ଭାରତରେ ଚାଇନାର ପ୍ରଚାର କରୁଛନ୍ତି ଏହି ଆମେରିକୀୟ କୋଟିପତି; ଜାଣନ୍ତୁ ସେ କିଏ, କ’ଣ ତାଙ୍କର କାରନାମା? – Ibnodisha

[ad_1]
ନୂଆଦିଲ୍ଲୀ: ଆମେରିକାର କୋଟିପତି ନେଭିଲ୍ ରୟ ସିଂଘମ୍ ଚୀନ୍ର ବାର୍ତ୍ତାକୁ ବିଶ୍ୱବ୍ୟାପୀ ପହଞ୍ଚାଇବା ପାଇଁ ଏକ ଆର୍ଥିକ ନେଟୱାର୍କକୁ ପାଣ୍ଠି ଯୋଗାଉଥିବା ନ୍ୟୁୟର୍କ ଟାଇମ୍ସର ଏକ ଅନୁସନ୍ଧାନରୁ ଜଣାପଡ଼ିଛି । ଦୁଇ ବର୍ଷ ତଳେ ଏକ ନ୍ୟୁଜ୍ ୱେବସାଇଟ ଦ୍ୱାରା ଏହି ଘଟଣାର ତଦନ୍ତ କରାଯାଇଥିଲା, ଯାହାର ଚେର ଏହି କୋଟିପତିଙ୍କ ପର୍ଯ୍ୟନ୍ତ ଲମ୍ବିଥିବା ଜାଣିବାକୁ ମିଳିଥିଲା । ଚୀନକୁ ବିଶ୍ୱର ବିଭିନ୍ନ ଦେଶରେ ନିଜର ବାର୍ତ୍ତା ପ୍ରଚାର କରିବାରେ ସେ ସାହାଯ୍ୟ କରୁଥିବା ନେଇ ଠୋସ୍ ପ୍ରମାଣ ମିଳିଥିଲା।
କିଏ ଏହି ନେଭିଲ୍ ରୟ ସିଂଘମ୍ ?
ସିଂଘମ୍ ଏକ ଆଇଟି ପରାମର୍ଶଦାତା କମ୍ପାନି ଥୋଟୱାର୍କସର ପ୍ରତିଷ୍ଠାତା ଏବଂ ପୂର୍ବତନ ଅଧ୍ୟକ୍ଷ । ଶ୍ରୀଲଙ୍କାର ରାଜନୈତିକ ବିଶ୍ଲେଷକ ଏବଂ ଐତିହାସିକ ଆର୍କିବାଲ୍ଡ ବିକ୍ରମରାଜ ସିଂଘମଙ୍କ ପୁତ୍ର ହେଉଛନ୍ତି ନେଭିଲ୍। ସିଂଘମ୍ ପ୍ରଥମେ ଚିକାଗୋରେ ନିଜର ଏକ ବ୍ୟବସାୟ ପ୍ରତିଷ୍ଠାନ ଆରମ୍ଭ କରିବା ପରେ ସାଂଘାଇକୁ ଚାଲିଆସିଥିଲେ, ଯେଉଁଠାରେ ବର୍ତ୍ତମାନ ସେ ରହୁଛନ୍ତି।
ଭାରତରେ ନେଭିଲ ରୟ ସିଂଘମଙ୍କ ନୂଆ ୱେବସାଇଟ
ନେଭିଲଙ୍କର ଭାରତରେ ନ୍ୟୁଜ୍କ୍ଲିକ୍ ନାମକ ଏକ ନ୍ୟୁଜ୍ ଏଜେନ୍ସି ମଧ୍ୟ ଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦୁଇ ବର୍ଷ ତଳେ ଏହାର ଅନୁସନ୍ଧାନ କରିଥିଲା ଏବଂ ଜାଣିବାକୁ ପାଇଥିଲା ଯେ ଏହି ଏଜେନ୍ସି ବିଦେଶରୁ ପାଖାପାଖି ୩୮ କୋଟି ଟଙ୍କାର ପାଣ୍ଠି ପାଇଥିଲା। ଏହି ଟଙ୍କାର ମୂଳ ସୂତ୍ରକୁ ଖୋଜିବା ପ୍ରକ୍ରିୟାରେ ଇଡି ଯାଇ ପହଞ୍ଚିଥିଲା ଆମେରିକୀୟ କୋଟିପତି ସିଂଘମଙ୍କ ପାଖରେ।
