ରାଜ୍ୟ

ଯାଜପୁରରେ ଯକ୍ଷ୍ମା ଆତଙ୍କରେ ଗଲାଣି ୪ ଜୀବନ ! – Ibnodisha

[ad_1]

ଯାଜପୁର : ଯାଜପୁର ଜିଲ୍ଲା ସୁକିନ୍ଦା ଖଣି ଉପତ୍ୟକାର କାଳିଆପାଣି କ୍ରୋମଜୋନରେ ଯକ୍ଷ୍ମା ଆତଙ୍କ । ବିଗତ ୧୩ ଦିନ ମଧ୍ୟରେ ଏ ଅଞ୍ଚଳର ୪ ଜଣ ବ୍ୟକ୍ତିଙ୍କର ଯକ୍ଷ୍ମାରେ ମୃତ୍ୟୁ ଘଟିଥିବା ଅଭିଯୋଗ ଆସିଛି । ଯାହାକୁ ନେଇ ମାନବାଧିକାର କର୍ମୀ ତଥା ଆଇନିଜୀବୀ ଅଖଣ୍ଡ ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ।

ଏବଂ ଏହି ଅଭିଯୋଗକୁ ଭିତ୍ତି କରି ଜାତୀୟ ମାନବାଧିକାର କମିଶନଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ୭ଦିନ ଭିତରେ ଜବାବ୍ ତଲବ୍ କରାଯାଇଛି। କେନ୍ଦ୍ର ସରକାର ୨୦୨୪ ସୁଦ୍ଧା ସାରା ଭାରତକୁ ଯକ୍ଷ୍ମା ମୁକ୍ତ ଭାରତ ରୂପେ ଗଢିବା ପାଇଁ ଘୋଷଣା କରିଥିବା ବେଳେ ଏଠାରେ ଏହାର ବ୍ୟତିକ୍ରମ ଦେଖାଦେଇଛି। ଏହା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।

ମୃତକଙ୍କ ମଧ୍ୟରେ କଅଁସ ପଞ୍ଚାୟତର କଲରଙ୍ଗୀ ୨ନଂ ୱାର୍ଡ ଅନ୍ତର୍ଗତ କୁମାରଡ଼ିଙ୍ଗା ଗାଁର ସାହେବ ଜାମୁଡା(ରଞ୍ଜନ) ଯକ୍ଷ୍ମା ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରିଥିବା ବେଳେ ଏଥିପୂର୍ବରୁ ଗଣେଶ୍ୱର ଜାମୁଦାଙ୍କର ମଧ୍ୟ ଏଥିରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା । ସେହିପରି କଂଅସ ପଞ୍ଚାୟତ ଜାଗିରିସାହିର ମହାନ୍ତି ସିଧୁ, ଓ କାଳିଆପାଣି ପଞ୍ଚାୟତ ଗୁରୁଜଙ୍ଗାର ଶଙ୍କର ମୁଣ୍ଡା, କାଳିଆପାଣି ହନୁମାନ ବଜାର ଅଞ୍ଚଳର ନିରାଶ ମହାକୁଡ଼ଙ୍କ ଜୀବନ ଯାଇଛି।

ପୂର୍ବରୁ କୁହିକା ପଞ୍ଚାୟତ ଗାନ୍ଧାପାଳ ମୁଣ୍ଡାସାହିରେ ଅନ୍ୟଜଣଙ୍କର ମୃତ୍ୟୁ ଘଟିଥିଲା। ବିଭିନ୍ନ ସମୟରେ ଏହିପରି ଭାବେ ଏକାଧିକ ଲୋକଙ୍କର ଯକ୍ଷ୍ମାରୋଗରେ ମୃତ୍ୟୁ ଘଟୁଥିବା ଅଭିଯୋଗ ହେଉଛି। ସୁକିନ୍ଦା ନିର୍ବାଚନ ମଣ୍ଡଳୀର କେବଳ କାଳିଆପାଣି ଖଣିଅଞ୍ଚଳ ନୁହେଁ କଳିଙ୍ଗନଗର ଶିଳ୍ପାଞ୍ଚଳର ମାନପୁର ରେଲୱେ ସାଇଡରେ ଥିବା ଦଳିତ ଆଦିବାସୀ ବସ୍ତିରେ ମଧ୍ଯ 60ରୁ ଉର୍ଦ୍ଧ୍ବ ଯକ୍ଷ୍ମାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଦର୍ଶାଯାଇଥିଲା।

ସୁକିନ୍ଦାର ଖଣି ଉପତ୍ୟାକା ଏବଂ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଏବେ ବି ୨୦୦ରୁ ଉର୍ଦ୍ଧ ରୋଗୀ ଏହି ଭୟଙ୍କର ରୋଗର ଶୀକାର ହୋଇ ଚିକିତ୍ସିତ ହେଉଛନ୍ତି। ସେପଟେ ଜିଲ୍ଲା ମୁଖ୍ଯ ଚିକିତ୍ସା ଅଧିକାରୀ ଡା. ଶିଭାଶିଷ ମହାରଣା ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। କାଳିଆପାଣିରେ ଜଣଙ୍କର ଯକ୍ଷ୍ମାରେ ମୃତ୍ୟୁ ଘଟିଥିବା ସ୍ବୀକାର କରିଥିବା ବେଳେ ଅନ୍ୟ ୩ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ଅଧିକ ନିଶାସେବନ କରିଥିବା କାରଣରୁ ସେମାନଙ୍କ ମୃତ୍ୟୁ ଘଟିଥିବା କହିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button