ଦେଶ

“ତୁମର ବୁଦ୍ଧି ନାହିଁ, ତୁମେ ପାଗଳ” ପତ୍ନୀଙ୍କୁ ଏପରି କହିବା ଅପମାନ ନୁହେଁ : ବମ୍ବେ ହାଇକୋର୍ଟ – Ibnodisha

[ad_1]

ମୁମ୍ବାଇ : ନିକଟରେ ବମ୍ବେ ହାଇକୋର୍ଟ ଏକ ଛାଡ଼ପତ୍ର ମାମଲାର ଶୁଣାଣି କରି କହିଛନ୍ତି ଯେ ଘରେ ସ୍ବାମୀ ସ୍ତ୍ରୀ ପରସ୍ପରକୁ କହୁଥିବା କଥା- ‘ତୁମର କୌଣସି ବୁଦ୍ଧି ନାହିଁ, ତୁମେ ପାଗଳ’ ଭଳି ନୀତିଦିନିଆ ସାଧାରଣ କଥାକୁ ଆପତ୍ତିଜନକ କିମ୍ବା ଅପମାନଜନକ ବୋଲି ବିବେଚନା କରାଯାଇପାରିବ ନାହିଁ, ଯେ ପର୍ଯ୍ୟନ୍ତ ଏଭଳି ବୟାନ କୌଣସି ବ୍ୟକ୍ତିଙ୍କୁ ଅପମାନିତ କରିବା ଉଦ୍ଦେଶ୍ୟରେ କରାଯାଇନଥିବ ।

ଜଷ୍ଟିସ ନିତିନ ସାମ୍ବ୍ରେ ଏବଂ ଜଷ୍ଟିସ ଶର୍ମିଳା ଦେଶମୁଖଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଯେତେବେଳେ ଲୋକମାନେ ଘରେ କଥା କହନ୍ତି, ସେତେବେଳେ ଏଭଳି କଥା ସାଧାରଣ ହୋଇଥାଏ ଏବଂ ଏହାକୁ ସେ ପର୍ଯ୍ୟନ୍ତ ଆପତ୍ତିଜନକ ବୋଲି ବିବେଚନା କରାଯାଇପାରିବ ନାହିଁ ଯେପର୍ଯ୍ୟନ୍ତ ଜଣାପଡ଼ିନାହିଁ ଯେ ପ୍ରକୃତରେ ଅପମାନିତ କରିବା ଉଦ୍ଦେଶ୍ୟରେ ତାହା କରାଯାଇଛି ।

ମୁମ୍ବାଇର ଜଣେ ମହିଳା ଏଭଳି ଉଦାହରଣ ଦେଇ ତାଙ୍କ ସ୍ୱାମୀଙ୍କ ବିରୋଧରେ ମାନସିକ ଓ ଶାରୀରିକ ନିର୍ଯାତନା ଅଭିଯୋଗ ଆଣିଥିଲେ। ମହିଳାଙ୍କ କହିବା ଅନୁସାରେ, ବିଳମ୍ବିତ ରାତିରେ ତାଙ୍କ ସ୍ୱାମୀ ଘରକୁ ଫେରି ବାହାରକୁ ଯିବାକୁ କହିବାରୁ ଚିତ୍କାର କରୁଥିଲେ। ସ୍ୱାମୀ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ପତ୍ନୀ ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ସେ ତାଙ୍କୁ କହିଥିଲେ, “ତୁମର ବୁଦ୍ଧି ନାହିଁ, ତୁମେ ପାଗଳ” (ତୁମର କିଛି ବୁଝାମଣା ନାହିଁ, ତୁମେ ପାଗଳ), ଯାହା ଅଶ୍ଳୀଳ ଭାଷାରେ ଗାଳି ଗୁଲଜ ସଦୃଶ ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button