ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧୨ ମୃତ – Ibnodisha

[ad_1]
ନୂଆଦିଲ୍ଲୀ: ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇ ନଦୀରେ ଖସି ପଡ଼ିଥିଲା ଯାହା ଫଳରେ ୧୨ ଜଣଙ୍କର ମୃତ ହୋଇଛି । ଏପରି ଏକ ଅଭାବନୀୟ ଘଟଣା ମଧ୍ୟ-ପଶ୍ଚିମ ନେପାଳର ଡଙ୍ଗ ଜିଲ୍ଲାରେ ଗତ ଶୁକ୍ରବାର ଦେଖିବାକୁ ମିଳିଛି । ଏହି ଦୁର୍ଘଟଣାରେ ଦୁଇଜଣ ଭାରତୀୟ ନାଗରିକଙ୍କ ସମେତ ୧୨ଜଣଙ୍କ ମୃତ୍ୟୁ ହୋଇଥିବା ନେପାଳ ପୁଲିସର ମୁଖ୍ୟ ଉଜ୍ଜବଲ ବହାଦୂର ସିଂହ ସୂଚନା ଦେଇଛନ୍ତି।ପୁଲିସ ଅଧିକାରୀଙ୍କ କହିବାନୁସାରେ, ଯାତ୍ରୀବାହୀ ବସ ବାଙ୍କେର ନେପାଳଗଞ୍ଜରୁ କାଠମାଣ୍ଡୁ ଅଭିମୁଖେ ଯାଉଥିଲା। ଏହି ସମୟରେ ବସ ଭାରସାମ୍ୟ ହରାଇ ପୋଲ ଉପରୁ ନଦୀକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ୧୨ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨୨ଜଣ ଯାତ୍ରୀ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇଜଣ ଭାରତୀୟ ଥିବା ବେଳେ ୮ଜଣଙ୍କ ପରିଚୟ ମିଳିପାରିଛି। ସମସ୍ତ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନେପାଳ ବସ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଦୁଇଜଣ ଭାରତୀୟଙ୍କ ପରିଚୟ ମିଳିଛି। ଜଣେ ବିହାରର ମଲାହିରେ ରହୁଥିବା ବେଳେ ନାମ ଯୋଗେନ୍ଦ୍ର ରାମ ରହିଛି। ସେହିପରି ଅନ୍ୟ ଜଣେ ମୃତକ ଉତ୍ତରପ୍ରଦେଶର ବାସିନ୍ଦା ଥିବା ବେଳେ ନାମ ମୁନେ ରହିଛି। ଦୁଇଭାରତୀୟଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପୁଲିସ ପଠାଇ ଦେବା ସହିତ ସେମାନଙ୍କ ପରିବାରଲୋକଙ୍କୁ ଏଦୁଃଖଦ ଘଟଣାର ଖବର ଦେଇଛି। ବ୍ୟବଚ୍ଛେଦ ପରେ ପରିବାରଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଦିଆଯିବ।
[ad_2]