ଖଣିରେ ଶହଶହ ଝରଣାର ସର୍ତ୍ତା ହରାଉଛି – Ibnodisha
[ad_1]
ଯାଜପୁର: ଯାଜପୁର ଜିଲ୍ଲାର ସୁକିନ୍ଦା ଖଣି ଅଂଚଳ ରେ ସହ ସହ ଝରଣା ସର୍ତ୍ତା ହରାଉଛିl ଖଣି ଖନନ ସମୟରେ ଖଣିରେ ଶହଶହ ଝରଣାଗୁଡିକୁ ପୋତି ଦିଆ ଯାଉଛି l ଖଣି ଖନନ ଓ ଖଣିଜ ଉତ୍ତୋଳନ କାର୍ଯ୍ୟଧାରା ମଧ୍ୟରେ କେଉଁଠି ଅଧିକାଂଶ ଝରଣା ପୋତିହୋଇ ସବୁଦିନ ପାଇଁ ସତ୍ତା ହରାଉଛନ୍ତି ତ’ ଆଉ କେଉଁଠି ସଂପୂର୍ଣ୍ଣ ଶୁଖି ଯାଉଛନ୍ତି। କିଛି ସ୍ଥାନରେ ଖଣି ଭିତରକୁ ପଡ଼ିଥିବା ଝରଣା ବର୍ଷକୁ ୪ ରୁ ୬ ମାସ ଜୀବନ୍ତ ରହୁଥିବା ଦେଖାଯାଏ। ଆଉ କିଛି କ୍ଷେତ୍ରରେ ପ୍ରବାହମାନ ଥିବା କିଛି ଝରଣାର ଉତ୍ପତ୍ତି ସ୍ଥଳ ଯେଉଁଠି, ୩୦ ରୁ ୫୦ ବର୍ଷ ମଧ୍ୟରେ ସେ ସେଇଠି ହିଁ ରହିଯାଇଛନ୍ତି। ଏସବୁ ଝରଣା କଳେବର ବୃଦ୍ଧି ହେଉନାହିଁ। ସେହିପରି ପାଖାପାଖି ଅଢ଼େଇ କିଲୋମିଟର ଦୈର୍ଘ୍ୟ, ଦେଢ଼ କିଲୋମିଟର ପ୍ରସ୍ଥ ଓ ଦେଢ଼ଶହ ମିଟର ଗଭୀରତା ବିଶିଷ୍ଟ ଏସିଆ ମହାଦେଶର ବୃହତ୍ତମ କ୍ରୋମାଇଟ୍ ଖଣିର ମାନ୍ୟତା ପାଇଥିବା ଟାଟାଷ୍ଟିଲ ସୁକିନ୍ଦା କ୍ରୋମାଇଟ୍ ଖଣିର ଓବି-୧୦ କ୍ବାରି ଓ ପାଖାପାଖି ଦେଢ଼ କିଲୋମିଟର ଦୈର୍ଘ୍ୟ, ୮ଶହ ମିଟର ପ୍ରସ୍ଥ ଓ ଦେଢ଼ଶହ ମିଟର ଗଭୀରତା ଥାଇ ଦ୍ବିତୀୟ ସର୍ବବୃହତ ଖଣି ଭାବେ ଗଣା ହେଉଥିବା ଓଡ଼ିଶା ଖଣି ନିଗମ(ଓଏମ୍ସି) ଦକ୍ଷିଣ କାଳିଆପାଣି କ୍ରୋମାଇଟ୍ ଖଣିର ଡି’କ୍ବାରି ଭଳି ବଡ଼ବଡ଼ ଖଣିରେ ଏବେ ୧୫ ରୁ ୨୦ଟି ଝରଣା ପ୍ରବାହିତ ହେଉଥିବା ଜଣାପଡ଼ିଛି। ବର୍ଷାଦିନେ ଏସବୁ ଖଣିରେ ଝରଣା ସଂଖ୍ୟା ଦେଢ଼ରୁ ୨ ଗୁଣକୁ ବଢ଼ିଯାଉଥିବା ଦେଖିବାକୁ ମିଳେ। ଖଣି ଖନନ ଓ ଖଣିଜ ଉତ୍ତୋଳନ କ୍ଷେତ୍ରରେ ଏସବୁ ଝରଣା ବାଧକ ସାଜିଥାନ୍ତି। ଖଣିଜ ଉତ୍ତୋଳନ ପାଇଁ ଆନୁଷଙ୍ଗିକ ଖଣିକାର୍ଯ୍ୟର ପ୍ରାଥମିକ ପଦକ୍ଷେପ ସ୍ବରୂପ ଝରଣାରୁ ପ୍ରବାହମାନକୁ ରୋକାଯିବା କିମ୍ବା ଝରୁଥିବା ଜଳରାଶି ନିଷ୍କାସନ ପ୍ରକ୍ରିୟାକୁ ପ୍ରାଥମିକତା ଦିଆଯାଇଥାଏ।
