IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଜାଣନ୍ତିକି ଡାଇବେଟିସ ପରି ମାରାତ୍ମକ ରୋଗରୁ ବଞ୍ଚାଇଥାଏ ‘ଫିଲ୍ଟର କଫି’

ନିୟମିତ କଫି ପିଉଥିବା ଲୋକଙ୍କ ପାଇଁ ଏକ ଖୁସି ଖବର । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏକ ଗବେଷଣାରୁ ଜଣାଯାଇଛି ଯେ କଫି ପିଇବା ଦ୍ୱାରା ଡାଇବେଟିସ ପରି ମାରାତ୍ମକ ରୋଗରୁ ମଧ୍ୟ ଛୁଟକାରା ମିଳିପାରିଥାଏ । ଏହି ଗବେଷଣା ଜନିତ ତଥ୍ୟ ‘ଜର୍ଣ୍ଣାଲ ଅଫ ଇଣ୍ଟରନାଲ ମେଡ଼ିସିନ’ ନାମକ ଏକ ପତ୍ରିକାରେ ପ୍ରକାଶ ପାଇଛି । ଗବେଷଣାରୁ ଜଣା ଯାଇଛି ଯେ ପ୍ରତିଦିନ ୩ କପ ଫିଲ୍ଟର କଫି ପିଇବା ଦ୍ୱାରା ଟାଇପ ୨ ଡାଇବେଟିସ ହେବାର ସମ୍ଭାବନା ବହୁ ପରିମାଣରେ କମି ଯାଇଥାଏ । ଆଉ ମଧ୍ୟ ଯଦି ଆପଣ ଫୁଟା ଯାଇଥିବା କଫି ବଦଳରେ ଫିଲ୍ଟର କଫି ପିଅନ୍ତି ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ଲାଭଦାୟକ ହୋଇଥାଏ ।

filter coffee

ଆଉ ମଧ୍ୟ ଏହା ଦ୍ୱାରା ମଧୁମେହ ହେବାର ଆଶଙ୍କା ୬୦ ପ୍ରତିଶତ ପର୍ଯ୍ୟନ୍ତ କମିଯାଇଥାଏ । ସ୍ୱିଡ଼େନ ସ୍ଥିତ ୟୁମି ବିଶ୍ୱବିଦ୍ୟାଳୟର ପ୍ରଫେସର ଫିଲ୍ଟର କଫି ଓ ଫୁଟା ଯାଇ ପ୍ରସ୍ତୁତ ହେଉଥିବା କଫି ଭିତରେ ଫରକ ସମସ୍ତଙ୍କ ସାମ୍ନାରେ ବୁଝାଇଛନ୍ତି । ତାଙ୍କ ଅନୁଯାୟୀ ଫୁଟାଯାଇ ପ୍ରସ୍ତୁତ ହେଉଥିବା କଫି ଅପେକ୍ଷା ଫିଲ୍ଟର କଫି ଶରୀର ଉପରେ ଅଧିକ ସୁପ୍ରଭାଵ ପକାଇଥାଏ । ଶରୀର ଉପରେ ଫୁଟା କଫି ସକାରାତ୍ମକ ପ୍ରଭାବ ପକାଉଥିବା ବେଳେ ଫିଲ୍ଟର କଫି ନକାରାତ୍ମକ ପ୍ରଭାବ ପକାଇଥାଏ । ଅନୁସନ୍ଧାନ କାରୀ ମାନଙ୍କ ଅନୁଯାୟୀ ଫୁଟାଯାଇ ପ୍ରସ୍ତୁତ ହେଉଥିବା କଫି ହୃଦ ରୋଗୀମାନଙ୍କ ପାଇଁ ମଧ୍ୟ କ୍ଷତି କାରକ ହୋଇଥାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button