ଦେଶ

ଡ୍ରୋନ୍ ପରୀକ୍ଷଣ ଫେଲ୍, ଲ୍ୟାଣ୍ଡିଂ ସମୟରେ ହେଲା ଦୁର୍ଘଟଣାଗ୍ରସ୍ତ – Ibnodisha

[ad_1]

ବ୍ୟୁରୋ : ଋଷିକେଶ ସ୍ଥିତ ଏମ୍ସରୁ ଡ୍ରୋନ ଜରିଆରେ ମେଡିକାଲ  ସେବା ଯୋଗାଇବା ପରୀକ୍ଷଣ ବିଫଳ ହୋଇଛି । କୋଟଦ୍ୱାର ବେସ୍ ହସ୍ପିଟାଲ ପାଇଁ ପଠାଯାଇଥିବା ଡ୍ରୋନ୍ ଲ୍ୟାଣ୍ଡିଂ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡିଛି । ଅବଶ୍ୟ ଏହି ଘଟଣାରେ କୌଣସି ଧନଜୀବନର କ୍ଷତି ହୋଇନଥିବା ସୂଚନା ରହିଛି । ଡ୍ରୋନମାଧ୍ୟମରେ ରକ୍ତ ପ୍ୟାକେଟ ପଠାଯାଉଥିଲା ।

ସୂଚନା ମୁତାବକ, ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ମୀନୁ ସିଂହ ମଧ୍ୟାହ୍ନ ୧୨ଟା ୪୫ ମିନିଟରେ  ଡ୍ରୋନକୁ କୋଟଦ୍ୱାର ପଠାଇଥିଲେ । ପାଖାପାଖି ଦେଢ ଘଣ୍ଟା ପରେ ଡ୍ରୋନ୍ କୋଟଦ୍ୱାର ନିକଟରେ ଏକ ଗଛରେ ମାଡ  ହୋଇଗଲା । ଡ୍ରୋନର ପାଇଲଟ୍ ବେସ୍ ହସ୍ପିଟାଲର ଛାତ ଉପରେ ଅପେକ୍ଷା କରିଥିବାବେଳେ ତାଙ୍କୁ ଦୁର୍ଘଟଣାର ସୂଚନା ମିଳିଥିଲା । ଯାଇ ଦେଖିବାବେଳକୁ ଡ୍ରୋନ ଗଛରେ ମାଡ ହୋଇ ଖସିପଡିଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button