ଦେଶ

ଥରିଲା ଇଣ୍ଡୋନେସିଆ, ଲୋକେ ଭୟଭୀତ – Ibnodisha

[ad_1]

ଇଣ୍ଡୋନେସିଆ : ଭୟଙ୍କର ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ। ଏଠାରେ ତିମୋର ଦ୍ୱୀପରେ ଭୂମିକମ୍ପ ତୀବ୍ର ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରେକର୍ଡ କରାଯାଇଛି। ଫଲରେ ଅନେକ କୋଠାବାଡ଼ି କ୍ଷତିଗ୍ରସ୍ତ ହୋଇଛି। ସେପଟେ ଭୂମିକମ୍ପ ଯୋଗୁ ଲୋକେ ଭୟଭୀତ ହୋଇପଡିଛନ୍ତି। ‘ୟୁଏସ୍‌ ଜିଓଲୋଜିକାଲ୍ ସର୍ଭେ’ ରିପୋର୍ଟ ଅନୁଯାୟୀ, ଇଷ୍ଟ ନୁସା ତେଙ୍ଗାରା ପ୍ରଦେଶର ରାଜଧାନୀ ନଗରୀ କୁପାଙ୍ଗ ଠାରୁ ଉତ୍ତର-ଉତ୍ତରପୂର୍ବକୁ ୨୧ କିଲୋମିଟର୍‌ ଦୂରରେ ଏହି ଭୂମିକମ୍ପ ହୋଇଛି। ଭୂଗର୍ଭର ଉକ୍ତ ଭୂମିକମ୍ପର ଗଭୀରତା ହେଉଛି ୩୬.୧। ଇଣ୍ଡୋନେସିଆର ଭୂମିକମ୍ପ ଓ ସୁନାମି କେନ୍ଦ୍ରର ମୁଖ୍ୟ ଡେରିୟୋନୋ କହିଛନ୍ତି, ସ୍ଥଳଭାଗରେ ଏହି ଭୂମିକମ୍ପ ସଙ୍ଗଠିତ ହୋଇଥିବାରୁ କେତେକ ସହର ଓ ଗ୍ରାମରେ ତୀବ୍ର କମ୍ପନ ଅନୁଭୂତ ହୋଇଥିଲା। ଫଳରେ ଲୋକମାନେ ଆତଙ୍କିତ ହୋଇ ଯାଇଥିଲେ। ଏହି ଭୂମିକମ୍ପର ତୀବ୍ରତା ପ୍ରଥମେ ୬.୬ ବୋଲି ‘ଭୂମିକମ୍ପ ଓ ସୁନାମି କେନ୍ଦ୍ର’ ସୂଚନା ଦେଇଥିଲା। ପରେ ସଂଶୋଧନ କରି ଏହାର ତୀବ୍ରତା ୬.୩ ବୋଲି କୁହାଯାଇଥିଲା। କିନ୍ତୁ, ଏହି ଭୂମିକମ୍ପର ତୀବ୍ରତା ୬.୧ ବୋଲି ଶେଷରେ ‘ୟୁଏସ୍‌ଜିଏସ୍‌’ ରିପୋର୍ଟ ଦେଇଛି। ଭୂମିକମ୍ପ ଓ ସୁନାମି କେନ୍ଦ୍ର ର ମୁଖ୍ୟ ଡେରିୟୋନୋ କହିଛନ୍ତି, ଏହି ଭୂମିକମ୍ପ ଯୋଗୁଁ କ‌େତେକ କୋଠାବାଡ଼ି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି। କିନ୍ତୁ, ସୁନାମି ଆସିବାର ଆଶଙ୍କା ନାହିଁ। ଘଟଣା ସମୟରେ ଭିଡିଓରେ ଦେଖିବାକୁ ମିଳିଛି ଯେ, ଆଜି ଭୋର ସମୟରେ ଘରବାଡ଼ି ଦୋହଲି ଉଠିବାରୁ କୁପାଙ୍ଗାବାସୀ ଆତଙ୍କିତ ହୋଇ ପଡିଥିଲେ। ଏଠାକାର ଗଭର୍ଣ୍ଣର୍‌ ଓ ମେୟର୍‌ଙ୍କ କାର୍ଯ୍ୟାଳୟର ‘ସିଲିଙ୍ଗ୍‌’ ସାମାନ୍ୟ ନଷ୍ଟ ହୋଇଥିବା କୁହାଯାଉଛି। ସେହିପରି ଏଥିରେ କେହି ମୃତାହତ ହୋଇନାହାନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button