ଦେଶ

ପାକିସ୍ତାନର ଅଧିକାଂଶ ପ୍ରାନ୍ତରେ ପୋଡ଼ାଜଳା, ହିଂସାକାଣ୍ଡ; ଶରିଫ୍‌ଙ୍କୁ ମିଳିଲା ସେନା ସମର୍ଥନ – Ibnodisha

[ad_1]

ଇସଲାମାବାଦ: ପାକିସ୍ତାନ ସାଧାରଣ ନିର୍ବାଚନ ଫଳାଫଳ ଇତି ମଧ୍ୟରେ ସ୍ପଷ୍ଟ ହୋଇସାରିଛି । ତଥାପି ପାକିସ୍ତାନ ନିର୍ବାଚନ ଆୟୋଗ ଏସମ୍ପର୍କରେ ବିଧିବଦ୍ଧ ଘୋଷଣା କରିନାହାନ୍ତି । ଗୋଟିଏ ପଟେ ଯେଉଁଠି ପାକିସ୍ତାନ ସେନା ଏବେ ନୱାଜ ଶରିଫ୍‌ଙ୍କ ଦଳ ପ୍ରତି ସମର୍ଥନ ଦର୍ଶାଇଛି, ଅନ୍ୟପକ୍ଷେ ଇମ୍ରାନ୍ ଖାନ୍‌ଙ୍କ ସମର୍ଥିତ ନିର୍ଦ୍ଦଳୀୟ ପ୍ରାର୍ଥୀମାନେ ଦେଶର ବିଭିନ୍ନ ପ୍ରାନ୍ତରେ ହଙ୍ଗାମା, ପୋଡାଜଳା ତଥା ପ୍ରତିବାଦ ଆରମ୍ଭ କରିଦେଇଛନ୍ତି । ରବିବାର ପାକିସ୍ତାନ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ବାହାରେ ମଧ୍ୟ ଇମ୍ରାନ୍‌ଙ୍କ ସମର୍ôଥତ ପ୍ରାର୍ଥୀମାନେ ହୋହଲ୍ଲା କରିଥିବା ଦେଖିବାକୁ ମିଳିଛି । ଏପରିକି କେତେକ ସ୍ଥାନରେ ପାକିସ୍ତାନ ସେନା ସହ ମଧ୍ୟ ଇମ୍ରାନ୍‌ଙ୍କ ସମର୍ଥକମାନେ ମୁହାଁମୁହିଁ ମଧ୍ୟ ହୋଇଥିବା ଜଣାପଡିଛି । ତେବେ ଏସବୁ ମଧ୍ୟରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସୁଛି ।

ରିପୋର୍ଟ ଅନୁସାରେ ପାକିସ୍ତାନ ସେନା ଏବେ ଯେତେବେଳେ ନୱାଜ ଶରିଫ୍‌ଙ୍କ ଦଳ ପିଏମ୍‌ଏଲ୍‌ଏନ୍ ପ୍ରତି ସମର୍ଥନ ବ୍ୟକ୍ତ କରିସାରିଛି ସେତେବେଳେ ଦେଶରେ ପିଏମ୍‌ଏଲଏନ୍ ନେତୃତ୍ୱରେ ସରକାର ଗଠନ ହେବା ସମ୍ଭାବନା ପ୍ରାୟ ୭୦% ପର୍ଯ୍ୟନ୍ତ ବଢ଼ିଯାଇଛି । ଏହାକୁ ଦୃଷ୍ଟରେ ରଖି ପିଏମ୍‌ଏଲ୍‌ଏନ୍ ସହ ଭିତିରିଆ ଭାବେ ଇମ୍ରାନ୍‌ଙ୍କ ଗୋଷ୍ଠୀର କିଛି ନିର୍ବାଚିତ ପ୍ରତିନିଧି ଯୋଗାଯୋଗ କରିବା ଆରମ୍ଭ କରିଦେଇଛନ୍ତି । ସେହିପରି ନୱାଜ ଶରିଫ୍‌ଙ୍କ ଭାଇ ଶାହାବାଜ୍ ଶରିଫ୍ ମଧ୍ୟ ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କୁ ମନାଇବା କାମରେ ଲାଗିଛନ୍ତି । ଯଦି ଏହା ସମ୍ଭବ ହୁଏ ତେବେ ପାକିସ୍ତାନରେ ଝୁଲା ସରକାର ହେବା ଏକପ୍ରକାର ନିଶ୍ଚିତ । ନଚେତ୍ ପାକିସ୍ତାନରେ ପୁଣିଥରେ ସେନା ଶାସନ ଲାଗୁ କରିଦିଆଯିବାର ଆଶଙ୍କା କରାଯାଉଛି ।

ରିପୋର୍ଟ ଅନୁସାରେ ପିଏମ୍‌ଏଲ୍‌ଏନ୍‌କୁ ୭୧ଟି ଆସନ ମିଳିଥିବା ବେଳେ ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ ଦଳ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ୫୧ଟି ଆସନ ହାତେଇବାରେ ସଫଳ ହୋଇଛି । ତେବେ ପାକିସ୍ତାନ ସାଧାରଣ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିଥିବା ଇମ୍ରାନ୍ ଖାନ୍‌ଙ୍କ ସମର୍ôଥତ ପ୍ରାର୍ଥୀ ସର୍ବାଧିକ ୯୧ ଆସନରେ ବିଜୟୀ ହୋଇଛନ୍ତି । ସେହିପରି ବାକି ୪୭ ଆସନ ମଧ୍ୟରୁ ୧୪/୧୫ଟି ଆସନରେ ଫଳାଫଳ ସ୍ପଷ୍ଟ ହୋଇପାରିନଥିବା ବେଳେ ବାକି ୩୨/୩୩ ଆସନରେ ନିର୍ଦ୍ଦଳୀୟ ପ୍ରାର୍ଥୀ ଏବଂ କିଛି ଛୋଟ ରାଜନୈତିକ ଦଳ ଖାତାକୁ ଯାଇଛି । ତେବେ ପାକିସ୍ତାନର ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ସରକାର ଗଠନ କରିବା ପାଇଁ ଯେକୌଣସି ଦଳକୁ ମ୍ୟାଜିକ୍ ନମ୍ବର ୧୩୩ ଆସନର ଆବଶ୍ୟକତା ରହିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button