ଦେଶ

Chanakya Niti- ଏମିତି ଝିଅ ଯେଉଁଠି ବି ମିଳନ୍ତୁ ନା କାହିଁକି ତୁରନ୍ତ କରି ନିଅନ୍ତୁ ବିବାହ

ବନ୍ଧୁଗଣ ନମସ୍କାର ଚାଣକ୍ୟ ନୀତି ଆଚାର୍ଯ୍ୟ ଚାଣକ୍ୟ ଙ୍କ ଦ୍ୱାରା ରଚିତ ନୀତି ଶାସ୍ତ୍ର । ଯେଉଁଥିରେ ଜୀଵନ କୁ ସୁଖମୟ କରିବା ପାଇଁ ନୀତି ନିୟମ ବର୍ଣ୍ଣନା କରାଯାଇଛି ।

ଏଥିରେ ମନୁଷ୍ୟ କୁ ଜୀଵନ ର ସବୁ ବ୍ୟବହାରିକ ଶିକ୍ଷା ପ୍ରଦାନ କରିବା ହେଉଛି ଏହି ଗ୍ରନ୍ଥ ର ମୁଖ୍ୟ ବିଷୟ । ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ ସେ ନିଜର ବୁଦ୍ଧି ଓ ନୀତି ଦ୍ୱାରା ଚନ୍ଦ୍ରଗୁପ୍ତ ଙ୍କୁ ରାଜା କରି ପାରିଥିଲେ । ଚାଲନ୍ତୁ ଜାଣିବା ଚାଣକ୍ୟ ଙ୍କର କିଛି ଏପରି ନୀତି ଯାହା ଆମ ଜୀବନର କୌଣସି ନା କୌଣସି ମୁହୂର୍ତ୍ତରେ କାମ ଆସି ପାରିବ । ଚାଣକ୍ୟ ନିଜ ନୀତି ଶାସ୍ତ୍ର ରେ ନାରୀ ମାନଙ୍କ ବିଷୟରେ କିଛି ଏହି ଭଳି କଥା ବର୍ଣ୍ଣନା ରହିଛି । ଏବଂ ବିବାହ ବିଷୟ କୁ ନେଇ ମଧ୍ୟ ବର୍ଣ୍ଣିତ ।

ଆମ ହିନ୍ଦୁ ଶାସ୍ତ୍ର ରେ ବିବାହ କୁ ବହୁତ ଶୁଭ ଏବଂ ଅତି ମହତ୍ୱପୂର୍ଣ୍ଣ କୁହାଯାଏ । ଏବଂ ନାରୀ ମାନଂକୁ ଆଜି ପର୍ଯ୍ୟନ୍ତ କେହି ବି ବୁଝି ପାରନ୍ତି ନାହିଁ ସ୍ଵୟଂ ଈଶ୍ୱର ମଧ୍ୟ ବୁଝି ପାରନ୍ତି ନାହିଁ । ସୃଷ୍ଟି ର ଏହା ଏକ ଏଭଳି ରଚନା ଯାହାକୁ କେହି ବୁଝି ପାରନ୍ତି ନାହିଁ । ତାଙ୍କ ମନରେ କେତେବେଳେ କଣ ସବୁ ଚାଲି ଥାଏ ତାର ସୂଚନା କାହାକୁ ନ ଥାଏ । ନାରୀର ମନର କଥା କେବଳ ନାରୀ ହିଁ ଜାଣିଥାଏ ।

ଜଣେ ନାରୀ ଘରକୁ ସ୍ୱର୍ଗ କରି ପାରେ ଏବଂ ନର୍କ ମଧ୍ୟ କରିପାରେ । ଆମ ଧର୍ମ ରେ ନାରୀ ମାନଙ୍କୁ ମାତା ଲକ୍ଷ୍ମୀ ଙ୍କ ରୂପ ବୋଲି କୁହାଯାଏ ଏବଂ ତାଙ୍କୁ ସମ୍ମାନ ମଧ୍ୟ ଦିଆଯାଏ । ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁସାରେ ଯେଉଁ ଘରେ ନାରୀ ର ଅପମାନ ହୁଏ ସେ ଘରୁ ମାତା ଲକ୍ଷ୍ମୀ ଚାଲି ଯାଆନ୍ତି । ତେଣୁ ଉଚିତ ସମ୍ମାନ ଦିଆଯିବା ଆବଶ୍ୟକ ଅଟେ । ବିବାହ ଏକ ପବିତ୍ର ବନ୍ଧନ ବିବାହ କେବଳ ଦୁଇ ଜଣ ବ୍ୟକ୍ତି ଙ୍କ ଭିତରେ ନୁହେଁ ଦୁଇ ପରିବାର ଭିତରେ ହୋଇଥାଏ ।

