ଜମ୍ମ-କଶ୍ମୀରରେ ଏନ୍କାଉଣ୍ଟର୍: ୧ ଆତଙ୍କୀ ନିପାତ; ଜଣେ ଯବାନଙ୍କ ସମେତ ଆର୍ମି ଡଗ୍ ସହିଦ, ୩ ଆହତ – Ibnodisha
[ad_1]
ଶ୍ରୀନଗର: ମଙ୍ଗଳବାର ଅପରାହ୍ନରୁ ଜମ୍ମୁ-କଶ୍ମୀରର ରାଜୌରୀ ଜିଲ୍ଲା ନରଲା ଗ୍ରାମରେ ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନ୍କାଉଣ୍ଟର ଜାରୀ ରହିଛି । ଏହି ଏନ୍କାଉଣ୍ଟର୍ରେ ଜଣେ ଆତଙ୍କୀ ନିପାତ ହୋଇଥିବା ବେଳେ ଜଣେ ଯବାନ ଓ ଆର୍ମି ଡଗ୍ ‘କେଣ୍ଟ୍’ ସହିଦ ହୋଇଛନ୍ତି । ସଂଘର୍ଷରେ ଦୁଇଜଣ ଯବାନ ଏବଂ ଜଣେ ସ୍ପେଶାଲ ପୁଲିସ ଅଫିସର୍ ଆହତ ହୋଇଛନ୍ତି । ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁସାରେ ଅଞ୍ଚଳରେ ୩-୪ ଜଣ ଆତଙ୍କୀ ଲୁଚିଥିବା ସୁରକ୍ଷାବଳକୁ ସୂଚନା ମିଳିଥିଲା । ଏହାପରେ ସେଠାରେ ତଲାସୀ ଅଭିଯାନ ଚାଲିଥିଲା । ଏହି ସମୟରେ ଆତଙ୍କୀମାନେ ସୁରକ୍ଷାବଳ ଉପରେ ଫାୟାରିଂ କରିବାରୁ ଏନ୍କାଉଣ୍ଟାର୍ ଆରମ୍ଭ ହୋଇଥିଲା ।
ଲିବ୍ୟାରେ ପ୍ରଳୟଙ୍କରୀ ବନ୍ୟା, ୨୦୦୦ ମୃତ
ତ୍ରିପୋଲି : ସାମୁଦ୍ରିକ ଝଡ ‘ଡାନିଏଲ’ ପ୍ରଭାବରେ ଆଫ୍ରିକୀୟ ରାଷ୍ଟ୍ର ଲିବ୍ୟାରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏଥିରେ ପ୍ରାୟ ୨ ହଜାର ଲୋକ ପ୍ରାଣ ହରାଇଥିବାବେଳେ ୮ ହଜାର ଲୋକ ନିଖୋଜ ହୋଇଥିବା ଜଣାପଡିଛି । ବନ୍ୟା ଯୋଗୁଁ ଲିବ୍ୟାର ଡେର୍ନା ସହର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଏଠାରୁ ୧୦୦୦ ମୃତଦେହ ଉଦ୍ଧାର କରାଯାଇଛି । ବନ୍ୟାଜଳରେ ଶତାଧିକ ବାସଗୃହ ଭାସିଯାଇଥିବାବେଳେ ସାଧାରଣ ଜନଜୀବନ ବିପର୍ଯ୍ୟସ୍ତ ହୋଇପଡିଛି । ୨୦୧୧ରୁ ଲିବ୍ୟାରେ ଗୃହଯୁଦ୍ଧ ଲାଗିଥିବାବେଳେ ଏହା ମୁଖ୍ୟତଃ ପୂର୍ବ ଓ ପଶ୍ଚିମ ଦୁଇଭାଗରେ ବିଭକ୍ତ ହୋଇଛି । ଆନ୍ତର୍ଜାତିକ ସର୍କିଟରେ ସ୍ୱୀକୃତିପ୍ରାପ୍ତ ଲିବ୍ୟା ସରକାରଙ୍କର ପୂର୍ବ ଲିବ୍ୟାରେ କୌଣସି କର୍ତ୍ତୃତ୍ୱ ନଥିବା କୁହାଯାଇଛି । ତେଣୁ ବନ୍ୟା ପ୍ରଭାବିତ ଅଞ୍ଚଳକୁ ରିଲିଫ୍ ପଠାଇବାରେ ଅସୁବିଧା ହେଉଥିବା କୁହାଯାଇଛି ।
କର୍ଣ୍ଣାଟକ: ବସ୍-ଟ୍ରକ୍ ଧକ୍କାରେ ୫ ମୃତ
