ଦେଶ

ବେଆଇନ ଋଣ ଆପ୍ ଉପରେ ସରକାରଙ୍କ ନଜର, ଗୁଗୁଲ ଓ ଆପଲକୁ ପରାମର୍ଶ ଜାରିକଲା ଆଇଟି ମନ୍ତ୍ରାଳୟ – Ibnodisha

[ad_1]

ନୂଆଦିଲ୍ଲୀ: ଯଦି ଆପଣଙ୍କର ମଧ୍ୟ ଇନଷ୍ଟାଣ୍ଟ ଲୋନ (ତୁରନ୍ତ ଋଣ) ଆପମାନଙ୍କ ଯୋଗୁଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଆପଣଙ୍କ ପାଇଁ ଏକ ବଡ଼ ଖବର । କେନ୍ଦ୍ର ସରକାର ଗୁଗଲ ପ୍ଲେ ଷ୍ଟୋର ଏବଂ ଆପଲ ଆପ୍ ଷ୍ଟୋରରେ ଥିବା ବେଆଇନ ଋଣ ଆପ୍ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯୋଜନା କରୁଛନ୍ତି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଶନିବାର ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଆଜି କାଲି ଉଭୟ ଗୁଗଲ ପ୍ଲେ ଷ୍ଟୋର ଓ ଆପଲ ଆପ୍ ଷ୍ଟୋରରେ ଏଭଳି ଅନେକ ଆପ୍ ରହିଛି ଯାହାକୁ ଭାରତୀୟମାନେ ବ୍ୟବହାର କରୁଛନ୍ତି। ଆମେ ଏପରି ଆପ ଗୁ଼ଡିକ ଉପରେ ନଜର ରଖୁଛୁ ।  ଏହା ବ୍ୟତୀତ ଆମେ ଉଭୟ ଗୁଗୁଲ ଏବଂ ଆପଲକୁ ଏକ ଆଡଭାଇଜରୀ ମଧ୍ୟ ଜାରି କରିଛୁ ଯେ ସେମାନେ ସେମାନଙ୍କ ପ୍ଲାଟଫର୍ମରେ ଅସୁରକ୍ଷିତ କିମ୍ବା ବେଆଇନ ଆପ୍ ଅନ୍ତର୍ଭୁକ୍ତ କରନ୍ତୁ ନାହିଁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମସ୍ତ ଡିଜିଟାଲ ନାଗରିକଙ୍କ ପାଇଁ ଇଣ୍ଟରନେଟକୁ ସୁରକ୍ଷିତ ଓ ବିଶ୍ବସନୀୟ କରିବା ଆମ ସରକାରଙ୍କ ଲକ୍ଷ୍ୟ। ଆମେ ଏହି ଲକ୍ଷ୍ୟ ରେ କାମ କରୁଛୁ । ଏଥିପାଇଁ ଆମେ ଖୁବଶୀଘ୍ର ଆରବିଆଇ ସହ ଏକ ବୈଠକ କରିବାକୁ ଯୋଜନା କରୁଛୁ, ଯାହାଦ୍ୱାରା ଏହି ଆପଗୁଡିକ ପାଇଁ ଯଥାଶୀଘ୍ର ଏକ ହ୍ୱାଇଟଲିଷ୍ଟ ପ୍ରସ୍ତୁତ କରାଯାଇପାରିବ । ହ୍ୱାଇଟଲିଷ୍ଟର ଅର୍ଥ ହେଉଛି ନିୟାମକଙ୍କ ଦ୍ୱାରା ଅନୁମୋଦିତ ହୋଇଥିବା ଆପ୍ । ଆପ୍ ଷ୍ଟୋରରେ କେବଳ ଏଭଳି ଋଣ ଆପ୍ କୁ ଅନ୍ତର୍ଭୁକ୍ତ କରିବା ପାଇଁ ଏକ ମାନଦଣ୍ଡ ସୃଷ୍ଟି କରାଯିବ।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button