ଦେଶ

ସ୍ତ୍ରୀଙ୍କ ଠାରୁ ଅଲଗା ହେଲେ ସେଲିବ୍ରିଟି ସେଫ କୁନାଲ କପୁର – Ibnodisha

[ad_1]

ନୂଆଦିଲ୍ଲୀ : ସେଲିବ୍ରିଟି ସେଫ କୁନାଲ କପୁରଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି।  ବିବାହର ୧୬ବର୍ଷ ପରେ ଛାଡ଼ପତ୍ର ଦେଇ ସେ ସ୍ତ୍ରୀଙ୍କ ଠାରୁ ଅଲଗା ହୋଇଯାଇଛନ୍ତି। ସେଫ କୁନାଲ କପୁର ୨୦୦୮ରେ ଏକତା କୁପରଙ୍କୁ ବିବାହ କରିଥିଲେ। ବିବାହର ଚାରିବର୍ଷ ପରେ ୨୦୧୨ରେ କୁନାଲ ପୁତ୍ର ସନ୍ତାନର ବାପା ହୋଇଥିଲେ। ଏହାପରେ ସ୍ବାମୀ-ସ୍ତ୍ରୀ ସମ୍ପର୍କ‌ରେ ତିକ୍ତତା ଦେଖା ଦେଇଥିଲା। କୁନାଲ ଦିଲ୍ଲୀ ହାଇକୋର୍ଟରେ ସ୍ତ୍ରୀଙ୍କ ଠାରୁ ଛାଡ଼ପତ୍ର ଚାହୁଁଥିବା ନେଇ ଏକ ଆବେଦନ କରିଥିଲେ। ଏହି ଆବେଦନରେ କୁନାଲ କହିଥିଲେ, ‘ସ୍ତ୍ରୀ ଏକତା କେବେ ବି ମୋ ପରିବାରର କୌଣସି ସଦସ୍ୟଙ୍କ ସହିତ ଭଲ ବ୍ୟବହାର ଦେଖାଇ ନାହାନ୍ତି। ମୋତେ ସବୁବେଳେ ନିଚା ଦେଖାଇବାକୁ ଚେଷ୍ଟା କରିଥାଆନ୍ତି। ପରିବାର ସହିତ ମିଶିକି ରହିବା ପାଇଁ ମୁଁ ତାଙ୍କୁ ଅନେକଥର ବୁଝାଇଛି କିନ୍ତୁ ସେ ସବୁବେଳେ ନିଷ୍ଠୁର ଭଳି ବ୍ୟବହାର କରିଥାଆନ୍ତି।’ ଏହି ପରିପ୍ରେକ୍ଷୀରେ କୁନାଲଙ୍କ ସ୍ତ୍ରୀ ଏକତା କପୁର ନିଜର ସଫେଇ ଦେଇ କହିଥିଲେ, ମୁଁ ସ୍ତ୍ରୀ ଓ ବୋହୁ ଉଭୟଙ୍କ କର୍ତ୍ତବ୍ୟ ପାଳନ କରିଛି। କିନ୍ତୁ କୁନାଲ ଓ ତାଙ୍କ ପରିବାର ମୋତେ ପସନ୍ଦ କରନ୍ତି ନାହିଁ। ତେଣୁ ‌ସେମାନେ ମୋ ଠାରୁ ଅଲଗା ହେବାକୂ ଚାହୁଁଛନ୍ତି। ’ କୋର୍ଟ ଶୁଣାଣି ସମୟରେ କବିତା କୁନାଲଙ୍କ ବିରୋଧରେ ଆଣିଥିବା କୌଣସି ପ୍ରମାଣ ସତ ସାବ୍ୟସ୍ତ ହେଲାନାହିଁ ।ଶେଷରେ କୋର୍ଟ କୁନାଲଙ୍କ ପକ୍ଷ ନେଇ ନିଷ୍ପତ୍ତି ଶୁଣାଇ ଦୁହିଁଙ୍କ ଛାଡ଼ପତ୍ର ଘୋଷଣା କରିଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button