ରାଜ୍ୟ

ସିମ୍ ବକ୍ସରେ କରିହେବ ଅନେକ ଅନ୍ତର୍ଘାତୀ କାମ, ରାଜୁ ମଣ୍ଡଳ ଏଥିରେ କଣ କରିଥିବ ଜାଣନ୍ତୁ

ଭୁବନେଶ୍ୱର : ରାଜୁ ମଣ୍ଡଳକୁ କମିଶନରେଟ୍‌ ପୋଲିସ୍‌ ଗିରଫ କରିବା ପରେ ଜୋରରେ ଚର୍ଚ୍ଚା ଧରିଛି ସିମ୍‌ବକ୍ସ କଥା । ତେବେ ଏହି ସିମବକ୍ସ କଣ ଓ ଏଥିରେ କଣ କରାଯାଏ ଏବଂ ଏହାକୁ ନେଇ ଏତେ ଚର୍ଚ୍ଚା କାହିଁକି ଆସନ୍ତୁ ଜାଣିବା ।

ସିମ ବକ୍ସ ଏମିତି ଏକ ଡିଭାଇସ୍ ଯାହା ଦ୍ୱାରା ଭଏସ୍ ଓଭର ଇଣ୍ଟରନେଟ୍ ପ୍ରୋଟୋକଲ ବା ଭିଓଆଇପି ଦ୍ୱାରା ବ୍ୟବହାର କରିହୁଏ ା ଗୋଟିଏ ସିମବକ୍ସରୁ ଏକାଥରେ ୫୦୦ ସିମକାର୍ଡ଼ ବ୍ୟବହାର କରାଯାଇ ପାରିବ ।

ଏଥିରେ ବିଭିନ୍ନ ମୋବାଇଲ ଅପରେଟରଙ୍କ ସିମକାର୍ଡ଼ ଲଗାଯାଇ ପାରିବ । ଆଉ ସବୁଠୁ ବଡ଼ କଥା ହେଉଛି ଅନ୍ୟ ଗୋଟିଏ ଦେଶରେ ରହି ସିମବକ୍ସରୁ କଲ୍ କଲେ ବି ତାହା ଲୋକାଲ କଲ୍ ଭଳି ଜଣାପଡ଼ିବ । ସିମବକ୍ସ ଇଣ୍ଟରନେସନାଲ କଲକୁ ଲୋକାଲ କଲରେ ବଦଳାଇ ଦେଇ ପାରେ । ଏହି ସିମ୍‌ବକ୍ସ ବେଆଇନ୍ ଓ ଜାଲ୍ ଟେଲିଫୋନ୍ ଏକ୍ସଚେଞ୍ଜ ଭଳି କାମ କରେ । ସାଇବର ସ୍କାମ୍ ଓ ସାଇବର ଫ୍ରଡ୍ କରୁଥିବା ଲୋକମାନେ ଏଭଳି ସିମବକ୍ସର ବ୍ୟବହାର କରିଥାନ୍ତି । ଏମାନେ ଟେଲିକମ୍ କମ୍ପାନୀକୁ ବି ଧୋକା ଦେବାରେ ସମର୍ଥ ହେଉଛନ୍ତି ।

ଫ୍ରଡ୍ କରୁଥିବା ଲୋକ ଏକାସାଙ୍ଗରେ ବିଭିନ୍ନ ମୋବାଇଲକୁ ମେସେଜ୍ ପଠାଇ ପାରେ ଏହି ସିମ ବକ୍ସ ଜରିଆରେ । ଏମାନଙ୍କର ମୁଖ୍ୟ ଲକ୍ଷ୍ୟ ଥାଏ ଆପଣଙ୍କ ମୋବାଇଲ ଡାଟାକୁ ଚୋରି କରି ନେବା । ଏହି ସିମବକ୍ସ ଜରିଆରେ ଅନ୍ତର୍ଘାତୀ କାର୍ଯ୍ୟ ବି ହେଉଛି । ସେଥିପାଇଁ ସିମବକ୍ସକୁ ନେଇ ଏତେ ତନାଘନା । ଓଡ଼ିଶା ସମେତ ଝାଡ଼ଖଣ୍ଡରୁ ମଧ୍ୟ ରାଜୁ ଜରିଆରେ ସିମବକ୍ସ ଠାବ କରିଛି ପୋଲିସ୍‌ । ଏବେ ବାଂଲାଦେଶୀ ଅସଦୁର ଲିଙ୍କ ବାହାରିଛି ଏଥିରେ ।

Related Articles

Leave a Reply

Your email address will not be published. Required fields are marked *

Back to top button