ଦେଶ

କାରଖାନାରେ ଭୟାବହ ଅଗ୍ନିକାଣ୍ଡ; ୬ ମୃତ – Ibnodisha

[ad_1]

ମୁମ୍ବାଇ: ଶନିବାର ରାତିରେ ମହାରାଷ୍ଟ୍ରର ଔରଙ୍ଗାବାଦ ନଗରୀ ଅନ୍ତର୍ଗତ ଛତ୍ରପତି ସମ୍ଭାଜୀନଗରସ୍ଥିତ ଏକ ‘ହ୍ୟାଣ୍ଡ୍‌ ଗ୍ଲୋଭ୍’ ତିଆରି କାରଖାନାରେ ବ୍ୟାପକ ଅଗ୍ନିକାଣ୍ଡ ଘଟି ଅନ୍ୟୂନ ୬ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଅଗ୍ନିଶମ ବିଭାଗ କହିଛି, ୱାଲୁଜ୍‌ ‘ଏମ୍‌ଆଇଡିସି’ ଅଞ୍ଚଳରେ ଅବସ୍ଥିତ ଉକ୍ତ କାରଖାନାରେ ରାତି ପ୍ରାୟ ୨.୧୫ ମିନିଟ୍‌ ସମୟରେ ନିଆଁ ଲାଗିଥିଲା।

ଅଗ୍ନିଶମ ଅଧିକାରୀ କହିଛନ୍ତି, ରାତି ୨.୧୫ରେ ଆମେ ଫୋନ୍‌ କଲ୍‌ ପାଇଲୁ। ଆମେ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ କାରଖାନା ଜଳୁଥିଲା। ସ୍ଥାନୀୟ ଲୋକେ ଆମକୁ ଜଣାଇଲେ ଯେ, ଭିତରେ ୬ଜଣ ଲୋକ ଫସି ରହିଛନ୍ତି। ଆମ ଅଧିକାରୀମାନେ ଭିତରେ ପ୍ରବେଶ କରି ୬ଜଣଙ୍କ ଶବ ଉଦ୍ଧାର କରିଛନ୍ତି। ଏବେ ନିଆଁ ଲିଭା ଉଦ୍ୟମ ଚାଲିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button