ଅପରାଧ

ପୋଲିସ ଜାଲରେ ଏଟିଏମ ଲୁଟେରା ଗ୍ୟାଙ୍ଗ, କାର ସହ ଟଙ୍କା ଜବତ – Ibnodisha

[ad_1]

ବରଗଡ : ବରଗଡ ପୋଲିସକୁ ସଫଳତା । ସହରରେ ଦୀର୍ଘ ଦିନରୁ ଏଟିଏମରେ ଠକାମି କରିଆସୁଥିବା ଏକ ଗ୍ୟାଙ୍ଗର ୩ ଜଣକୁ ଧରିବାରେ ସଫଳ ହୋଇଛି ବରଗଡ ଟାଉନ ପୋଲିସ। ଗିରଫ ଅଭିଯୁକ୍ତ ମାନେ ହେଲେ ମୁକେଶ କୁମାର ତିୱାରୀ, ଅଜିତ କୁମାର ଓ ରାହୁଲ କୁମାର ଦ୍ବିବେଦୀ । ଏମାନେ ସମସ୍ତେ ବିହାର ରାଜ୍ୟର ବୋଲି ଜଣାପଡିଛି । ତେବେ ଘଟଣାରେ ୩ ଜଣ ଏଟିଏମ ଠକଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ନଗଦ ୯୫୦୦ ଟଙ୍କା, ଗୋଟିଏ ଭୁଜାଲି, ୩ଟି ମୋବାଇଲ, ଗୋଟେ କାର, ୮ଟି କଳା ରଙ୍ଗର ଫାଇବର ପ୍ଲେଟ ସହ ଅନ୍ୟଚୋରି ସାମଗ୍ରୀ ଜବତ କରିଛି ପୋଲିସ। ବହୁ ଚାଲାକିର ସହିତ ଏଟିଏମ ସମ୍ମୁଖରେ ଠିଆହୋଇ ଟେକ୍ନୋଲୋଜିର ବ୍ୟବହାର କରି ଲୋକଙ୍କ ଠାରୁ ପଇସା ହଡପ କରିନେଉଥିଲେ । ହେଲେ ଚୋର ଘର ସବୁଦିନ ଅନ୍ଧାର ନରହିଲା ଭଳି, ଆଜି ବରଗଡ ଟାଉନ ପୋଲିସ ହାତରେ ଧରାପଡିଛନ୍ତି ଏହି ଏଟିଏମ ଲୁଟେରା । ଏନେଇ ବରଗଡ ଏସଡିପିଓ ଅଫିସ ଠାରେ ଏକ ସାମ୍ବାଦିକ ସମ୍ବିଳନୀରେ ଏହି ଘଟଣାର ଖୁଲାସା କରିଛି ପୋଲିସ । ସୂଚନାଅନୁସାରେ, ଗତ ବୁଧବାର ଦିନ ୧୧ ଘଣ୍ଟା ସମୟରେ ଟାଉନ ପୋଲିସ ଦ୍ୱାରା ବରଗଡ଼ ରୁକ୍ମଣୀ ଟକିଜ ପାଖରେ ଥିବା ଏଟିଏମରେ ୩ ଅନ୍ତଃରାଜ୍ୟ ଏଟିଏମ୍ ଚୋର ଗିରଫ ହୋଇଥିଲେ । ବିଭିନ୍ନ ଏଟିଏମ ମାନଙ୍କରେ ଜାମର ଲଗାଇ ବହୁ ଲୋକଙ୍କ ଟଙ୍କା ଚୋରି କରୁଥିବା ଏହି ଆନ୍ତଃରାଜ୍ୟ ଚୋରକୁ ଗିରଫ କରିବା ସହ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତେବେ ଏହି ଗ୍ୟାଙ୍ଗ ବରଗଡ ସମେତ ବିଭିନ୍ନ ରାଜ୍ୟରେ ଟଙ୍କା ଚୋରି କରିଥିବା ସୂଚନା ଦେଇଛନ୍ତି ବରଗଡ଼ ଅତିରିକ୍ତ ଏସପି ତପନ କୁମାର ମହାନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button