ଦେଶ

ଯୌବନକୁ ଚିରସ୍ଥାୟୀ ରଖିବାକୁ ଶୋଇବା ପୂର୍ବରୁ ନିଶ୍ଚୟ ଆପଣାନ୍ତୁ ଏହି ୩ଟି ଉପାୟ

ବୟସ ଯେତେ ଅଧିକ ହେଲେ ମଧ୍ୟ ସବୁ ଝିଅ ନିଜ ବୟସଠାରୁ କମ୍‌ ଦେଖାଯିବାକୁ ଚାହିଁଥାନ୍ତି। ବୟସ କମାଇବାକୁ ଯୁବତୀମାନେ ବଜାରର ବିଭିନ୍ନ ପ୍ରକାରର ଆଣ୍ଟି ଏଜିଙ୍ଗ୍‌ ବିୟୁଟି ପ୍ରଡକ୍ଟ ବ୍ୟବହାର କରିଥାନ୍ତି। କିନ୍ତୁ ଏହା ଦାମୀ ହେବା ସହ ମାତ୍ର କିଛି ଦିନ ପାଇଁ କାମ କରିଥାଏ। ପ୍ରଡକ୍ଟ ବ୍ୟବହାର କରିବା ବନ୍ଦ କରିଦେଲେ ତ୍ୱଚା ପୁଣିଥରେ ପୂର୍ବାବସ୍ଥାକୁ ଫେରି ଆସିଥାଏ। ତେବେ ଆମେ ଆଜି ଆପଣଙ୍କୁ କେତେକ ଆଣ୍ଟି ଏଜିଙ୍ଗ୍‌ ଫେସିଆଲ ମସାଜ ବିଷୟରେ କହିବୁ ଯାହାକୁ ଆପଣ ମାତ୍ର ୩ଟି ଷ୍ଟେପ୍‌ରେ କରିପାରିବେ। କେବଳ ରାତିରେ ଶୋଇବା ପୂର୍ବରୁ ଏହି ମସାଜ କରିବା ଦ୍ୱାରା ତ୍ୱଚାରେ କୁଞ୍ଚନ ଦୂର ହେବା ସହ ଆପଣ ନିଜ ବୟସରୁ ଛୋଟ ଦେଖାଯିବେ। ଆସନ୍ତୁ ଜାଣିବା ଏହି ପ୍ରକିୟା…

ଷ୍ଟେପ୍‌-୧

ବେଡ୍‌ରେ ପ୍ରଥମେ ଚିତ୍‌ ହୋଇ ଶୋଇ ଯାଆନ୍ତୁ। ଯେ କୌଣସି ବ୍ରାଣ୍ଡର ମସାଜ୍‌ କ୍ରିମ୍‌ ଆଙ୍ଗୁଠି ଟିପ୍‌ରେ ଲଗାଇ ମୁହଁକୁ ଧୀରେ ଧୀରେ ମସାଜ କରନ୍ତୁ। ମସାଜ ସବୁବେଳେ ବୃତ୍ତାକାର ଭାବେ ଗୋଟିଏ ଦିଗରେ କରିବା ଉଚିତ। ଏହା ଦ୍ୱାରା ତ୍ୱଚାର କୁଞ୍ଚନ ଦୂର ହୁଏ।

ଷ୍ଟେପ୍‌-୨

ଏବେ ଦୀର୍ଘ ନିଃଶ୍ୱାସ ନେଇ ଦ୍ୱିତୀୟ ଷ୍ଟେପ୍‌ ଆରମ୍ଭ କରନ୍ତୁ। ବର୍ତ୍ତମାନ ଗାଲରୁ ବେକ ପର୍ଯ୍ୟନ୍ତ ମସାଜ କରନ୍ତୁ। ଏଥିପାଇଁ ଗାଲର ତଳୁ ଉପରକୁ ଆଙ୍ଗୁଠି ବୁଲାନ୍ତୁ। କମ୍‌ ସେ କମ୍‌ ୧୦ ଥର ଏଭଳି ରିପିଟ୍‌ କରିପାରିବେ। ଏହା ଦ୍ୱାରା ଗାଲର ଅତିରିକ୍ତ ମାଂସ କମିଥାଏ ଓ ତ୍ୱଚାରେ ଚମକ ଆସେ।

ଷ୍ଟେପ୍‌-୩

ଏବେ ଆଙ୍ଗୁଠି ଟିପକୁ ମଥାରେ ରଖନ୍ତୁ ଓ ବୁଢ଼ା ଆଙ୍ଗୁଠିକୁ ଆଇବ୍ରୋ ତଳେ ରଖନ୍ତୁ। ବୁଢ଼ା ଆଙ୍ଗୁଠିରେ ଆଇବ୍ରୋକୁ ଧୀରେ ଧୀରେ ଦବାନ୍ତୁ। ୫ ମିନିଟ୍‌ ପର୍ଯ୍ୟନ୍ତ ଏହି ପ୍ରକ୍ରିୟାକୁ ଦୋହରାନ୍ତୁ। ଏମିତି କରିବା ଦ୍ୱାରା ରିଲାକ୍ସ ଲାଗିବା ସହ ସ୍କିନ୍‌ ମଧ୍ୟ ଟାଇଟ୍‌ ହେବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button