ଦେଶ

ଯାତ୍ରୀ ସ୍ଥାନେସ୍ଥାନେ ମଳତ୍ୟାଗ କରିବାରୁ ବିମାନ ଜରୁରୀ ଅବତରଣ କଲା – Ibnodisha

[ad_1]

ନୂଆଦିଲ୍ଲୀ: ଖରାପ ପାଣିପାଗ, କୌଣସି ଯାତ୍ରୀଙ୍କ ଶରୀର ଅସୁସ୍ଥ ହୋଇପଡ଼ିବା ଅଥବା ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେଲେ ବିମାନର ଜରୁରୀ ଅବତରଣ କରାଯାଇଥାଏ। ନିକଟରେ ଜ‌ଣେ ଯାତ୍ରୀ ବାରମ୍ବାର ମଳତ୍ୟାଗ କରିବା ହେତୁ ବିମାନ ଜରୁରୀ ଅବତରଣ କରିଥିବା ଘଟଣା ସାମ୍ନାକୁ ଆସିଛି।

ଏୟାର ଟ୍ରାଫିକଙ୍କୁ ପଠାଇ ଯାଇଥିବା ବାର୍ତ୍ତା ଅନୁଯାୟୀ, ପାଇଲଟ ବିମାନକୁ ୩୭,୦୦୦ ଫୁଟ ଉଚ୍ଚରେ ଉଡ଼ାଉଥିଲେ। ଏହି ସମୟରେ ଜଣେ ଯାତ୍ରୀଙ୍କ ପେଟ ଖରାପ ହୋଇ ତାଙ୍କୁ ଡାଇରିଆ ହୋଇଯାଇଥିଲା। ଏହି କାରଣରୁ ସେ ବିମାନର ସ୍ଥାନେସ୍ଥାନେ ମଳତ୍ୟାଗ କରି ଦେଇଥିଲେ। ଯେଉଁ କାରଣରୁ ଉକ୍ତ ବିମାନରେ ବସି ଯାତ୍ରା କରୁଥିବା ସହଯାତ୍ରୀଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ହୋଇଥିଲା। ଏତେ ମାତ୍ରାରେ ବିମାନରେ ଦୁର୍ଗନ୍ଧ ଭରି ଯାଇଥିଲା କି ଯାତ୍ରୀମାନେ ନିଜନିଜ ସ୍ଥାନରେ ବସି ବି ପାରୁ ନଥିଲେ। ଏହି ସବୁ ଅସୁବିଧାକୁ ଦୃଷ୍ଟିରେ ରଖି ପାଇଲଟ ବିମାନକୁ ଜରୁରୀ ଅବତରଣ ପାଇଁ ଅନୁମତି ମାଗିଥିଲେ। ଏହାପରେ ବିମାନକୁ ଜରୁରୀ ଅବତରଣ ପାଇଁ ଅନୁମତି ମିଳିଥିଲା।

ଅବତରଣ ପରେ ଡେଲଟାର ବିମାନକୁ ସମ୍ପୂର୍ଣ୍ଣ ଭାବେ ପରିଷ୍କାର କରାଯାଇଥିଲା। ବିମ‌ାନଟି ପରିଷ୍କାର ହେବା ପରେ ନିଶ୍ଚିତ ହୋଇଥିବା ସମୟରୁ ଆଟଲାଣ୍ଟା, ଜାର୍ଜିୟାରୁ ଦୁଇଘଟଣା ବିଳମ୍ବରେ ଯାତ୍ରା ଆରମ୍ଭ କରିଥିଲା। ଆଉ  ସ୍ପେନର ବାର୍ସିଲୋନାରେ ଯାଇ ପହଞ୍ଚିଥିଲା। ସେଠାରେ ନିଶ୍ଚିତ ସମୟରୁ ବିଳମ୍ବରେ ବିମାନ ପହଞ୍ଚିଥିବା ହେତୁ ଅନେକ ଯାତ୍ରୀଙ୍କ ଥିବା ଜରୁରୀ କାମ ହୋଇ ପାରି ନଥିଲା। ଯେଉଁ କାରଣରୁ ତାଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button