ରାଜ୍ୟ

ପୁର୍ବତନ ବିଧାୟକ ପ୍ରଣବ ଧର୍ମଶାଳା ବିଭିନ୍ନ ଅଞ୍ଚଳ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିଲେ

ଯାଜପୁର : ବଙ୍ଗୋପସାଗର ରେ ହୋଇଥିବା ଲଘୁଚାପ ବାତ୍ୟା ର ଦାନା ରୂପ ନେଇ ଓଡିଶା ମୁହାଁଇ ଥିବା ବେଳେ ଏନେଇ ରାଜ୍ୟ ସରକାର ଏବଂ ସମସ୍ତ ପ୍ରଶାସନିକ ଅଧିକାରୀ ମାନେ ବେଶ ତତ୍ପର ହୋଇ କାର୍ଯ୍ୟ କରୁଛନ୍ତି।ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡିକୁ ଲୋକଙ୍କୁ ସ୍ଥାନା ନ୍ତ୍ରରିତ କରାଯାଉଥିବା ବେଳେ କିଛି ସ୍ବେଛାସେବୀ ଟ୍ରଷ୍ଟ ମଧ୍ୟ ସାହାଯ୍ୟ କରିବା ଦିଗରେ ଆଗେଇ ଆସିଛନ୍ତି।ସେହିଭଳି ଧର୍ମଶାଳା ର ପୁର୍ବତନ ବିଧାୟକ ପ୍ରଣବ ବଳ ବନ୍ତ୍ର ରାୟ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସ୍ଥାନରେ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିବା ସହ ଛାତ୍ର ଏବଂ ଯୁବ ଗୋଷ୍ଠୀ ଙ୍କୁ ବାତ୍ୟା ଦାନା ର ମୁକାବିଲା ପାଇଁ ଆହ୍ବାନ ଦେଇଛନ୍ତି।କିପରି ଲୋକେ ସୁବିଧାରେ ରହିବେ ଏବଂ ବାତ୍ୟା ଆଶ୍ରାୟ ସ୍ଥଳରେ ପହଞ୍ଚିବେ ଏନେଇ ପୁର୍ବତନ ବିଧାୟକ ତଦାରଖ କରିବା ସହ କିଛିବି ଅସୁବିଧାର ସଂମ୍ମୁଖୀନ ହେଲେ ତୁରନ୍ତ ଯୋଗାଯୋଗ କରିବାକୁ ଗାଁ ଗାଁରେ ପହଁଚି ମତ ଵ୍ୟକ୍ତ କରିଛନ୍ତି। ଧର୍ମଶାଲ ବାସୀ ମୋ ପରିବାର ସେଥିପାଇଁ ବନ୍ୟା ହେଉ ଅବା ବାତ୍ୟା ମୁଁ ସବୁବେଳେ ସଜାଗ ଅଛି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button