ଭୁଲି ଗଲା ସାତ ବଚନ , ସ୍ତ୍ରୀକୁ ଜୀବନରୁ ମାରିଲା ସ୍ୱାମୀ ..

ୟେ ଏମିତି ଏକ ଘଟଣା, କେହି ସହଜରେ ବିଶ୍ୱାସ କରିପାରୁନାହାଁନ୍ତି। ୟେ ଏମିତି ଏକ ବୀଭତ୍ସ ଏବଂ ରକ୍ତରଂଜିତ କାହାଣୀ, ବୋଧହୁଏ କେହି କେବେ ଦେଖିନାହାଁନ୍ତି। ଯେଉଁ ସ୍ୱାମୀ ସହ ସାତ ଜନ୍ମ ପର୍ଯ୍ୟନ୍ତ ସାଥି ହୋଇ ରହିବା ପାଇଁ ସ୍ବପ୍ନ ଦେଖିଥିଲା ସ୍ତ୍ରୀ । ସେହି ସ୍ୱାମୀ ହାତରେ ଯେ ଦିନେ ସ୍ତ୍ରୀର ହେବ ମରଣ, ସମସ୍ତଙ୍କ କଳ୍ପନା ବାହାରେ। ଏପରି ଏକ ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି ଭଞ୍ଜନଗର ଥାନା ଅନ୍ତର୍ଗତ ବେଣାକୁନ୍ଦା ଗ୍ରାମରେ । ମଙ୍ଗଳବାର ଅପରାହ୍ନରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ମୃତ ମହିଳା ଜଣକ ହେଲେ ଜାଗୃତି ଜେନା।
ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି। ଏଥିସହ ସ୍ବାମୀ ଶ୍ରୀନିବାସ ଜେନାଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି। ସାଇଣ୍ଟିଫିକ୍ ଟିମ୍ ଆସି ଘଟଣାର ତଦନ୍ତ କରିବା ପରେ ଭଞ୍ଜନଗର ଥାନାଧିକାରୀ କୁମର ମୁଦୁଲି ମରଶରୀର କୁ ଜବତ କରି ବ୍ୟବଛେଦ ପାଇଁ ଭଞ୍ଜନଗର ହସ୍ପିଟାଲ କୁ ପଠାଇଛନ୍ତି।ଘଟଣାରୁ ପ୍ରକାଶ ଯେ ବିଷ୍ଣୁଚକ୍ର ଗ୍ରାମ ର ତ୍ରିନାଥ ସ୍ବାଇଁ ଙ୍କ ଝିଅ ଜାଗୃତି କିଛି ବର୍ଷ ପୂର୍ବେ ବେଣାକୁନ୍ଦା ର ଶ୍ରୀନିବାସ ଙ୍କୁ ବିବାହ କରିଥିଲେ। ଏହିଭଳି ପରିସ୍ଥିତିରେ ଆଜି ଅପରାହ୍ନ ୩ ଟା ସମୟରେ ଜାଗୃତି କେଉଭଳି ପରିସ୍ଥିତିରେ ମୃତ୍ୟୁବରଣ କରିଥିଲେ। ଏନେଇ ଜାଗୃତିଙ୍କ ମା ତୁଳା ସ୍ବାଇଁ ଜାଣିବା ପରେ ଭଞ୍ଜନଗର ରେ ପହଁଚି ତାଙ୍କ ଝିଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ମୃତ ଜାଗୃତୀଙ୍କ ୨ ଟି ଛୁଆ ଥିବା ଜଣାପଡିଛି ।