ମନୋରଞ୍ଜନ

ହୃଦ୍‌ଘାତରେ ପ୍ରାଣ ହରାଇଲେ ‘ସୋଲେ’ ସିନେମାର ଅଭିନେତା ସତୀନ୍ଦର୍‌ ଖୋସ୍‌ଲା – Ibnodisha

[ad_1]

ମୁମ୍ବାଇ: ‘ବୀରବଲ’ ନାମରେ ସୁପରିଚିତ ବର୍ଷୀୟାନ୍‌ ଅଭିନେତା ସତୀନ୍ଦର୍‌ କୁମାର ଖୋସ୍‌ଲାଙ୍କର ହୃଦ୍‌ଘାତ ଯୋଗୁଁ ମଙ୍ଗଳବାର ସନ୍ଧ୍ୟା ବେଳେ ଦେହାନ୍ତ ହୋଇଯାଇଥିବା କଥା ‘ଏଏନ୍‌ଆଇ’ ରିପୋର୍ଟ କରିଛି।

୮୦ ବର୍ଷିୟ ସତୀନ୍ଦର୍‌ ମୁମ୍ବାଇର କୋକିଲାବେନ୍‌ ହସ୍ପିଟାଲ୍‌ରେ ମରିଥିବା କଥା ତାଙ୍କ ବନ୍ଧୁ ଜୁଗ୍‌ନୁ ଗଣମାଧ୍ୟମକୁ କହିଛନ୍ତି। ସେ କହିଛନ୍ତି ଯେ, ହୃଦ୍‌ଘାତ ଯୋଗୁଁ କୋକିଲାବେନ୍‌ ହସ୍ପିଟାଲ୍‌ରେ ତାଙ୍କର ମୃତ୍ୟୁ ଘଟିଛି। ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ।

‘ଏକ୍ସ୍‌’ରେ ଶୋକବ୍ୟକ୍ତ କରି ‘ସିନେ ଆଣ୍ଡ୍‌ ଟିଭି ଆର୍ଟିଷ୍ଟସ୍‌ ଆସୋସିଏସନ୍‌’ (ସିନ୍‌ଟା) ଲେଖିଛି: ବୀରବଲ୍‌ଙ୍କ ମୃତ୍ୟୁ ଯୋଗୁଁ ‘ସିନ୍‌ଟା’ ସମବେଦନା ବ୍ୟକ୍ତ କରୁଛି। (ସେ ୧୯୮୧ରୁ ‘ସିନ୍‌ଟା’ର ସଦସ୍ୟ ଥିଲେ।)

Image Courtesy of LatestLY

ହାସ୍ୟରସାତ୍ମକ ଚରିତ୍ରରେ ଅଭିନୟ ନିମନ୍ତେ ସତୀନ୍ଦର ପ୍ରସିଦ୍ଧି ଲାଭ କରିଥିଲେ। ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ବି ‘ସୋଲେ’ ସିନେମାରେ  ଅଭିନୟ କରିଥିବା କଏଦୀ ଚରିତ୍ର ପାଇଁ ସେ ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରିପାରିଥିଲେ।

ତାଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ହେଉଛି ‘ଦୋ ବନ୍ଧନ’। କିନ୍ତୁ, ଭି. ଶାନ୍ତାରାମ୍‌ଙ୍କ ‘ବୁନ୍ଦ ଜୋ ବନ୍‌ଗୟୀ ମୋତି’ ଚଳଚ୍ଚିତ୍ରରେ ବାଞ୍ଛାରାମ ଭୂମିକାରେ ଅଭିନୟ କରିବା ପରେ ସେ ଦର୍ଶକଙ୍କ ନିକଟରେ ପରିଚିତ ହେଲେ। ଅଭିନୟ କ୍ୟାରିୟର୍‌ରେ ସେ ହିନ୍ଦୀ, ପଞ୍ଜାବୀ, ଭୋଜପୁରୀ ଓ ମରାଠୀ ଆଦି ଭାଷାରେ ୫୦୦ରୁ ଅଧିକ ସିନେମାରେ ଅଭିନୟ କରିଛନ୍ତି।

ସେ ଅଭିନୟ କରିଥିବା କେତେକ ପ୍ରମୁଖ ଚଳଚ୍ଚିତ୍ର ହେଉଛି, ‘ଫିର୍‌ କଭି’, ‘ମେରା ଗାଓଁ, ମେରା ଦେଶ୍‌’, ‘ସଦ୍‌ମା’, ‘ଚାର୍ଲି ଚାପ୍‌ଲିନ୍‌’, ‘ଅନୁରୋଧ’, ‘ତପସ୍ୟା’, ଅମିର୍‌ ଗରିବ୍’ ‘ହମ୍‌ ହୈଁ ରାହି ପ୍ୟାର୍‌ କେ’, ‘ଦିଲ୍‌’, ‘ଗ୍ୟାମ୍ବ୍‌ଲର୍‌’ ଏବଂ ‘ମିଷ୍ଟର୍‌ ଆଣ୍ଡ୍‌ ମିସେସ୍‌ ଖିଲାଡି’।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button