ରାଜ୍ୟ

ଫୁଟବଲ ପଡ଼ିଆ ଜମିରେ ପଟ୍ଟା ବଣ୍ଟନକୁ ଗ୍ରାମବାସୀଙ୍କ ବିରୋଧ – Ibnodisha

[ad_1]

ରାଇରଙ୍ଗପୁର/ବାଦାମପାହାଡ଼: ଫୁଟବଲ ପଡିଆ ମଧ୍ୟରେ ଥିବା ଜମିରୁ ଜଣେ ଭୂମିହୀନ ବ୍ୟକ୍ତିଙ୍କୁ ପଟ୍ଟା ବଣ୍ଟନକୁ ଗ୍ରାମବାସୀ ବିରୋଧ କରିଛନ୍ତି। ସୂଚନା ଅନୁସାରେ କୁସୁମୀ ତହସିଲ ଅଞ୍ଚଳ ଜୟପୁର ଆର ଆଇ ସର୍କଲରେ ଥିବା କୁଲଡିହା ଫୁଟବଲ ପଡ଼ିଆ ମଧ୍ୟରେ ଥିବା ଜମିରୁ ମୋଟ ୪ ଡେସିମିଲ ଭୂମି ତହସିଲ ପକ୍ଷରୁ ଜଣେ ଭୂମିହୀନକୁ ପଟ୍ଟା ପ୍ରଦାନ କରିଥିଲେ। ଉକ୍ତ ପଟ୍ଟା ବଣ୍ଟନକୁ କୂଲଡିହା ଗ୍ରାମବାସୀ ବିରୋଧ କରିଥିଲେ। ଶତାଧିକ ଗ୍ରାମବାସୀ  ରାଇରଙ୍ଗପୁର ଉପଜିଲ୍ଲାପାଳ କାର୍ଯ୍ୟଳୟକୁ ଆସି ପହଞ୍ଚିଥିଲେ ଏବଂ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ପଟ୍ଟା ବଣ୍ଟନ କରାଯାଇଥିବା ପଡ଼ିଆରେ ଦୀର୍ଘ ବର୍ଷ ଠାରୁ ଗ୍ରାମବାସୀ ପାରମ୍ପାରିକ ପୂଜା କରିଆସୁଛନ୍ତି ଏବଂ ପଡ଼ିଆରେ ଫୁଟବଲ ପ୍ରତିଯୋଗିତା ଗୁଡିକର ମଧ୍ୟ ଆୟୋଜନ ହୋଇଥାଏ। ଏହା ବ୍ୟତୀତ ଗ୍ରାମସଭା ନକରି ବେନିୟମ ଭାବେ ଜମି ପଟ୍ଟା ଦିଆଯାଇଛି ବୋଲି କହିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ସୁଗଦା ମାଝୀ, ଜୁଝାର ମାଝୀ, ପରେଶ ଚନ୍ଦ୍ର ମାଝୀ, ରାଜୁ ମାଝୀ, ସୁନାରାମ ମାଝୀ, ମାନସିଂ ସୋରେନ, ସୁମନ୍ତ ମାଝୀ, ଚୈତନ ମୁର୍ମୁ, ଗୋପୀ ମାଝୀ, ମାସାଙ୍ଗ ମାଝୀ, ଫାଗୁ ମାଝୀ ସହ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button