ଦେଶ

୨୦୪୦ ସୁଦ୍ଧା ଚନ୍ଦ୍ରରେ ଘର ତୋଳିବାକୁ ନାସାର ଯୋଜନା – Ibnodisha

[ad_1]

ନ୍ୟୁୟର୍କ: ଆମେରିକୀୟ ମହାକାଶ ଏଜେନ୍ସି ନାସା ଚନ୍ଦ୍ରରେ ଘର ନିର୍ମାଣ କରିବାକୁ ଯୋଜନା କରିଛି। କିଛି ବିଶେଷଜ୍ଞ ବିଶ୍ୱାସ କରନ୍ତି ଯେ, ୨୦୪୦ ସୁଦ୍ଧା ଚନ୍ଦ୍ରରେ ଘର ତୋଳିବା ପାଇଁ ନାସା ଯେଉଁ ଲକ୍ଷ୍ୟ ରଖିଛି ତାହା ହାସଲଯୋଗ୍ୟ। ନାସାର ଯୋଜନା ହେଉଛି ଚନ୍ଦ୍ରକୁ ଏକ ଥ୍ରିଡି ପ୍ରିଣ୍ଟର ପଠାଇବା ଏବଂ ତା’ପରେ ଗୃହ ନିର୍ମାଣ କରିବା। ଏହି ପ୍ରିଣ୍ଟର ଚନ୍ଦ୍ରପୃଷ୍ଠର ଉପର ସ୍ତରରୁ ପଥର ଚିପ୍ସ ଏବଂ ଖଣିଜ ଖଣ୍ଡରେ ନିର୍ମିତ କଂକ୍ରିଟ ବ୍ୟବହାର କରିବ ବୋଲି ନାସାର ଟେକ୍ନୋଲୋଜି ପରିପକ୍ୱତା ନିର୍ଦ୍ଦେଶକ ନିକି ୱେରଖାଇଜର କହିଛନ୍ତି। ମହାକାଶ ଏଜେନ୍ସି ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ବିଶ୍ୱବିଦ୍ୟାଳୟ ଓ ଘରୋଇ କମ୍ପାନି ସହିତ ଭାଗିଦାରୀ ଉପରେ ନିର୍ଭର କରୁଛି।

ୱେରଖାଇଜର କହିଛନ୍ତି, ଆମେ ଠିକ୍ ସମୟରେ ସମସ୍ତ ଠିକ୍ ଲୋକଙ୍କୁ ଏକାଠି କରିଛୁ, ଯେଉଁଥିପାଇଁ ମୁଁ ଭାବୁଛି ଆମେ ସେଠାରେ ପହଞ୍ଚିବୁ। ୨୦୨୪ ଫେବ୍ରୁଆରିରେ ଚନ୍ଦ୍ରକୁ ପଠାଯିବା ପୂର୍ବରୁ ୩ଡି ପ୍ରିଣ୍ଟରର ପରୀକ୍ଷା କରାଯାଉଛି। କିନ୍ତୁ ଏହା ପୂର୍ବରୁ ନାସାକୁ ଆସନ୍ତା ବର୍ଷ ଉଡ଼ାଣ ଭରିବାକୁ ଥିବା ଆର୍ଟେମିସ୍-୨ ଅଭିଯାନରେ ଚନ୍ଦ୍ରକୁ ସଫଳତାର ସହ ମହାକାଶଚାରୀ ପଠାଇବାକୁ ପଡ଼ିବ। ପ୍ରଥମ ଚନ୍ଦ୍ର ଅଭିଯାନ ଚନ୍ଦ୍ରକୁ ପରିକ୍ରମା କରି ସୁରକ୍ଷିତ ଭାବେ ପୃଥିବୀକୁ ଫେରିଥିଲା। ଆର୍ଟେମିସ୍-୨ରେ ୪ ଜଣ ମାନବ କ୍ରୁ ମେମ୍ବର ରହିବେ। ୨୦୨୫ କିମ୍ବା ୨୦୨୬ରେ ଆର୍ଟେମିସ୍-୩ ଅଭିଯାନ ସ୍ପେସ୍ ଏକ୍ସର ଷ୍ଟାରସିପ୍ ସହାୟତାରେ ଚନ୍ଦ୍ରର ଦକ୍ଷିଣ ମେରୁରେ ମଣିଷ ସହ ଅବତରଣ କରିବ ବୋଲି ରିପୋର୍ଟରେ କୁହାଯାଇଛି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button