ମନୋରଞ୍ଜନ

ଖାଲି ଖାଇବାର ସ୍ୱାଦ ନୁହଁ ବରଂ ବାସନକୁ ମଧ୍ୟ ଚମକାଇବ ଟମାଟୋ କେଚଅପ୍

ଟମାଟୋ ସସ୍ ବା କେଚଅପ୍ ଖାଲି ଯେ ଖାଇବାର ସ୍ବାଦ ବଢ଼ାଇଥାଏ ତାହା ନୁହଁ ଏହା ଘରକୁ ସୁନ୍ଦର ଏବଂ ଚମକଦାର କରିବାରେ ମଧ୍ୟ ସହାୟକ ହୋଇଥାଏ। ଏଥିରେ ମିଳିଥିଏ ଅନେକ ଭଲ ଗୁଣ।  ଯାହା ବାସନରେ ରହିଥିବା ଦାଗରୁ ଦେଇଥାଏ ମୁକ୍ତି। ଆଜି ଆମେ ଚମାଟୋ ସସ୍ ବା କେଚଅପ ଦ୍ବାରା କିପରି ଘର ଚମକାଇବେ ତାହା ବିଷୟରେ କହିବା ପାଇଁ ଯାଉଛୁ।

କପର

ସାଧାରଣତଃ କପର ଜିନିଷ ବହୁତ ଶୀଘ୍ର କଳା ହେବାକୁ ଲାଗିଥାଏ। ଏଣୁ କଳା ହୋଇଯାଇଥିବା କପର ବାସନ ଉପରେ ୨୦ ମିନିଟ ଟମାଟୋ କେଚଅପ ଲଗାଇ ରଖନ୍ତୁ। ଏହାପରେ ନରମ କପଡ଼ାରେ ତାହାକୁ ସଫା କରନ୍ତୁ।

 

ରୁପା

ରୁପା ବାସନ ଏବଂ ଗହଣାକୁ ଚମକାଇବା ପାଇଁ ବ୍ଯବହାର କରନ୍ତୁ କେଚଅପ୍। ଗହଣା ବା ବାସନରେ ୫ମିନିଟ ପାଇଁ ଟମାଟୋ କେଚଅପ୍ ଲଗାଇବା ପରେ ସୁତା କପଡ଼ାରେ ସଫା କରନ୍ତୁ। ଏବେ ସେହି ଗହଣାକୁ ଗରମ ପାଣିରେ ବୁଡ଼ାଇ ଟୁଥବ୍ରଶରେ ଧିରେ ଧିରେ ସଫା କରନ୍ତୁ।

ପୋଡ଼ି ଯାଇଥିବା ବାସନ

ରୋଷେଇ କରୁଥିବା ବେଳେ ଅନେକ ସମୟରେ ବାସନ ପୋଡ଼ି ଯାଇଥାଏ। ଅଥବା କିଛି ଖାଇବା ପୋଡ଼ି ସେଥିରେ ଲାଗି ଯାଇଥାଏ। ପୋଡ଼ି ଯାଇଥିବା ବାସନରେ ଟିକେ କେଚଅପକୁ ରାତିରେ ବାସନରେ ଛାଡ଼ି ପରେ ସକାଳେ ତାହାକୁ ଧୋଇଦିଅନ୍ତୁ। ଦେଖିବେ ବାସନ ପୂର୍ବ ଭଳି ଚମକଦାର ହୋଇଯିବ।

burn

ଜଙ୍ଗରୁ ମିଳିବ ମୁକ୍ତି

ଲୁହା ଜିନିଷରୁ ମୁକ୍ତି ପାଇବା ପାଇଁ ଟମାଟୋ କେଚଅପ୍ ଲଗାଇ କିଛି ସମୟ ପାଇଁ ରଖନ୍ତୁ। ଏହାପରେ କୌଣସି ବ୍ରସରେ ତାହାକୁ ଘସି ତାହାକୁ ସଫା କରନ୍ତୁ ଏଥିରୁ ବାହାରିଯିବ ଜଙ୍ଗ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button