ଦେଶ

ଶୋଇବା ବେଳେ ଆପଣଙ୍କୁ କେହି ବାଧା ଦେଉଛନ୍ତି କି? ତା’ହେଲେ ଆପଣ କେସ୍ କରିପାରିବେ… – Ibnodisha

[ad_1]

ନୂଆଦିଲ୍ଲୀ: ଭଲ ନିଦ କିଏ ବା ନଚାହାଁନ୍ତି । ହେଲେ ଆଜିର ବ୍ୟସ୍ତବହୁଳ ଜୀବନରେ ଭଲ ନିଦ ହେବା ଓ ଶୋଇବା ଏକ ବଡ଼ ସମସ୍ୟା ହୋଇଗଲାଣି। ଖାଲି ଚାକିରିଆଙ୍କ କ୍ଷେତ୍ରରେ ନୁହେଁ ବ୍ୟବସାୟୀ ହୁଅନ୍ତୁ କି ଘରେ ରହୁଥିବା ବ୍ୟକ୍ତି ସମସ୍ତଙ୍କ ଜୀବନରେ କିଛି ନା କିଛି ସମସ୍ୟା ଲାଗି ରହିଛି । ତେଣୁ ଏଭଳି କ୍ଷେତ୍ରରେ ଭଲ ନିଦ ହେବା ବହୁତ ଦୂରର କଥା । ହେଲେ ଆପଣ ଜାଣନ୍ତି କି ଭଲରେ ଶୋଇବା ଆପଣଙ୍କର ମୌଳିକ ଅଧିକାର । ଯଦି କେହି ଆପଣଙ୍କୁ ଶୋଇବା ପାଇଁ ମନା କରନ୍ତି କିମ୍ବା ବାଧା ଦିଅନ୍ତି ତା’ହେଲେ ଆପଣ ତାଙ୍କ ବିରୋଧରେ ମାମଲା ରୁଜୁ କରିପାରିବେ । ରାତିରେ ଭଲ ନିଦ ହେଲେ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥିବା ବେଳେ ଏହାଦ୍ୱାରା ଅନେକ ଫାଇଦା ମଧ୍ୟ ମିଳିଥାଏ । ଆପଣ ଜାଣନ୍ତି କି ଭାରତରେ ଶୋଇବାର ଅଧିକାର ଆମର ମୌଳିକ ଅଧିକାରରେ ମଧ୍ୟ ସାମିଲ ଅଛି ।

ଧାରା ୨୧ରେ ପ୍ରତ୍ୟେକ ନାଗରିକଙ୍କୁ ବିନା କୌଣସି ବାଧାବିଘ୍ନରେ ଶାନ୍ତିରେ ଶୋଇବାର ଅଧିକାର ଦିଆଯାଇଛି । ଧାରା ୨୧- ‘ଜୀବନ ଓ ବ୍ୟକ୍ତିଗତ ସ୍ୱତନ୍ତ୍ରତା ଅଧିକାରଅଧିନରେ ଶୋଇବା ଅଧିକାରକୁ ମୌଳିକ ଅଧିକାର ଭାବେ ମାନ୍ୟତା ପ୍ରଦାନ କରାଯାଇଛି । ସମ୍ବିଧାନର ଧାରା ୨୧ ଅନୁଯାୟୀ, ଆଇନ୍ ଦ୍ୱାରା ପ୍ରଣୟନ ନିୟମ ବ୍ୟତୀତ କୌଣସି ବ୍ୟକ୍ତିଙ୍କୁ ତାଙ୍କ ଜୀବନ କିମ୍ବା ବ୍ୟକ୍ତିଗତ ସ୍ୱାଧୀନତାରୁ ବଞ୍ଚିତ କରାଯାଇପାରିବନି । ୨୦୧୨ ମସିହାରେ ଦିଲ୍ଲୀରେ ଆୟୋଜିତ ବାବା ରାମଦେବଙ୍କ ରାଲିରେ ଶୋଇପଡ଼ିଥିବା ଜନତାଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ପୋଲିସ୍‌ର ଏଭଳି କାର୍ଯ୍ୟାନୁଷ୍ଠାନ ମୌଳିକ ଅଧିକାରର ଉଲ୍ଲଂଘନ । ଭଲ ସ୍ୱାସ୍ଥ୍ୟର ସନ୍ତୁଳନ ବଜାୟ ରଖିବା ପାଇଁ ଶୋଇବା ଜରୁରୀ । ତେଣୁ ନିଦ ଏକ ପ୍ରକାରର ମୌଳିକ ଅଧିକାର ଓ ମୌଳିକ ଆବଶ୍ୟକତା ମଧ୍ୟ । ଭଲ ନିଦ ନହେଲେ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବାର ସମ୍ଭାବନା ଥାଏ । ରିପୋର୍ଟ ଅନୁସାରେ, ନିଦ ନାଗରିକଙ୍କ ଏକ ମୌଳିକ ଅଧିକାର ଦର୍ଶାଇ ସୁପ୍ରିମକୋର୍ଟ ଏଭଳି ମନ୍ତବ୍ୟ ଦେଇଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button