ଦେଶ

ଏସି ବିସ୍ଫୋରଣରେ ପରିବାରର ୩ଜଣ ସଦସ୍ୟଙ୍କ ମୃତ୍ୟୁ – Ibnodisha

[ad_1]

ନୂଆଦିଲ୍ଲୀ: ଗୁଜୁରାଟର ଦେବଭୂମି ଅର୍ଥାତ ଦ୍ବାରକା ଜିଲ୍ଲାରୁ ରବିବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏସି ହେତୁ ବିସ୍ଫୋରଣ ‌ଘଟି ପରିବାରର ୩ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏସି ବିସ୍ଫୋରଣ ଘଟଣାକୁ ନେଇ ପୁଲିସ ଇନ୍ସ‌ପେକ୍ଟର ଟିସି ପଟେଲ କହିଛନ୍ତି,‘ପବନ ଉପାଧ୍ୟାୟ ତାଙ୍କ ସ୍ତ୍ରୀ ତିଥି ଝିଅ ଧ୍ୟାନା ମା’ ଭବାନି‌ବେନଙ୍କ ସହିତ ଦ୍ବାରକା ଜିଲ୍ଲାର ଆଦିତ୍ୟ ରୋଡସ୍ଥିତ ଥିବା କଲୋନିରେ ବସବାସ କରୁଥିଲେ। ଶନିବାର ରାତିରେ ସମସ୍ତେ ଖାଇପିଇ ଶୋଇବାକୁ ଯାଇଥିଲେ। ଏହି ସମୟରେ ଏସିରେ ସର୍ଟସର୍କିଟ ହେତୁ ନିଆଁ ଲାଗି ଘରର ବିଦ୍ୟୁତ ଚାଲି ଯାଇଥିଲା। ଯେଉଁ କାରଣରୁ ଘର ଅନ୍ଧାର ହୋଇଯାଇଥିଲା।

ପରିବାର ସଦସ୍ୟ ବାହାରିବାକୁ ବାଟ ପାଇ ନଥିଲେ। ଏତିକି ସମୟ ମଧ୍ୟରେ ଘରେ ଧୁଆଁ ଭରି ଯାଇଥିଲା। ପରିବାର ସଦସ୍ୟ ଅଣନିଶ୍ବାସୀ ହୋଇପଡ଼ିବାରୁ ପବନ ଉପାଧ୍ୟାୟଙ୍କ ସମେତ ତାଙ୍କ ସ୍ତ୍ରୀ, ପିଲା ଓ ମା’ ଅଚେତ ହୋଇପଡ଼ିଥିଲେ। ଘରୁ ଧୁଆଁ ବାହାରୁଥିବା ଦେଖି ପଡ଼ିଶାଲୋକ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇଁ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଘରେ ଅଚେତ ଅବସ୍ଥାରେ ପଡ଼ିଥିବା ପବନ ଉପାଧ୍ୟାୟ ତାଙ୍କ ସ୍ତ୍ରୀ ଛୁଆ ଓ ମା’ଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ବାପା, ମା’ ଓ ଛୁଆକୁ ମୃତଘୋଷଣା କରିବା ସହିତ ବୁଢ଼ୀ ମା’ ଭବାନି‌ବେନଙ୍କ ଚିକିତ୍ସା କରୁଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button