ଦେଶ

ମେକ୍‌ସିକୋ ସଂସଦରେ ପ୍ରଦର୍ଶିତ ‘ଏଲିଅନ୍‌’ଙ୍କ ଦେହାବଶେଷ ଉପରେ ସ‌ନ୍ଦେହ ପ୍ରକାଶ କଲେ ବୈଜ୍ଞାନିକ – Ibnodisha

[ad_1]

ନୂଆଦିଲ୍ଲୀ: ମେକ୍‌ସିକୋ କଂଗ୍ରେସ (ସଂସଦ)ରେ ପ୍ରଦର୍ଶିତ ‘ଏଲିଅନ୍‌’ଙ୍କ ଦେହାବଶେଷ ଉପରେ ସନ୍ଦେହ ବ୍ୟକ୍ତ କରି କେତେକ ଗବେଷକ ଓ ବୈଜ୍ଞାନିକ ଏହାକୁ ଅବାନ୍ତର ବା ଅଯୌକ୍ତିକ କଥା ବୋଲି କହିଛନ୍ତି।

ମେକ୍‌ସିକୋରେ ଥିବା ‘ନ୍ୟାସ୍‌ନାଲ୍‌ ଅଟୋନମସ୍‌ ୟୁନିଭର୍ସିଟି’ର  ‘ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆଷ୍ଟ୍ରୋନୋମି’ର ଗବେଷିକା ଜୁଲିଏଟା ଫିଏରୋ କହିଛନ୍ତି, ଏ ଆବିଷ୍କାର ମିଥ୍ୟା। କାଲ୍‌ସିୟମ୍‌ ପାଲଟି ଯାଇଥିବା ଉକ୍ତ ଶବଗୁଡ଼ିକ ପ୍ରକୃତରେ ‘ଅଣ-ମାନବ’ ବା ‘ଏଲିଅନ୍‌’ଙ୍କର ବୋଲି ନିର୍ଦ୍ଧାରଣ କରିବା ଲାଗି କେବଳ ‘ଏକ୍ସ୍‌ରେ’ ଯଥେଷ୍ଟ ନୁହେଁ। ଏଥିପାଇଁ ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର କରାଯିବା ଆବଶ୍ୟକ।

ସୂଚନାଯୋଗ୍ୟ, ମଙ୍ଗଳବାର ଦିନ ଲୋକପ୍ରିୟ ସାମ୍ବାଦିକ ତଥା ‘ୟୁଏଫ୍‌ଓଲୋଜିଷ୍ଟ୍‌’ ଖାଇମେ ମୌସାନ୍‌ ମେକ୍‌ସିକୋ କଂଗ୍ରେସ୍‌ରେ ଉକ୍ତ ‘ଅଣ-ମାନବ’ ବା ‘ଏଲିଅନ୍‌’ଙ୍କ ଦେହାବଶେଷ ପ୍ରଦର୍ଶନ କରିଥିଲେ।

Journalist Jaime Maussan, Image Courtesy of Times Now

ସେ ଉପସ୍ଥାପନ କରିଥିବା କାଚ ବାକ୍ସ୍‌ରେ ଦୁଇଟି ଛୋଟ ଦେହାବଶେଷ ବା ଶବ ଥିଲା। ସେଠାରେ ମୌସାନ୍‌ ଶପଥ କରି କହିଥିଲେ ଯେ, ‘ମମି’ ପାଲଟି ଯାଇଥିବା ଏହି ଶବ ଦୁଇଟିକୁ ସେ ପେରୁ ଅନ୍ତର୍ଗତ କୁସ୍‌କୋରୁ ଉଦ୍ଧାର କରିଛନ୍ତି। ସେଗୁଡ଼ିକ ୧୦୦୦ ବର୍ଷ ପୁରାତନ।

୭୦ ବର୍ଷିୟ ମୌସାନ୍‌ଙ୍କ ବିବୃତି ଉଦ୍ଧୃତ କରି ‘ମାକ୍ରା ଡଟ୍‌ କମ୍‌’ ରିପୋର୍ଟ କରିଛି: ଏହି ପ୍ରଜାତି ଆମ ବିଶ୍ବରେ ଘଟିଥିବା ବିବର୍ତ୍ତନର ଅଂଶ ନୁହେଁ। କୌଣସି ‘ୟୁଏଫ୍‌ଓ’ ଦୁର୍ଘଟଣାସ୍ଥଳରୁ ଏଗୁଡ଼ିକୁ ଉଦ୍ଧାର କରାଯାଇ ନାହିଁ। ସେଗୁଡ଼ିକୁ ଏକ ଶିଉଳି ଖଣିରୁ ଉଦ୍ଧାର କରାଯାଇଛି। ସେଠାରେ ତାହା ଜୀବାଶ୍ମରେ ପରିଣତ ହୋଇଯାଇଛି।

କିନ୍ତୁ, ତାଙ୍କ ଦାବି ପ୍ରମାଣିତ ହୋଇନାହିଁ। ଅତୀତରେ ମଧ୍ୟରେ ସାମ୍ବାଦିକ ମୌସାନ୍ ଏ ଭଳି ଅନେକ ମିଥ୍ୟା ଦାବି କରିଛନ୍ତି ବୋଲି ବିଶେଷଜ୍ଞମାନେ କହିଛନ୍ତି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button