ଦେଶ

ଚୀନ୍ କୋଇଲା ଖଣିରେ ବିସ୍ଫୋରଣ, ୧୧ ମୃତ – Ibnodisha

[ad_1]

ବେଜିଂ : ଚୀନ୍‌ର ସାଙ୍କ୍‌ସି ପ୍ରଦେଶ ଅନ୍ତର୍ଗତ ୟାନାନ୍ ସହରରେ ଥିବା ଏକ କୋଇଲା ଖଣିରେ ସୋମବାର ବିସ୍ଫୋରଣ ଘଟି ୧୧ ଜଣ ପ୍ରାଣ ହରାଇଛନ୍ତି । ବିସ୍ଫୋରଣ ସମୟରେ ୯୦ ଜଣ ଉକ୍ତ ଖଣିରେ କାର୍ଯ୍ୟରତ ଥିଲେ । ଆହତ ୧୧ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଅନ୍ୟମାନଙ୍କୁ ସୁରକ୍ଷିତଭାବେ ଉଦ୍ଧାର କରାଯାଇଛି । ସୂଚନାଯୋଗ୍ୟ ଚୀନ୍‌ରେ ଅଧିକାଂଶ କୋଇଲା ଖଣି ବେଆଇନଭାବେ କାର୍ଯ୍ୟ କରୁଥିବାବେଳେ ନିରାପତ୍ତା ବ୍ୟବସ୍ଥା ବିପନ୍ନ ହୋଇପଡିଛି । ଫଳରେ ନିୟମିତ ଦୁର୍ଘଟଣା ଘଟୁଥିବା ଲକ୍ଷ୍ୟ କରାଯାଇଛି ।

ଇଣ୍ଡିଗୋ ବିମାନରେ ରକ୍ତବାନ୍ତି କରି ଯାତ୍ରୀ ମୃତ
ଇଣ୍ଡିଗୋ ବିମାନରେ ଯାତ୍ରା କରୁଥିବାବେଳେ ଜଣେ ଯାତ୍ରୀ ରକ୍ତବାନ୍ତି କରି ପ୍ରାଣ ହରାଇଥିବା ଜଣାପଡିଛି । କିଡ୍‌ନୀ ଓ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ୬୨ ବର୍ଷୀୟ ଏହି ଯାତ୍ରୀଜଣକ ସୋମବାର ମୁମ୍ବାଇରୁ ରାଞ୍ଚି ଯାଉଥିବା ଇଣ୍ଡିଗୋ ବିମାନରେ ଯାତ୍ରା କରୁଥିଲେ । ତେବେ ମଝି ଆକାଶରେ ତାଙ୍କର ପ୍ରବଳ ରକ୍ତବାନ୍ତି ହେବାଫଳରେ ପାଇଲଟ୍ ବିମାନକୁ ନାଗପୁର ଏୟାରପେ।।ର୍ଟରେ ଜରୁରୀ ଅବତରଣ କରାଇଥିଲେ । ଅସୁସ୍ଥ ଯାତ୍ରୀଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଆସାମ: ଜାଲ୍ ଟଙ୍କା ର‌୍ୟାକେଟ୍ ଠାବ, ୩ ଗିରଫ
ଆସାମ ପୁଲିସର ସ୍ପେଶାଲ ଟାସ୍କ୍ ଫୋର୍ସ ମଙ୍ଗଳବାର ଗୋଲପାଡା ଜିଲ୍ଲାରେ ଏକ ଜାଲ୍ ଟଙ୍କା ପ୍ରସ୍ତୁତକାରୀ ଗ୍ୟାଙ୍ଗ୍‌କୁ ଠାବ କରିବା ସହ ଏହାର ୩ ଜଣ ସଦସ୍ୟଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ନକଲି ୫୦୦ ଟଙ୍କାର ୨୯ଟି ବିଡା ସମେତ ସେମାନେ ବ୍ୟବହାର କରୁଥିବା ମାରୁତି କାର୍‌କୁ ମଧ୍ୟ ଜବତ କରାଯାଇଛି । ଏମାନେ ନକଲି ଟଙ୍କାକୁ ମାର୍କେଟରେ ପ୍ରଚଳନ ଉଦ୍ୟମ କରୁଥିଲେ । ନକଲି ଟଙ୍କା କାରବାର ପ୍ରସଙ୍ଗରେ ପଶ୍ଚିମବଙ୍ଗରେ ସର୍ବାଧିକ ୮୨ ମାମଲା ରୁଜୁ ହୋଇଥିବାବେଳେ ଏହାପଛକୁ ତାମିଲନାଡୁ (୬୨) ରହିଛି ।

ୟୁପି: ସ୍କୁଲ ହଷ୍ଟେଲରୁ ୮୯ ଛାତ୍ରୀ ନିଖୋଜ
ଉତ୍ତର ପ୍ରଦେଶ (ୟୁପି)ର ଗୋଣ୍ଡା ଜିଲ୍ଲାରେ ଥିବା ସରକାରୀ ବାଳିକା ବିଦ୍ୟାଳୟର ହଷ୍ଟେଲରୁ ୮୯ ଜଣ ଛାତ୍ରୀ ନିଖୋଜ ଥିବା ଜଣାପଡିଛି । ଜିଲ୍ଲାପାଳ ନେହା ଶର୍ମାଙ୍କ ବୟାନ ଅନୁଯାୟୀ କସ୍ତୁରବା ଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟର ହଷ୍ଟେଲ ଉପରେ ସୋମବାର ରାତିରେ ଅଚାନକ ଚଢଉ କରାଯାଇଥିଲା । ମୋଟ ୧୦୦ ଅନ୍ତେବାସୀଙ୍କ ମଧ୍ୟରୁ ୮୯ ଜଣ ଅନୁପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ହଷ୍ଟେଲ ତତ୍ତ୍ୱାବଧାରକ (ୱାର୍ଡେନ) ଏ ସମ୍ପର୍କରେ ସନ୍ତୋଷଜନକ କୈଫିୟତ ଦେଇପାରିନାହାନ୍ତି । ଏ ନେଇ ୱାର୍ଡେନ, ଜଣେ ଶିକ୍ଷୟିତ୍ରୀ, ରାତ୍ରୀ ଜଗୁଆଳୀଙ୍କ ବିରୋଧରେ ଥାନାରେ ଏକ ଏତଲା ଦାଏର କରାଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button