ଦେଶ

ବନ୍ଧା ହେଲେ ୟେସ୍ ୱାର୍ଲ୍ଡ କ୍ରିପ୍ଟୋ ଟୋକନର ମୁଖ୍ୟଙ୍କ ସମେତ ୩ ସଦସ୍ୟ – Ibnodisha

[ad_1]

ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓ ଡବଲୁ) ଅନ୍ୟ ଏକ ବଡ଼ କ୍ରିପ୍ଟୋ-ପଂଜି ସ୍କାମର ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି। ଇଓ ଡବଲୁ ୟେସ୍ ୱାର୍ଲ୍ଡ କ୍ରିପ୍ଟୋ ଟୋକନର ମୁଖ୍ୟ ସନ୍ଦୀପ ଚୌଧୁରୀଙ୍କୁ ଗିରଫ କରିଛି। ଯେତେବେଳେ ସେ ଭାରତରୁ ଦୁବାଇ ଖସି ପଳାଇବାକୁ ଚେଷ୍ଟା କରୁଥିଲେ, ସେତେବେଳେ ତାଙ୍କୁ ଜୟପୁର ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଟକ ରଖାଯାଇଥିଲା। ରାଜସ୍ଥାନର ଜୟପୁରର ମୂଳ ବାସିନ୍ଦା ସନ୍ଦୀପ ଚୌଧୁରୀ(୪୦)ଙ୍କୁ ଜୟପୁରର ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା। ଏହାପ‌ରେ ଇଓ ଡବଲୁ ତାଙ୍କୁ ରିମାଣ୍ଡରେ ଆଣିବା ଲାଗି କୋର୍ଟରେ ଆବେଦନ କରିଥିଲେ। ନ୍ୟାୟାଳୟ ୫ଦିନିଆ ରିମାଣ୍ଡ ଲାଗି ଅନୁମତି ଦେଇଛନ୍ତି। ଏହାପ‌ରେ ସନ୍ଦୀପ ଚୌଧୁରୀଙ୍କୁ ଓଡ଼ିଶା ଅଣାଯାଇଥିଲା ଏବଂ କଟକ ଓପିଆଇଡିରେ ହାଜର କରାଯିବ ବୋଲି ସୂଚନା ମିଳିଛି।ତେଣେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଭୁବନେଶ୍ୱରରୁ ଓଡ଼ିଶା ୟେସ୍ ୱାର୍ଲ୍ଡର ଦୁଇ ସଦସ୍ୟ ବସନ୍ତ କୁମାର ପ୍ରଧାନ ଏବଂ ମନୋଜ କୁମାର ପଟ୍ଟନାୟକଙ୍କୁ ମଧ୍ୟ ଗିରଫ କରାଯାଇଛି। ଉଭୟଙ୍କୁ କଟକ ଓପିଆଇଡିରେ ହାଜର କରାଯିବ। ପୁରୀର ସ୍ବାଗତ କୁମାର ନାୟକଙ୍କ ଅଭିଯୋଗକ୍ରମେ ଏହି ମାମଲା ପଞ୍ଜିକୃତ ହୋଇଥିଲା। ସନ୍ଦୀପ ଚୌଧୁରୀ, ବସନ୍ତ କୁମାର ପ୍ରଧାନ ଏବଂ ମନୋଜ କୁମାର ପଟ୍ଟନାୟକ ତାଙ୍କଠାରୁ ୮୫ ହଜାର ଟଙ୍କା ଠକିନେଇଥିବାର ଅଭିଯୋଗ କରିଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button