ଦେଶ

ମହୁଆ ମୈତ୍ରଙ୍କ ବିରୋଧରେ ବ୍ୟବସାୟୀଙ୍କ ଚିଠି ପାଇନାହିଁ: ନୈତିକତା କମିଟିର ମୁଖ୍ୟ – Ibnodisha

[ad_1]

ନୂଆଦିଲ୍ଲୀ : ଅର୍ଥ ବିନିମୟରେ ପ୍ରଶ୍ନ ବିବାଦରେ ‘ତୃଣମୂଳ କଂଗ୍ରେସ’ ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ଚିଠି ଏପର୍ଯ୍ୟନ୍ତ ପାଇ ନ ଥିବା କଥା ଆଜି ସଂସଦର ନୈତିକତା କମିଟିର ଅଧ୍ୟକ୍ଷ ବିନୋଦ ସୋନକର କହିଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ସୋନକର କହିଛନ୍ତି ଯେ, ଏହା ନିଶ୍ଚିତରୂପେ ଗୁରୁତର ମାମଲା ହୋଇଥିବାରୁ କମିଟି ପ୍ରମାଣ ଯାଞ୍ଚ କରିବ। କମିଟି ଏହି ପ୍ରସଙ୍ଗକୁ ବି ଯାଞ୍ଚ କରିବ। କମିଟିରେ ପ୍ରମାଣ ଦାଖଲ କରିବା ପାଇଁ ଆମେ ପ୍ରତିବାଦୀ ପକ୍ଷଙ୍କୁ କହିଛୁ। ଗୁରୁବାର ଦିନ ‘ନୈତିକତା କମିଟି’ରେ ଦାଖଲ କରିଥିବା ସତ୍ୟପାଠରେ ହୀରାନନ୍ଦାନୀ ଅଭିଯୋଗ କରିଛନ୍ତି ଯେ, ତାଙ୍କ (ମହୁଆ ମୈତ୍ର) ତରଫରୁ ପ୍ରଶ୍ନ ପୋଷ୍ଟ୍‌ କରିବା ଲାଗି ସେ ମତେ ତାଙ୍କ ‘ପାର୍ଲାମେଣ୍ଟାରି ଲଗ୍‌ଇନ୍‌ ଆଇଡି’ ସେୟାର୍‌ କରିଛନ୍ତି। ସୂଚନାଯୋଗ୍ୟ, ସଂସଦରେ ପ୍ରଶ୍ନ ପଚାରିବା ଲାଗି ମୈତ୍ର ଲାଞ୍ଚ ନିଅନ୍ତି ‌ବୋଲି ‘ବିଜେପି’ ସାଂସଦ ନିଶିକାନ୍ତ ଦୁବେ ଦାବି କରିବା ପରେ ଆରମ୍ଭ ହୋଇଥିବା ‘ଅର୍ଥ ବିନିମୟରେ ପ୍ରଶ୍ନ’ ବିବାଦ କ୍ରମଶଃ ଜଟିଳ ହୋଇଚାଲିଛି। ହୀରାନନ୍ଦାନୀଙ୍କ ସତ୍ୟପାଠର ବୈଧ୍ୟତା ଉପରେ ସନ୍ଦେହ ବ୍ୟକ୍ତ କରି ମୈତ୍ର ‘ଏକ୍ସ’ରେ ୨ ପୃଷ୍ଠାବିଶିଷ୍ଟ ବିବୃତି ପୋଷ୍ଟ୍‌ କରି କହିଛନ୍ତି ଯେ, ଏହି ସତ୍ୟପାଠ ‘ଅଫିସିଆଲ୍‌ ଲେଟର୍‌ହେଡ୍‌’ ଅଥବା ‘ନୋଟାରି’ଙ୍କ ପେପର୍‌ରେ ନୁହେଁ ସାଦା କାଗଜରେ କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଥିବା ପ୍ରସଙ୍ଗ ପରିହାସମୂଳକ। ତାଙ୍କୁ ‘ଟାର୍ଗେଟ୍‌’ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏହି ସତ୍ୟପାଠକୁ ‘ଡ୍ରାଫ୍ଟ୍‌’ କରାଯାଇ ସେଥିରେ ସ୍ବାକ୍ଷର କରିବା ଲାଗି ହୀରାନନ୍ଦାନୀଙ୍କୁ ବାଧ୍ୟ କରାଯାଇଛି ବୋଲି ମହୁଆ ମୈତ୍ର ଦାବି କରିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button