ଦେଶ

ଭଉଣୀ ହତ୍ୟାର ପ୍ରତିଶୋଧ ନେଲା ଭାଇ – Ibnodisha

[ad_1]

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗୋରଖପୁରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ଭାଇ ଭଉଣୀ ହତ୍ୟାର ପ୍ରତିଶୋଧ ନେବା ପାଇଁ ହତ୍ୟାକାରୀକୁ ହାଣି ତାର ମୃତଦେହକୁ ବାଇକରେ ବାନ୍ଧି ରାସ୍ତାରେ ବୁଲିବା ପରେ ଶେଷରେ ନଦୀରେ ଫିଙ୍ଗ ଦେଇଥିଲା । ଏହି ଘଟଣାରେ ସମ୍ପୃକ୍ତ ମୃତ ଭଉଣୀର ଦୁଇ ଭାଇଙ୍କ ସମେତ ତିନିଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣାଟି ଗିଡ଼ା ଥାନା ଅଞ୍ଚଳର ନୌସଢ଼ ପୁଲିସ ଥାନା ଅଧୀନରେ ଥିବା ପିପରି ଗ୍ରାମରେ ଘଟିଛି । ଏହି ଗ୍ରାମରେ ବସବାସ କରୁଥିବା ୩୫ବର୍ଷର ଉମେଶ ଚୌହ୍ୱାନ ଦୀପାବଳି ରାତିରେ ହଠାତ କେଉଁଆଡେ ଉଭେଇ ଯାଇଥିଲେ । ଅନେକ ସମୟ ଧରି ଘରୁ ନଫେରିବାରୁ ଉମେଶଙ୍କୁ ପରିବାରଲୋକ ଖୋଜାଖୋଜି କରିବା ଆରମ୍ଭ କରିଥିଲେ । ତା’ପରଦିନ ସକାଳେ ଗ୍ରାମ ନିକଟରେ ଲାଗିଥିବା ନୂଆ କୋଲନୀର ଚଟଣାରେ କିଛି ରକ୍ତ ପଡ଼ିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଏହାପରେ ଉମେଶଙ୍କ ପରିବାରକୁ ସନ୍ଦେହ ହେବାରୁ ସେମାନେ ପୁଲିସକୁ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ଯାଞ୍ଚ ଆରମ୍ଭ କରି ଗ୍ରାମର ଦୁଇଭାଇଙ୍କୁ ସନ୍ଦେହ କରି ହେପାଜତକୁ ନେଇଥିଲା । ସେଠାରେ ଦୁଇଭାଇଙ୍କୁ ପୁଲିସ ପଚରାଉଚରା କରିବା ପରେ ସେମାନେ ଯେଉଁ କଥା କହିଥିଲେ ପୁଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ଉମେଶକୁ ହତ୍ୟା କରିଥିବା ଉପେନ୍ଦ୍ର କହିଛନ୍ତି, ‘ମୋ ଭଉଣୀକୁ ଉମେଶ ଏକ ତରଫା ଭଲ ପାଉଥିଲା । କିନ୍ତୁ ମୋ ଭଉଣୀ ତାର ପ୍ରେମ ପ୍ରସ୍ତାବକୁ ଗ୍ରହଣ କରି ନଥିଲା । ଏହି କାରଣରୁ ଉମେଶ ମୋ ଭଉଣୀ ଉପରେ ଏସିଡ଼ ମାଡ଼ କରିଥିଲା । ଏଥିରେ ଭଉଣୀ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାର ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣାରେ ଉମେଶକୁ ୩ବର୍ଷ ଜେଲ ହୋଇ ଯାଇଥିଲା । ୩ବର୍ଷ ପରେ ଜେଲରୁ ଜାମିନରେ ବାହାରକୁ ଆସିବା ଦିନଠାରୁ ମୁଁ ତାକୁ ହତ୍ୟା କରିବି ବୋଲି ନିଷ୍ପତ୍ତି ନେଇଥିଲି । ତେଣୁ ମୁଁ ମୋର ଆଉ ଜଣେ ଭାଇ ସାହାଯ୍ୟରେ ଉମେଶକୁ ହତ୍ୟା କରିଛି । ତାର ମୃତଦେହକୁ ରାସ୍ତାରେ ବୁଲାଇବା ପରେ ନଦୀରେ ଫିଙ୍ଗି ଦେଇଥିଲି । ଏହି ହତ୍ୟାକାଣ୍ଡ ପରେ ମୋତେ ଶାନ୍ତି ମିଳିଛି । ଆଗକୁ ଆପଣମାନେ ଯାହା ଦଣ୍ଡ ଦେବେ ସବୁଥିରେ ମୁଁ ରାଜି ଅଛି ।’

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button