ଦେଶ
ଟ୍ରକ୍-ଭ୍ୟାନ୍ ମୁହାଁମୁହିଁ : ୯ ମୃତ – Ibnodisha

[ad_1]
ନୂଆଦିଲ୍ଲୀ : ମେକ୍ସିକୋରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା । ଟ୍ରକ୍-ଭ୍ୟାନ୍ ମୁହାଁମୁହିଁ ଧକ୍କା ଫଳରେ ଚାଲିଯାଇଛି ୯ ଜଣଙ୍କର ଜୀବନ । ସୂଚନା ଅନୁସାରେ, ଗତ ସୋମବାର ଦକ୍ଷିଣ ପୂର୍ବ ମେକ୍ସିକୋରେ ସଡ଼କ ଦୁର୍ଘଟଣା ଘଟିଛି । ଟ୍ରକ୍ ଓ ଭ୍ୟାନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ଫଳରେ ଏତେ ବଡ଼ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହେବାସହିତ ଅନେକ ଯାତ୍ରୀ ଆହତ ମଧ୍ୟ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଟ୍ରକ୍-ଭ୍ୟାନ୍ ଧକ୍କା ହେବା ପରେ ଭ୍ୟାନଟିରେ ଅଗ୍ନିକାଣ୍ଡ ଘଟିଥିଲା । ଯେଉଁ କାରଣରୁ ଏତେ ଲୋକଙ୍କର ମୃତ୍ୟୁ ହୋଇଯାଇଛି । ଖବର ପାଇ, ପୋଲିସ ଓ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚି ମୃତକ ଓ ଆହତଙ୍କୁ ଉଦ୍ଧାର କରିଥିଲେ । ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିବା ସହିତ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
[ad_2]