ଅପରାଧ

ଦୁଷ୍କର୍ମ ଉଦ୍ୟମ କରୁଥିବା ଯୁବକଙ୍କ ଗୁପ୍ତାଙ୍ଗ କାଟିଲେ ମହିଳା – Ibnodisha

[ad_1]

ଲକ୍ଷ୍ନୌ: ଦୁଷ୍କର୍ମ ଉଦ୍ୟମ ବେଳେ ଯୁବକଙ୍କୁ ଗୁପ୍ତାଙ୍ଗ କାଟିଲେ ମହିଳା । କଟା ଗୁପ୍ତାଙ୍ଗକୁ ପଲିଥିନରେ ଭର୍ତ୍ତି କରି ଥାନାରେ ପହଞ୍ଚିଲେ । ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲାଭଳି ଏହି ଘଟଣା ଘଟିଛି ଉତ୍ତରପ୍ରଦେଶର କୌଶାମ୍ବୀ ଜିଲ୍ଲାରେ । ଯୁବକଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ମହିଳାଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରୁଥିବା ବେଳେ ଆତ୍ମରକ୍ଷା କରିବାକୁ ଯାଇ ମହିଳା ଜଣକ ତାଙ୍କର ଗୁପ୍ତାଙ୍ଗ କାଟିଥିବାର ଅଭିଯୋଗ କରିଛନ୍ତି । ଘଟଣାଟି କୌଶାମ୍ବୀ ମଞ୍ଝନପୁର ଥାନା ଅନ୍ତର୍ଗତ ଏକ ଗାଁର । ଏଠାରେ ରହୁଥିବା ମହିଳାଙ୍କ ସ୍ୱାମୀ ସାଉଦି ଆରବରେ ଚାକିରି କରନ୍ତି । ମହିଳା ଅଭିଯୋଗ କରିଛନ୍ତି ଯେ, ତାଙ୍କ ଘରେ କାମ କରୁଥିବା ଯୁବକ ତାଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା ।

ମଙ୍ଗଳବାର ଅପରାହ୍ନରେ ସେ ଘରେ ଏକାକୀ ଥିଲେ । ତାଙ୍କ ଝିଅ ଘରେ ନଥିଲା । ଘରୋଇ ସହାୟିକା ମଧ୍ୟ କାମ ସାରି ଚାଲିଯାଇଥିଲା । ଏହି ସୁଯୋଗରେ ଯୁବକ ଜଣକ ତାଙ୍କ ପାଖକୁ ଆସଥିଲେ ଏବଂ ଜୋର ଜବରଦସ୍ତ ତାଙ୍କର ଫାଇଦା ଉଠାଇବାକୁ ଚେଷ୍ଟା କରିଥଲେ । ଏହାକୁ ସେ ବିରୋଧ କରିଥିଲେ ହେଁ ଯୁବକ ମାନି ନଥିଲେ । ଯୁବକ ତାଙ୍କୁ ଟାଣି ଟାଣି ରୁମ୍‌କୁ ନେଇଯାଇଥିଲେ ଏବଂ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ । ଏହାପରେ ସେ ବାହାନାରେ ରୋଷେଇ ଘରକୁ ଯାଇ ସେଠାରୁ ଗୋଟିଏ ଛୁରୀ ଆଣିଥିଲେ ଏବଂ ଆତ୍ମରକ୍ଷା କରିବାକୁ ଯାଇ ତାଙ୍କର ଗୁପ୍ତାଙ୍ଗ କାଟି ଦେଇଥିଲେ । ଫଳରେ ଯୁବକ ଜଣକ ସେଠାରୁ ଦୌଡ଼ି ପଳାଇ ଯାଇଥିଲା । ଏହାପରେ ମହିଳା କଟା ଗୁପ୍ତାଙ୍ଗକୁ ପଲିଥିନରେ ଧରି ଥାନାରେ ପହଞ୍ଚିଥିଲେ ଓ ସବୁକଥା ଜଣାଇଥିଲେ । ତେବେ ଏନେଇ ସମ୍ପୃକ୍ତ ଯୁବକଙ୍କ ପକ୍ଷରୁ ଏତଲା ଦିଆଯିବା ପରେ ପୋଲିସ ମହିଳାଙ୍କୁ ହେପାଜତକୁ ନେଇଛି ।

ମହିଳାଙ୍କ ଅଭିଯୋଗକୁ ଖଣ୍ଡନ କରି ଯୁବକ ଜଣକ କହିଛନ୍ତି ଯେ, ଓଲଟା ମହିଳା ତାଙ୍କୁ ନିଜ ଘରକୁ ଡକାଇଥିଲେ ଏବଂ ତାଙ୍କ ମୁହଁରେ ରୁମାଲ ରଖି ବେହୋସ୍ କରିଦେଇଥିଲେ । ଏହାପରେ ତାଙ୍କର ପ୍ରାଇଭେଟ୍ ପାର୍ଟ କାଟି ଦେଇଥିଲେ । ହୋସ୍ ଆସିବା ପରେ ସେ ଏ ବିଷୟରେ ଜାଣିଥିଲେ । ଗୁରୁତର ଅବସ୍ଥାରେ ସେ କୌଣସି ପ୍ରକାରେ ନିଜ ଘରେ ପହଞ୍ଚିଥିଲେ । ପରିବାର ଲୋକେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଘଟଣାରେ ପୋଲିସ କହିଛି, ନଭେମ୍ବର ୧୪ରେ ମଞ୍ଝନପୁର ଥାନା ଅଞ୍ଚଳର ଏକ ଗାଁରେ ବିବାଦକୁ କେନ୍ଦ୍ର କରି ଜଣେ ମହିଳା ଯୁବକଙ୍କ ଗୁପ୍ତାଙ୍ଗ କାଟି ଦେଇଥିବାର ସୂଚନା ମିଳିଥିଲା । ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଯୁବକଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାର ତାଙ୍କୁ ପ୍ରୟାଗରାଜ ରେଫର୍ କରାଯାଇଥିଲା । ଏନେଇ ପୀଡିତଙ୍କ ବାପା ମହିଳାଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button