ବେଙ୍ଗାଲୁରୁ :କର୍ଣ୍ଣାଟକର ଚିତ୍ରଦୁର୍ଗ ଜିଲ୍ଲା ଅନ୍ତର୍ଗତ ହିରିୟୁର୍ ସହରରେ ରାଜ୍ୟ ପରିବହନ ନିଗମ ବସ୍ ଓ ଗୋଟିଏ ଟ୍ରକ୍ ମଧ୍ୟରେ ଧକ୍କା ଲାଗି ୫ ଜଣ ପ୍ରାଣ ହରାଇଛନ୍ତି । ଆହତ ୮ ଜଣଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବସ୍ ଡ୍ରାଇଭରଙ୍କ ବେପରୁଆ ଗାଡିଚାଳନା ଯୋଗୁଁ ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ସମ୍ମୁଖରେ ଧୀରଗତିରେ ଯାଉଥିବା ଟ୍ରକ୍କୁ ଅତିକ୍ରମ କରିବାକୁ ଉଦ୍ୟମ କରୁଥିବାବେଳେ ବସ୍ର ବାମପାଶ୍ୱର୍ ଟ୍ରକ୍ର ପଛପଟରେ ଜୋରରେ ପିଟି ହୋଇଥିଲା ।
ର୍ୟାଗିଂ ଅଭିଯୋଗରେ ୧୦ ଡାକ୍ତରୀ ଛାତ୍ର ନିଲମ୍ବିତ
ହାଇଦ୍ରାବାଦ: ଜୁନିୟର ଛାତ୍ରଙ୍କୁ ର୍ୟାଗିଂ କରିଥିବା ଅଭିଯୋଗରେ ତେଲେଙ୍ଗାନାର ସରକାରୀ ଗାନ୍ଧୀ ମେଡିକାଲ କଲେଜର ୧୦ ଜଣ ଏମ୍ବିବିଏସ୍ ଛାତ୍ରଙ୍କୁ ଏକବର୍ଷ ପାଇଁ ନିଲମ୍ବନ କରାଯାଇଛି । ଆଣ୍ଟି-ର୍ୟାଗିଂ କମିଟି ରିପୋର୍ଟକୁ ଆଧାର କରି କଲେଜ କର୍ତ୍ତୃପକ୍ଷ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କୁହାଯାଇଛି । ଦଣ୍ଡିତ ଛାତ୍ରମାନେ ବିଗତ କିଛିଦିନ ଧରି ଜୁନିୟର ଛାତ୍ରଙ୍କୁ ଗ୍ୟାଗିଂ କରିବାପରେ ସେମାନେ ୟୁଜିସିର ଆଣ୍ଟି-ର୍ୟାଗିଂ ସେଲ୍ରେ ଲିଖିତ ଅଭିଯୋଗ କରିଥିବା ପ୍ରକାଶ । ଏଥିସହିତ ଅଭିଯୁକ୍ତ ଛାତ୍ରଙ୍କୁ ହଷ୍ଟେଲ ଖାଲି କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ମୁନ୍ଦ୍ରା ବନ୍ଦରରୁ ୨୬ କୋଟିର ପ୍ରାଚୀନ କଳାକୃତି ଜବତ
ଅହମ୍ମଦାବାଦ: ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଅଧିକାରୀମାନେ ଗୁଜରାଟର ମୁନ୍ଦ୍ରା ବନ୍ଦରରୁ ୨୬ କୋଟି ଟଙ୍କାର ପ୍ରାଚୀନ କଳାକୃତି ଜବତ କରିଥିବା ଜଣାପଡିଛି । ଦୁବାଇରୁ ଆସିଥିବା ଏହି କଣ୍ଟେନର ଉପରେ ‘ବ୍ୟକ୍ତିଗତ ସାମଗ୍ରୀ’ ଲେବୁଲ ଲାଗିଥିଲା । ତେବେ ଯାଞ୍ଚ କରାଯିବାପରେ ଉକ୍ତ କଣ୍ଟେନରରୁ ଏକାଧିକ ପ୍ରାଚୀନ ମୂର୍ତ୍ତି ଓ ଚିତ୍ରକଳା ରହିଥିବା ଜଣାପଡିଥିଲା । ରୁପା ଓ ସୁନା ପାଣିରେ ନିର୍ମିତ ଏହି ମୂର୍ତ୍ତି ଓ ଚିତ୍ରକଳାଗୁଡିକ ଉନବିଂଶ ଶତାବ୍ଦୀର ବୋଲି ଜଣାପଡିଛି । ବହିଃଶୁଳକ୍ ଏଡାଇବାକୁ ଏହି କଳାକୃତିଗୁଡିକର ମୂଲ୍ୟ କମ ଦର୍ଶାଯାଇଥିଲା ।
[ad_2]