ଦେଶ

Chanakya Niti- ଶରୀରରେ ଥିବା ଏମିତି ଚିହ୍ନ ମହିଳାଙ୍କୁ କରିଥାଏ ଭାଗ୍ୟଶାଳି, ଏମାନଙ୍କ ପାଦ ଘରେ ପଡିଲେ ଧନ ଦୌଲତ ରେ ଭରିଯାଏ ଭଣ୍ଡାର

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଭାରତୀୟ ସଂସ୍କୃତିରେ ନାରୀ ଜାତି କୁ ଶ୍ରେଷ୍ଠ ସମ୍ମାନ ପ୍ରଦାନ କରା ଯାଇଥାଏ ଏବଂ ନାରୀ ଙ୍କୁ ସବୁଠାରୁ ଉର୍ଦ୍ଧ୍ବ ରେ ସ୍ଥାନ ଦିଆ ଯାଇଥାଏ ।

ନାରୀ ଜାତିର ସମ୍ମାନ କରିବା ନିମନ୍ତେ ଭାରତୀୟ ସଂସ୍କୃତି ରେ ଆହ୍ୱାନ ଦିଆଯାଇଥାଏ । ଭାରତୀୟ ପରମ୍ପରା ରେ କନ୍ୟା ପୂଜନ ର ପରମ୍ପରା ମଧ୍ୟ ରହିଛି ।

ନାରୀ କୁ ଗଙ୍ଗା ଠାରୁ ପବିତ୍ର ବୋଲି ବିବେଚନା କରା ଯାଇଛି । ଯେଉଁ ଘରେ ନାରୀର ସମ୍ମାନ କରା ଯାଇନଥାଏ ସେହି ଘରେ କେବେବି ମାତା ଲଷ୍ମୀ ବାସ କରନ୍ତି ନାହିଁ । ନାରୀ ହେଉଛନ୍ତି ସ୍ୱୟଂ ମାତାଲକ୍ଷ୍ମୀ ଙ୍କ ସ୍ୱରୂପ । ନାରୀ ଙ୍କୁ ସ୍ୱୟଂ ବ୍ରହ୍ମା ମଧ୍ୟ ବୁଝି ପାରି ନାହାନ୍ତି ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି କିଛି ସଂକେତ ସମ୍ବନ୍ଧରେ କହିବୁ ଯାହା ଯେଉଁ ନାରୀ ମଧ୍ୟରେ ବିଦ୍ୟମାନ ରହିଥାଏ ସେହି ନାରୀ ସୌଭାଗ୍ୟଶାଳୀ ହୋଇଥାଏ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, ଯେଉଁ ନାରୀ ଙ୍କ ପାଦ ର ନଖ ସ୍ୱଚ୍ଛ ଏବଂ ଗୋଲାପୀ ହୋଇଥାଏ ସେହି ନାରୀ ଉତ୍ତମ ସ୍ୱାସ୍ଥ୍ୟ ର ହୋଇଥାନ୍ତି । ଏମାନେ ସର୍ଵଦା ନିଜ ପତି ଓ ପରିବାର ସଦସ୍ୟ ଙ୍କ ଧ୍ୟାନ ରଖନ୍ତି । କିନ୍ତୁ ଯେଉଁ ନାରୀ ଙ୍କ ପାଦର ମଧ୍ୟମ ଆଙ୍ଗୁଳି ଅପେକ୍ଷାକୃତ ବଡ଼ ହୋଇଥାଏ ସେହି ନାରୀ ଦୁର୍ଭାଗ୍ୟଶାଳୀ ହୋଇଥାନ୍ତି । ତେଣୁ ଏଭଳି ନାରୀ ଙ୍କୁ ବିବାହ କରନ୍ତୁ ନାହିଁ ।

୨. ବନ୍ଧୁଗଣ ଦ୍ବିତୀୟତଃ, ଯେଉଁ ନାରୀ ଙ୍କ ବାମ ଗାଲ ରେ କଳାଜାଇ ରହିଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ଏଭଳି ମହିଳା ବହୁତ ଭଲ ବ୍ୟଞ୍ଜନ ତିଆରି କରନ୍ତି ଏବଂ ଖାଇବାକୁ ମଧ୍ୟ ଆଗ୍ରହ ରଖନ୍ତି । ଏମାନେ ନିଜ ପରିବାର ସଦସ୍ୟ ଙ୍କ ମନ ପସନ୍ଦ ର ବ୍ୟଞ୍ଜନ ତିଆରି କରନ୍ତି । ଯାହାଦ୍ୱାରା ଏମାନେ ନିଜ ପରିବାର ଙ୍କ ସହିତ ଖୁସି ରେ ରୁହନ୍ତି ।

୩. ବନ୍ଧୁଗଣ ତୃତୀୟତଃ, ଯେଉଁ ନାରୀ ମାନଙ୍କ ନାକ ଲମ୍ବା ହୋଇଥାଏ ସେହି ନାରୀ ମାନେ ସମସ୍ତ ନିଷ୍ପତ୍ତି କୁ ବୁଦ୍ଧି ବିଚାର କରି ନେଇଥାନ୍ତି । ଏମାନେ ଖର୍ଚ୍ଚ କରିବାକୁ ପସନ୍ଦ କରିଥାନ୍ତି ସତ କିନ୍ତୁ ଏମାନଙ୍କ ଖର୍ଚ୍ଚ କେବେବି ବ୍ୟର୍ଥ ଯାଇ ନଥାଏ ।

୪. ବନ୍ଧୁଗଣ ଚତୁର୍ଥତଃ, ଯେଉଁ ନାରୀ ଙ୍କ ଆଙ୍ଗୁଠି ଲମ୍ବା ହୋଇଥାଏ ସେହି ନାରୀ ମାନେ ଅତ୍ୟନ୍ତ ବୁଦ୍ଧିମତୀ ହୋଇଥାନ୍ତି । ଏମାନେ ସର୍ଵଦା ପାଠ ପଢ଼ିବା ପାଇଁ ଆଗ୍ରହୀ ଥାଆନ୍ତି । ଏମାନେ କେବେବି ଅଯଥା ଖର୍ଚ୍ଚ କରନ୍ତି ନାହଁ ଏବଂ ଏମାନଙ୍କୁ ଯେଉଁ ପଇସା ଦିଆଯାଏ ସେମାନେ ତା’କୁ ଦୁଇ ଗୁଣ କରିବାକୁ ଚେଷ୍ଟା କରିଥାନ୍ତି । ଏମାନଙ୍କ ଠାରୁ ଏମାନଙ୍କ ପରିବାର ସର୍ଵଦା ପ୍ରସନ୍ନ ରୁହନ୍ତି ।

୫. ବନ୍ଧୁଗଣ ପଞ୍ଚମତଃ, ଯେଉଁ ନାରୀ ଙ୍କ ଆଖି ବଡ଼ ହୋଇଥାଏ ସେମାନଙ୍କୁ ହରିଣୀ ଆଖି ର ସଂଜ୍ଞା ଦିଆ ଯାଇଥାଏ । ଏଭଳି ନାରୀ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ନିଜ ପରିବାର ଓ ପତି ଙ୍କ ପାଇଁ ମଧ୍ୟ ଭାଗ୍ୟଶାଳୀ ସାବ୍ୟସ୍ତ ହୁଅନ୍ତି । ଏହି ନାରୀ ମାନଙ୍କ ଜୀବନ ରେ କେବେବି କୌଣସି ଜିନିଷ ର ଅଭାବ ରହି ନଥାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button