ନ୍ୟୁୟର୍କ ଟାଇମ୍ସ (ଏନୱାଇଟି) ରିପୋର୍ଟ ବର୍ତ୍ତମାନ ନିଶ୍ଚିତ କରିଛି ଯେ ସିଂଘମ୍ ଚୀନର ପ୍ରଚାରକୁ ପ୍ରୋତ୍ସାହିତ କରିବା ପାଇଁ ନିଜର ନ୍ୟୁଜ୍ ୱେବସାଇଟକୁ ବ୍ୟବହାର କରିଥିଲେ। ମାନବାଧିକାର ଉଲ୍ଲଂଘନ ପାଇଁ ଚୀନ୍ କିପରି ଅନ୍ତର୍ଜାତୀୟ ସମାଲୋଚନାରୁ ନିଜକୁ ରକ୍ଷା କରିବାରେ ସକ୍ଷମ ହୋଇଛି ତାହା ମଧ୍ୟ ଏଥିରେ ପ୍ରକାଶ ପାଇଛି। ଏହି ନେଟଓ୍ଵାର୍କର ମୁଖ୍ୟ ଶକ୍ତି ହେଉଛି ଚାରିଟି ଆମେରିକୀୟ ଅଣଲାଭକାରୀ ଗୋଷ୍ଠୀ, ଯେଉଁମାନେ ଆଇନଗତ ସଂସ୍ଥା ଭାବରେ ବିଦ୍ୟମାନ ନୁହନ୍ତି ବରଂ ଡୋମେନ୍ ପଞ୍ଜୀକରଣ ମାଧ୍ୟମରେ ସିଂଘମଙ୍କ ନେଟୱାର୍କ ସହିତ ଜଡିତ ଅଛନ୍ତି ବୋଲି ଏନୱାଇଟି କହିଛି।
ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ଏହି କଥିତ ୪ଟି ଅଣଲାଭକାରୀ ସଂସ୍ଥାର ବାସ୍ତବ ଦୁନିଆରେ କୌଣସି ପ୍ରକାର ପଦଚିହ୍ନ ନାହିଁ। ସେମାନଙ୍କ ଠିକଣା ଇଲିନୋଇସ୍, ଓ୍ଵିସ୍କନ୍ସିନ୍ ଏବଂ ନ୍ୟୁୟର୍କରେ ୟୁପିଏସ୍ ଷ୍ଟୋର୍ ମେଲ୍ ବକ୍ସ ଭାବେ ତାଲିକାଭୁକ୍ତ ହୋଇଥିଲା। ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ ତେବେ ଏହି ୪ଟି ଅଣଲାଭକାରୀ ସଂସ୍ଥା ମଧ୍ୟରୁ ସବୁଠାରୁ ବଡ଼ ସଂସ୍ଥାକୁ ସିଂଘମଙ୍କ ପତ୍ନୀ ଜୋଡି ଇଭାନ୍ସ ଚଳାଉଛନ୍ତି।
ନ୍ୟୁୟର୍କ ଟାଇମ୍ସର ଅଭିଯୋଗ ସଂପର୍କରେ ପଚରାଯିବାରୁ ସିଂଘମ୍ କୌଣସି ଠୋସ୍ ଉତ୍ତର ଦେଇ ନାହାନ୍ତି। ସେ ଏକ ଇମେଲ୍ରେ ଲେଖିଛନ୍ତି, ‘‘ମୁଁ କୌଣସି ରାଜନୈତିକ ଦଳ କିମ୍ବା ସରକାର କିମ୍ବା ସେମାନଙ୍କ ପ୍ରତିନିଧି ବା ସଦସ୍ୟଙ୍କ କାମ କରିବା, ଆଦେଶ ନେବା କିମ୍ବା ନିର୍ଦ୍ଦେଶ ପାଳନ କରିବାର କୌଣସି ପ୍ରସ୍ତାବକୁ ମୁଁ ସ୍ପଷ୍ଟ ଭାବେ ପ୍ରତ୍ୟାଖ୍ୟାନ କରୁଛି। ମୁଁ କେବଳ ମୋର ବିଶ୍ୱାସ ଦ୍ୱାରା ପରିଚାଳିତ, ଯାହା ମୋର ନିଜସ୍ୱ ଓ ବ୍ୟକ୍ତିଗତ।’’
[ad_2]