ଦେଶ
ପରୀକ୍ଷଣ ସମୟରେ ଦୁର୍ଘଟଣା: ଚିତ୍ରଦୁର୍ଗରେ ଡିଆର୍ଡିଓର ଡ୍ରୋନ୍ ଖସିପଡ଼ିଲା – Ibnodisha

[ad_1]

ଚିତ୍ରଦୁର୍ଗ(କର୍ଣ୍ଣାଟକ): ଭାରତର ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂଗଠନ (ଡିଆର୍ଡିଓ)ର ଏକ ମାନବରହିତ ଡ୍ରୋନ୍ (ୟୁଏଭି) ‘ତାପସ’ ଆଜି ସକାଳେ କର୍ଣ୍ଣାଟକର ଚିତ୍ରଦୁର୍ଗରେ ପରୀକ୍ଷଣ ସମୟରେ ଦୁର୍ଘଟଣାର ଶିକାର ହୋଇଛି। ଡ୍ରୋନ୍ଟି ନିୟନ୍ତ୍ରଣ ହରାଇ ଏକ ଗ୍ରାମ ନିକଟରେ ଖସିପଡ଼ିଥିଲା। ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ ଡିଆର୍ଡିଓ ଦ୍ବାରା ପ୍ରସ୍ତୁତ ହୋଇଥିବା ତାପସ ଡ୍ରୋନ୍ ପରୀକ୍ଷଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଏବଂ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଉଛି।
[ad_2]