ଆପଣଙ୍କ ନଖ ହଳଦିଆ ପଡି ଯାଉଛିକି, ତେବେ ଫଲୋ କରନ୍ତୁ ଏହି ଟିପ୍ସ

ଚେହେରା ସହ ହାଥ ଓ ନଖର ଯତ୍ନ ନେବା ନିହାତି ଜରୁରୀ । ଶରୀରରେ ପୋଷାକ ତତ୍ତ୍ୱର ଅଭାବ, ନଖ ଚୋବାଇବା ଅଭ୍ୟାସ, ଶସ୍ତା ନେଲପାଲିସର ବ୍ୟବହାର ଦ୍ୱାରା ନଖ ଖରାପ ହୋଇଯାଏ । ନଖ ଦୁର୍ବଳ ହେବା ସହ ହଳଦିଆ ପଡ଼ିଯାଏ । ଯଦି ଆପଣଙ୍କର ବି ଏହି ସବୁ ନଖ ସମସ୍ୟା ଥାଏ । ତେବେ ଆପଣଙ୍କୁ ପାର୍ଲର ଯାଇ ଦାମୀ ମେନିକିଓର କରିବାର କୌଣସି ଆବଶ୍ୟକତା ନାହିଁ କି ଏବାବଦରେ ହଜାର ହଜାର ଟଙ୍କା ଖର୍ଚ୍ଚ ବି କରିବାକୁ ପଡିବ ନାହିଁ । ଏଥିପାଇଁ କିଛି ସରଳ ଘରୋଇ ଉପାୟରେ ବି ଆପଣ ନିଜ ନଖର ଚିକିତ୍ସା କରିପାରିବେ । ଯାହାଦ୍ୱାରା ଆପଣଙ୍କ ନଖ ନଖ ମଜବୁତ, ଲମ୍ବା ହେବା ସହ ଚମକଦାର ମଧ୍ୟ ହେଇପାରିବ ।
ଲେମ୍ବୁ:
ଭିଟାମିନ-ସି ରେ ଭରପୁର ଲେମ୍ବୁରେ ବ୍ଲିଚିଙ୍ଗ ଏଜେଣ୍ଟ ବି ରହିଛି । ଲେମ୍ବୁ ଚୋପା ବାହାର କରି ନଖରେ ଘଷାନ୍ତୁ । ନଚେତ ନଖ ଉଷୁମ ପାଣିରେ ଏକ ଚାମଚ ଲେମ୍ବୁ ରସ ମିଶାଇ 15 ମିନିଟ ପାଇଁ ବୁଡାଇ ରଖନ୍ତୁ । ଏହା ସହ ଫାଇଲ୍ ରେ ସାହାଯ୍ୟରେ ନଖ ସଫା କରନ୍ତୁ । ଏହା ପରେ ସଫା ଓ ନରମ କପଡାରେ ଭଲ ଭାବରେ ପୋଛି କ୍ରିମ ଲଗାନ୍ତୁ । ଏହା ଦ୍ୱାରା ନଖର ହଳଦିଆ ପଣ ଦୂର ହେବା ସଫା ଦେଖାଯିବ
ଟୁଥପେଷ୍ଟ :
ସାମାନ୍ୟ ଟୁଥପେଷ୍ଟକୁ ହାତରେ ନେଇ ନଖରେ ଲଗାନ୍ତୁ । 1 ରୁ 2 ମିନିଟ ପର୍ଯ୍ୟନ୍ତ ମାଲିସ କରନ୍ତୁ । ଏହା ପରେ ଥଣ୍ଡା ପାଣିରେ ଧୋଇ ନିଅନ୍ତୁ ।ଏହା ଦ୍ୱାରା ଭଲ ଭାବରେ ନଖ ସଫା ହୋଇଯାଇଥାଏ ।
ଲିସ୍ଟରିନ:
ମୁହଁ ସଫା ପାଇଁ ବ୍ୟବହୃତ ହେଉଥିବା ଲିସ୍ଟରିନକୁ ନଖ ସଫାରେ ବି ବ୍ୟବହାର କରାଯାଇପାରିବ । ଏଥିପାଇଁ ଏକ ମଗ ପାଣିରେ ଗୋଟେ ଚାମଚ ଲିସ୍ଟରିନ ପକାଇ ଭଲ ଭାବରେ ମିକ୍ସ କରିଦିଅନ୍ତୁ । ଏହି ପାଣିରେ ନଖ 15 ମିନିଟ ପର୍ଯ୍ୟନ୍ତ ବୁଡାଇ ରଖନ୍ତୁ । ଏବେ ଭଲଭାବରେ ସଫା କରି କ୍ରିମ ଲଗାନ୍ତୁ ।
କିନ୍ତୁ ଏ ଦିଗ ପ୍ରତି ଧ୍ୟାନ ରଖନ୍ତୁ:
– ଶରୀରରେ ଜିଙ୍କ ମାତ୍ର କମିଲେ ବିଶେଷ କରି ନଖ ସମସ୍ୟା ଦେଖାଦିଏ । ତେଣୁ ଜିଙ୍କରେ ଭରପୁର ଖାଦ୍ୟ ନିଜ ଲିସ୍ଟରେ ସାମିଲ କରନ୍ତୁ ।
– ନିୟମିତ ଭାବରେ ରାଜମା, ଚଣା, ସବୁଜ ପନିପରିବା, ମକା, ପାଳଙ୍ଗ, ରାଜମା ଆଦିର ସେବନ କରନ୍ତୁ ।
– ଦିନକୁ ଅତି କମରେ 7 ରୁ 8 ଗ୍ଲାସ ପାଣି ପିଅନ୍ତୁ ।
– ଭଲ କମ୍ପାନୀର ନେଲ ପେଣ୍ଟ ବ୍ୟବହାର କରନ୍ତୁ ।
– ନଖ ଚୋବନ୍ତୁ ନାହିଁ । ଏହି ଅଭ୍ୟାସରୁ ଦୁରେଇ ରୁହନ୍ତୁ ।




