ ମାସରେ ସୁରକ୍ଷା ଚିନ୍ତା ଦର୍ଶାଇ ସଂସଦରେ ଟିକଟକ ବ୍ୟବହାର ବନ୍ଦ କରିଥିଲେ ବ୍ରିଟେନ ସରକାର । କୌଣସି ସାଂସଦଙ୍କ ଫୋନରେ ଚୀନ ଟିକଟକ ଆପ୍ ରହିବ ନାହିଁ ବୋଲି କହିଥିଲେ । ବ୍ରିଟେନ ସାଂସଦଙ୍କୁ ଟିକଟକ ମନା ହୋଇଥିଲା ।
ସୁରକ୍ଷା ଦୃଷ୍ଟିରୁ ବ୍ରିଟେ ପାର୍ଲାମେଣ୍ଟ ଏହି ଆପ୍ ଉପରେ ବ୍ୟାନ ଲଗାଇଥିଲେ । ପରବର୍ତ୍ତୀ ସମୟରେ ସରକାରୀ ଡିଭାଇସରୁ ଏହି ଆପ ହଟିଥିଲା । ୨୦୨୦ ଲଦାଖ ଗଲୱାନ ଘାଟିରେ ଚୀନ ସେନା ଭାରତୀୟ ଯବାନଙ୍କ ଉପରକୁ ଆକ୍ରମଣ କରିଥିଲେ । ଯେଉଁଥିରେ ୨୦ ଭାରତୀୟ ଯବାନ ଶହୀଦ ହୋଇଥିଲେ । ଏହାପରେ ଚୀନ ସାମଗ୍ରୀ ଓ ଆପ୍ ବର୍ଜନ ନେଇ ଦାବି ହୋଇଥିଲା । ଭାରତ ଗୋପନୀୟତା ଓ ସୁରକ୍ଷା ଉପରେ ଚିନ୍ତା ପ୍ରକଟ କରି ଟିକଟକ ଆପକୁ ବ୍ୟାନ କରିଥିଲା । ଟିକଟକ ସମେତ ୫୯ ମୋବାଇଲ ଆପ ଉପରେ ପ୍ରତିବନ୍ଧକ ଲଗାଇଥିଲେ ଭାରତ ସରକାର । ଭାରତ ପରେ ଆମେରିକା ଟିକଟକ ବ୍ୟାନ କରିବା ନେଇ ଚର୍ଚ୍ଚା ହେଉଥିଲା । ଭାରତରେ ଟିକଟକ ସମେତ ୫୯ ଆପ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ୬ ବିଲିୟନ କ୍ଷତି ସହିଥିଲା ଚାଇନାର ଏକ କମ୍ପାନୀ । ଏହା ଛଡା ଚୀନ ଓ ଆମେରିକା ମଧ୍ୟରେ ବିବାଦ ବଢୁଥିବାରୁ ଟିକଟକ ବ୍ୟାନ କରିବାକୁ ବାଇଡେନ ସରକାର ଚୀନକୁ ସିଧା ସିଧା କହିଥିବା ଖବର ପ୍ରକାଶ ପାଇଥିଲା । ଆପ୍ ମାଧ୍ୟମରେ ବ୍ୟବହାରକାରୀଙ୍କ ଡାଟା ଚୀନ୍ ରକାରଙ୍କୁ ପଠାଉଥିବା ଅଭିଯୋଗ କରିଥିଲା ଆମେରିକା ।
[ad_2]