ପଶ୍ଚିମରେ ଦୈତାରୀ ପର୍ବତମାଳା ଓ ପୂର୍ବରେ ମହାଗିରି ପର୍ବତମାଳାର ମଧ୍ୟବର୍ତ୍ତୀ ଅଞ୍ଚଳ ସୁକିନ୍ଦା କ୍ରୋମ୍ ଉପତ୍ୟକା ନାଁରେ ବିଶ୍ବ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଏହା ଦକ୍ଷିଣରେ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ତହସିଲ ଅଧୀନ ଓଏମ୍ସି ବିରାଶାଳ ଡଙ୍ଗାକୋଟା ଓ କାଠପାଳ କ୍ରୋମାଇଟ୍ ଖଣିରୁ ପାଖାପାଖି ୩୦ କିଲୋମିଟ ଦୂର ଉତ୍ତର ଦିଗରେ ସୁକିନ୍ଦା ତହସିଲ ଅଧୀନ ଟାଟାଷ୍ଟିଲ କମର୍ଦ୍ଦା କ୍ରୋମାଇଟ୍ ଖଣିକୁ ଲମ୍ବିଛି। ଏହି ସୁବିଶାଳ କ୍ରୋମ୍ ଉପତ୍ୟକା ମଧ୍ୟରେ ପାଖାପାଖି ୫୦ ଗୋଟି ଖୋଲା କ୍ରୋମାଇଟ୍ ଖଣି ଏବଂ ଫେକର କମ୍ପାନିର କାଠପାଳ କ୍ରୋମାଇଟ୍ ଖଣି ଲିଜ୍ ଏରିଆରେ ଥିବା ୨ଟି ଭୂତଳ କ୍ରୋମାଇଟ୍ ଖଣି ଜଙ୍ଗଲ ପିଟ୍ ଓ ମହେଶ୍ବର ପିଟ୍ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ଓଏମ୍ସି କାଳିଆପାଣି କ୍ରୋମାଇଟ୍ ଖଣି କ୍ବାରି-୩, କ୍ବାରି-୨, କ୍ବାରି-୧, କାଠପାଳ କ୍ରୋମାଇଟ୍ ଖଣି ଲିଜ୍ ଏରିଆରେ ଥିବା ୪ଟି ଖଣି ବାଉଣ୍ଡରି ପିଟ୍, ପାହାଡ଼ ପିଟ୍, ବି’କ୍ବାରି ଓ ନିମକୋଚା, ପୁରୁଣା ଟାଟାଷ୍ଟିଲ ୧ ନମ୍ବର କ୍ରୋମାଇଟ୍ ଖଣି, ତଳଙ୍ଗି କ୍ରୋମାଇଟ୍ ଖଣି ଭଳି ବଡ଼ବଡ଼ ପରିତ୍ୟକ୍ତ ଖଣିରେ ଏବେ ୫୦ ମିଟରରୁ ଶହେ ମିଟର ପର୍ଯ୍ୟନ୍ତ ଗଭୀରତା ଥିବା ଖଣିରେ ୩୦ ଲକ୍ଷ ଘନମିଟରରୁ ୫୦ ଲକ୍ଷ ଘନମିଟର ଆୟତନ ପର୍ଯ୍ୟନ୍ତ ଜଳ ଭଣ୍ଡାର ରହିଥିବା ଦେଖାଯାଏ।
ଏସବୁ ଖଣିରେ ଭରି ରହିଥିବା ବିଶାଳ ଜଳରାଶିର ଉତ୍ସ ଭାବେ ଶହଶହ ଝରଣା ସେହି ଖଣିରେ ବର୍ଷବର୍ଷ ଧରି ସୁପ୍ତ ଅବସ୍ଥାରେ ରହିଛନ୍ତି। ସେହିପରି ଏବେ କ୍ରୋମ୍ ଉପତ୍ୟକାର ୬ଟି ଖଣି କର୍ତ୍ତୃପକ୍ଷ ଓଏମ୍ସି, ଟାଟାଷ୍ଟିଲ, ଇମ୍ଫା, ଫେକର-ବେଦାନ୍ତ, ବାଲେଶ୍ବର ଆଲଏଜ୍ ଓ ଜିନ୍ଦଲ ଷ୍ଟେନଲେସ୍ କମ୍ପାନି ମାଲିକାନାରେ ଥିବା ୧୧ଟି କ୍ରିୟାଶୀଳ କ୍ରୋମାଇଟ୍ ଖଣି ରହିଛି। ଏସବୁ ଖଣିରେ ଝରଣାର ପ୍ରାକୃତିକ ଗତିପଥର ଦିଗ ପରିବର୍ତ୍ତନ କିମ୍ବା ମାରିଦେବା ଉଦ୍ୟମ ଅବ୍ୟାହତ ରହିଛି। ଏହାବାଦ୍ ଡମ୍ପିଂ ସମସ୍ୟା ପାଇଁ ଟାଟାଷ୍ଟିଲ ସୁକିନ୍ଦା କ୍ରୋମାଇଟ୍ ଖଣିର ସୁବିଶାଳ ଓବି-୨ କ୍ବାରି ଓ ଗତବର୍ଷରୁ ଓଏମ୍ସି ମାଲିକାନାକୁ ଆସିଥିବା ତଳଙ୍ଗି କ୍ରୋମାଇଟ୍ ଖଣିକୁ ଖନନ କରି କ୍ରୋମ୍ ଉତ୍ତୋଳନ ପରେ ସଂତୃପ୍ତି ଅବସ୍ଥାକୁ ଆସିଯାଇଥିବା ୨ ପୁରୁଣା ଖଣିକୁ ପୋତି ଦିଆଯାଇଛି। ଏଠାରେ ଭବିଷ୍ୟତ ରେ ଝରଣା ଥିବା ନେଇ କେବଳ ଲୋକ ସ୍ମୃତି ରହିବ ତିଳେ ହେଲେ ସଂନ୍ଦେହେ ନାହିଁ।
[ad_2]