ଦେଶ

ଘରେ କିମ୍ବା ଅଫିସରେ ଏହି ଦିଗରେ ଆଦୌ ରଖନ୍ତୁ ନାହିଁ ଡଷ୍ଟବିନ୍‌, ହୋଇଯିବେ କାଙ୍ଗାଳ

ଘରେ ବାସ୍ତୁଦୋଷ ଥିଲେ ହେବା କାମ ବି ହୁଏ ନାହିଁ। ବାସ୍ତୁଦୋଷ ଥିବା ଘରେ କୌଣସି ଉନ୍ନତି ହୋଇନଥାଏ। ସବୁବେଳେ କଳି ଝଗଡ଼ା ଲାଗି ରହିବା ସହ ଲକ୍ଷ୍ମୀ ମଧ୍ୟ ଅସନ୍ତୁଷ୍ଟ ହୋଇଥାନ୍ତି। ଫଳରେ ଧନହାନି ଓ ପ୍ରାଣପୀଡ଼ା ଭଳି ପରିସ୍ଥିତି ଲାଗି ରହେ। ଏଣୁ ବାସ୍ତୁଦୋଷକୁ ଯେତେ ଶୀଘ୍ର ସମ୍ଭବ ସେତେ ଶୀଘ୍ର ସମାଧାନ କରିବା ଉଚିତ। କେବଳ ଘରେ ନୁହେଁ ଯଦି ଅଫିସରେ ବି ବାସ୍ତୁ ସମସ୍ୟା ଥାଏ ତେବେ ଅର୍ଥ ଆମଦାନୀର ସବୁ ରାସ୍ତା ବନ୍ଦ ହୋଇଯାଏ। ସବୁବେଳେ କ୍ଷତି ହୋଇଥାଏ। ଏଣୁ ଅଫିସର ବାସ୍ତୁଦୋଷ ମଧ୍ୟ ସମାଧାନ କରିବା ଜରୁରୀ।

ବାସ୍ତୁବିତ୍‌ଙ୍କ ମତରେ ଘର ହେଉ ବା ଅଫିସ ସବୁବେଳେ ଉତ୍ତର-ପୂର୍ବ ବା ଐଶାନ୍ୟ କୋଣକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଜରୁରୀ। ବାସ୍ତୁଶାସ୍ତ୍ରରେ ମଧ୍ୟ ଏହି ଦିଗକୁ ଗୁରୁତ୍ୱ ଦିଆଯାଇଛି। ଐଶାନ୍ୟ କୋଣ ପବିତ୍ର ହୋଇଥିବାରୁ ଏହି କୋଣରେ ଭଗବାନଙ୍କ ମନ୍ଦିର ତିଆରି କରାଯାଏ ଓ ପୂଜା ଗୃହ ଆଦି ନିର୍ମାଣ କରାଯାଏ।

dustbin

ବାସ୍ତୁବିତ୍‌ଙ୍କ କହିବାନୁସାରେ ଏହି କୋଣରେ ଭୁଲରେ ବି ଡଷ୍ଟବିନ୍‌ ରଖନ୍ତୁ ନାହିଁ। କେବଳ ଏତିକି ନୁହେଁ, ପିଲାମାନେ ମଧ୍ୟ ଯେପରି ଏହି ଦିଗର କାନ୍ଥରେ ପେନ୍‌ସିଲ କିମ୍ବା ପେନ୍‌ରେ କିଛି ନ ଗାରାନ୍ତି, ତା’ର ମଧ୍ୟ ଧ୍ୟାନ ରଖନ୍ତୁ। ଏହି କୋଣରେ କେବେ ବି ଜିନିଷ ପତ୍ର ଅସନା କରି ରଖନ୍ତୁ ନାହିଁ। କାରଣ ଏହି ଦିଗ ଅପରିଷ୍କାର ହେଲେ ସକାରାତ୍ମକ ଉର୍ଜା କମ୍‌ ହୋଇଯାଏ। ଏଥିସହ ଟଙ୍କା ପଇସା ଆମଦାନୀ ମଧ୍ୟ ହ୍ରାସ ପାଏ। ଏଣୁ ସୁଖ ସମୃଦ୍ଧି ବଜାୟ ରଖିବା ପାଇଁ ଐଶାନ୍ୟ କୋଣକୁ ପରିଷ୍କାର ରଖିବା ନିହାତି ଜରୁରୀ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button