ରାଜ୍ୟ

ଚଳିତ ଥର ୪ ଦିନ ପଡୁଛି ପଞ୍ଚୁକ

ଭୁବନେଶ୍ୱର: ନଭେମ୍ବର ୧୨ରୁ ଓଡିଶାରେ ଆରମ୍ଭ ହେବାକୁ ଥିବା ପଞ୍ଚୁକ ରୀତିନୀତି ଚଳିତ ବର୍ଷ ଚାରି ଦିନ ପାଳନ କରାଯିବ।

ପଞ୍ଚୁକ ପୂର୍ବରୁ ପୁରୀ ସହରରେ ବ୍ୟାପକ ବ୍ୟବସ୍ଥା କରାଯାଉଛି। କାରଣ ଚଳିତ ଥର ପଞ୍ଚୁକ ରୀତିନୀତି ପାଳନ ପାଇଁ ବହୁ ସଂଖ୍ୟାରେ ଭକ୍ତ ଜଗନ୍ନାଥ ମନ୍ଦିର ଦର୍ଶନ କରିବେ ବୋଲି ଆଶା କରାଯାଉଛି।

ବିରାଟ ଜନସମାଗମକୁ ନଜରରେ ରଖି ଭକ୍ତଙ୍କ ସୁବିଧା ପାଇଁ ପୋଲିସ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି।

ସୁରକ୍ଷା ତଥା ସୁଗମ ଯାତାୟାତକୁ ନଜର ରଖି ମରିଚିକୋଟ ରାସ୍ତା ନିକଟରେ ଏକ ବ୍ୟାରିକେଡ୍ ନିର୍ମାଣ କରାଯାଇଛି। ଯାହାଫଳରେ ଭକ୍ତମାନେ ଶାନ୍ତିଶୃଙ୍ଖଳା ସହ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button