କିନ୍ତୁ ବିବାହ ରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବ୍ୟକ୍ତି । ଅର୍ଥାତ ଭଲ ବ୍ୟକ୍ତି ସହ ବିବାହ କଲେ ଜୀବନ ସୁଖ ମେ ହୋଇଥାଏ । କିନ୍ତୁ ଖରାପ ବ୍ୟକ୍ତି ସହ ବିବାହ କଲେ ଜୀବନରେ ଦୁଃଖ ର ଲହରୀ ଆସିଯାଏ । ତେଣୁ ବିବାହ ସର୍ଵଦା ଭାବି ଚିନ୍ତି ଏବଂ ସତର୍କତା ର ସହିତ କରିବା ଆବଶ୍ୟକ । ତେବେ ଆଜି ଆମେ ସେହି ଝିଅ ମାନଙ୍କ ବିଷୟରେ ଚର୍ଚ୍ଚା କରିବା ଯିଏ ବିବାହ ପାଇଁ ଉପଯୁକ୍ତ ଅଟନ୍ତି ।

୧- ପ୍ରଥମ ରେ ହେଉଛି ଚାଣକ୍ୟ ଙ୍କ ଅନୁସାରେ ଯେଉଁ ନାରୀ ମାନଂକୁ ସମାଜ ବିଷୟରେ ଏବଂ ଘର ପରିବାର କୁ କିପରି ଚଳାଇବା ସେ ବିଷୟରେ ସବୁ ଜଣା ଥାଏ ତେବେ ସେ ନିଜ ଘରକୁ ବହୁତ ଭଲ ଭାବରେ ଚଳାଇ ପାରେ ଏବଂ ସମସ୍ତଙ୍କୁ ଖୁସିରେ ମଧ୍ୟ ରଖିପାରେ ।

୨- ଦ୍ଵିତୀୟ ରେ ଚାଣକ୍ୟଙ୍କ ଅନୁସାରେ ବିବାହ ପାଇଁ ଝିଅ ପାଖରେ ଗୋଟିଏ ଗୁଣ ରହିବା ନିହାତି ଆବଶ୍ୟକ ତାହା ହେଉଛି ସେ ଛୋଟ ବଡ଼ ସମସ୍ତଙ୍କୁ ଉଚିତ ବ୍ୟବହାର ଏବଂ ଉଚିତ ସମ୍ମାନ ଦେଇ ପାରୁଥିବ । ସମସ୍ତ ଙ୍କୁ ଆଦର କରୁଥିବ ଏବଂ ସମସ୍ତ ଙ୍କୁ ଖୁସିରେ ରଖୁଥିବ ।

୩- ତୃତୀୟ ରେ ଚାଣକ୍ୟ ଙ୍କ ଅନୁସାରେ ଯେଉଁ ନାରୀ ମାନେ ସଂସ୍କୃତି ଏବଂ ପରମ୍ପରା କୁ ଭଲ ଭାବରେ ଆପଣାଇ ତାକୁ ନିଭାଇ ପାରୁଥିବ । ଏବଂ ପୂଜା ପାଠ କରି ଦେବି ଦେଵତା ଙ୍କ କୃପା ପାଇଥାନ୍ତି ଏହି ଭଳି ନାରୀ ବିବାହ ପାଇଁ ଶ୍ରେଷ୍ଠ ଅଟନ୍ତି ଏବଂ ସେମାନଙ୍କ ସ୍ୱାମୀ ମଧ୍ୟ ଭାଗ୍ୟଶାଳୀ ଅଟନ୍ତି ।

୪- ଚତୁର୍ଥ ରେ ଚାଣକ୍ୟ ଙ୍କ ଅନୁସାରେ ଯେଉଁ ନାରୀ ମାନେ ସଞ୍ଚୟ କରି ଥାଆନ୍ତି ଏବଂ ଅଯଥା ରେ ପଇସା ଖର୍ଚ୍ଚ କରନ୍ତି ନାହିଁ ସେହି ଭଳି ନାରୀ ଘରର ସମସ୍ତ ଦାୟିତ୍ୱ ନେବା ପାଇଁ ଉପଯୁକ୍ତ ଏବଂ ସେମାନେ ଘରକୁ ବହୁତ ଭଲ ଭାବରେ ସମ୍ଭାଳି ମଧ୍ୟ ପାରିଥାନ୍ତି ।

୫- ପଞ୍ଚମ ରେ ଚାଣକ୍ୟ ଙ୍କ ଅନୁସାରେ ଯେଉଁ ନାରୀ ର ସ୍ୱର ବହୁତ ମିଠା ଥାଏ ଏବଂ ଯାହାର କଥା ହେବା ମାତ୍ରେ ହିଁ ସୁଖ ର ଅନୁଭୂତି ହୋଇଥାଏ ସେହି ନାରୀ ବିବାହ ପାଇଁ ସମ୍ପୂର୍ଣ୍ଣ ଉପଯୁକ୍ତ ଏବଂ ଶ୍ରେଷ୍ଠ ଥାଆନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button