ଦେଶ

୩ ବୈଜ୍ଞାନିକଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ – Ibnodisha

[ad_1]

ଷ୍ଟକ୍‌ହୋମ୍: ପିୟରେ ଆଗୋସ୍ତିନି, ଫେରେଙ୍କ କ୍ରାଉଜ ଏବଂ ଆନ୍ନି ଏଲ୍‌’ହ୍ବିଲିୟରଙ୍କୁ ପଦାର୍ଥର ଇଲେକ୍ଟ୍ରୋ ଡାଇନାମିକ୍ସ ଅଧ୍ୟୟନ ପାଇଁ ଆଲୋକର ଆଟୋସେକଣ୍ଡ (ଏକ ସେକେଣ୍ଡକୁ ୧ରେ ୧୮ଟା ଶୂନ ଦେଇ ହରିଲେ ଯେତିକି ହେବ) ପଲ୍ସ ସୃଷ୍ଟି କରୁଥିବା ପରୀକ୍ଷାମୂଳକ ପ୍ରଣାଳୀ ନିମନ୍ତେ ପଦାର୍ଥ ବିଜ୍ଞାନରେ ଚଳିତବର୍ଷର ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି ବୋଲି ରୟାଲ ସ୍ୱିଡିସ ଏକାଡେମୀ ଅଫ୍ ସାଇନ୍ସ ପକ୍ଷରୁ ମଙ୍ଗଳବାର ଘୋଷଣା କରିଛି।

ନୋବେଲ କମିଟି ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, ପିୟରେ ଆଗୋସ୍ତିନି, ଫେରେଙ୍କ କ୍ରାଉଜ୍ ଏବଂ ଆନ୍ନି ଏଲ୍‌’ହ୍ବିଲିୟର୍ ଆଲୋକର ଅତି କ୍ଷୁଦ୍ର ପଲ୍ସ ସୃଷ୍ଟି କରିବାର ଉପାୟ ପ୍ରଦର୍ଶନ କରିଛନ୍ତି ଯାହାକୁ ଇଲେକ୍ଟ୍ରନ୍ ଗତି କରୁଥିବା କିମ୍ବା ଶକ୍ତି ପରିବର୍ତ୍ତନ କରୁଥିବା ଦ୍ରୁତ ପ୍ରକ୍ରିୟାକୁ ମାପିବା ପାଇଁ ବ୍ୟବହାର କରାଯାଇପାରିବ। ବୁଧବାର ରସାୟନ ବିଜ୍ଞାନ ଏବଂ ଅକ୍ଟୋବର ୫ରେ ସାହିତ୍ୟରେ ନୋବେଲ ପୁରସ୍କାର ଘୋଷଣା ହେବ। ଶୁକ୍ରବାର ଦିନ ନୋବେଲ ଶାନ୍ତି ପୁରସ୍କାର ଏବଂ ଅକ୍ଟୋବର ୯ରେ ଅର୍ଥନୀତି ପାଇଁ ଏହି ପୁରସ୍କାର ଘୋଷଣା କରାଯିବ ବୋଲି ନୋବେଲ କମିଟି ସୂତ୍ରରୁ ପ୍ରକାଶ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button