ଦେଶ

ସ୍କୁଲରେ ‘ନକାବ୍‌’ ନିଷିଦ୍ଧ କଲା ଏହି ମୁସଲିମ୍ ଦେଶ – Ibnodisha

[ad_1]

କାଇରୋ: କର୍ଣ୍ଣାଟକରେ ସ୍କୁଲ ଛାତ୍ରୀମାନଙ୍କୁ ହିଜାବ ପିନ୍ଧିବା ଉପରେ କଟକଣା ଲଗାଯିବାକୁ ନେଇ ଦୁଇ ବର୍ଷ ତଳେ ବଡ଼ ବିବାଦ ଦେଖାଦେଇଥିଲା । ଅନେକ ମୁସଲିମ ଓ ଅନ୍ୟାନ୍ୟ ସଂଗଠନ ଏହାକୁ ବିରୋଧ କରିଥିଲେ । କିନ୍ତୁ ଏବେ ଖୋଦ୍ ଏକ ମୁସଲିମ ଦେଶରେ ଏପରି ଏକ ଡ୍ରେସ କୋଡକୁ ନେଇ ବିବାଦ ଦେଖାଦେଇଛି । ସେହି ମୁସଲିମ ଦେଶଟି ହେଉଛି ଇଜିପ୍ଟ । ଇଜିପ୍ଟ ସରକାର ସ୍କୁଲରେ ଛାତ୍ରୀମାନେ ମୁହଁ ଘୋଡ଼ାଇବାକୁ ବ୍ୟବହାର କରୁଥିବା ନକାବ୍ କୁ ନିଷିଦ୍ଧ କରିଛନ୍ତି ।

ତେବେ ଛାତ୍ରୀମାନେ ମୁଣ୍ଡ ଘୋଡ଼ାଇବାକୁ ହିଜାବ ବ୍ୟବହାର କରିପାରିବେ । ସେପ୍ଟେମ୍ବର ୩୦ରୁ ଆରମ୍ଭ ହେବାକୁ ଥିବା ଆଗାମୀ ଶିକ୍ଷାବର୍ଷ ପାଇଁ ଏହି କଟକଣା ଲାଗୁ ହେବ । ଇଜିପ୍ଟର ଶିକ୍ଷାମନ୍ତ୍ରୀ ରେଡା ହେଗାଜି ଆନୁଷ୍ଠାନିକ ଭାବେ ଏହି ନିଷ୍ପତ୍ତି ସଂପର୍କରେ ସୂଚନା ଦେଇଛନ୍ତି ଏବଂ ନୂତନ ନିର୍ଦ୍ଦେଶାବଳୀ ବିଷୟରେ ବିସ୍ତୃତ ସୂଚନା ଦେଇଛନ୍ତି । ମନ୍ତ୍ରୀ ହେଗାଜିଙ୍କ କହିବା ଅନୁସାରେ, ନୂଆ ଡ୍ରେସ୍ କୋଡ୍ ରେ ଛାତ୍ରଛାତ୍ରୀମାନେ କେଶ ଆବୃତ କରିପାରିବେ, କିନ୍ତୁ ମୁହଁକୁ ଘୋଡ଼ାଇପାରିବେ ନାହିଁ । ପୋଷାକର ରଙ୍ଗ ବିଷୟରେ ସେ କହିଛନ୍ତି ଯେ ସ୍କୁଲ ବୋର୍ଡ, ଟ୍ରଷ୍ଟି, ଅଭିଭାବକ, ବିଦ୍ୟାଳୟ ପରିଚାଳନା ଓ ଶିକ୍ଷା ସମିତି ମିଳିତ ଭାବେ ନିଷ୍ପତ୍ତି ନେଇପାରିବେ । ଏହି ଘଟଣାକୁ ନେଇ ସାରା ଦେଶରେ ବିବାଦ ଦେଖାଦେଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button