ରାଜ୍ୟ

ଅଗଷ୍ଟ ୩୧ରୁ ଉତ୍‌କେଲା-ଭୁବନେଶ୍ୱର ମଧ୍ୟରେ ଆରମ୍ଭ ହେବ ବିମାନ ସେବା – Ibnodisha

[ad_1]

ଭୁବନେଶ୍ୱର : ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଓଡ଼ିଶା ଆଉ ଏକ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛି । ଏକଦା ଭୋକର ଭୂଗୋଳ ଭାବେ ପରିଚିତ ଆଦିବାସୀ ଅଧ୍ୟଷିତ କଳାହାଣ୍ଡି ଜିଲ୍ଲାବାସୀ ବିମାନରେ ବସିବାର ସୁଯୋଗ ପାଇବେ । ଜିଲ୍ଲାର ଉତ୍‌କେଲା ବିମାନବନ୍ଦରରୁ ଆସନ୍ତା ୩୧ ତାରିଖରୁ ବିମାନ ଚଳାଚଳ ଆରମ୍ଭ ହେବ । ଏଥିପାଇଁ ବିଧିବଦ୍ଧ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଚଳିତ ମାସ ୭ ତାରିଖରେ ଡାଇରେକ୍ଟର ଜେନେରାଲ ଅଫ୍ ସିଭିଲ୍ ଏଭିଏସନ୍ (ଡିଜିସିଏ) ପକ୍ଷରୁ ଉତ୍‌କେଲା ବିମାନବନ୍ଦରକୁ ୨-ବି ଲାଇସେନ୍ସ ପ୍ରଦାନ କରାଯାଇଛି । ପ୍ରଥମେ ଉତ୍‌କେଲା-ଭୁବନେଶ୍ୱର ବିମାନ ଚଳାଚଳ ଆରମ୍ଭ ହେବ । ପରେ ଏହା ରାୟପୁରକୁ ସମ୍ପ୍ରସାରିତ ହେବ ।

ଏଥିପାଇଁ ଇଣ୍ଡିଆ ୱାନ୍ ଏୟାର ଏକ ୯ ଆସନ ବିଶିଷ୍ଟ ବିମାନ କ୍ରୟ କରି ପ୍ରସ୍ତୁତ ରଖିଛି । ଉତ୍‌କେଲା ବିମାନବନ୍ଦରର ସମ୍ପ୍ରସାରଣ ଏବଂ ପୁନଃନିର୍ମାଣ ପାଇଁ ରାଜ୍ୟ ସରକାର ଜମି ଯୋଗାଇ ଦେଇଛନ୍ତି । ଜମି ଅଧିଗ୍ରହଣ ସହିତ ରନୱେ ଓ ଟର୍ମିନାଲ କୋଠା ନିର୍ମାଣ ବାବଦରେ ରାଜ୍ୟ ସରକାର ୧୬୨ କୋଟି ଟଙ୍କା ବ୍ୟୟ କରିଛନ୍ତି । ନିର୍ମାଣ ଏବଂ ଅନ୍ୟ ଆନୁସଙ୍ଗିକ କାମ ଶେଷ ହୋଇଥିଲା ବେଳେ ଦୁଇ ମାସ ପୂର୍ବେ ବିମାନ ଚଳାଚଳ ଆରମ୍ଭ ହେବାର ଥିଲା । ତେବେ ଡିଜିସିଏ ଲାଇସେନ୍ସ ମିଳିନଥିବାରୁ ସମସ୍ୟା ଦେଖା ଦେଇଥିଲା । ଗତ ମାସରେ ଡିଜିସିଏର ଅଧିକାରୀ ଦଳ ଏହି ବିମାନବନ୍ଦର ପରିଦର୍ଶନ କରିଥିଲେ । ଏହାପରେ ଅଗଷ୍ଟ ୭ରେ ଡିଜିସିଏ ପକ୍ଷରୁ ଲାଇସେନ୍ସ ପ୍ରଦାନ କରାଯାଇଥିଲା । ସମ୍ପ୍ରତି ଭୁବନେଶ୍ୱର ପରେ ଝାରସୁଗୁଡ଼ା, ଜୟପୁର, ରାଉରକେଲା, ରଙ୍ଗେଇଲୁଣ୍ଡା ପରେ ଉତ୍‌କେଲା ବିମାନବନ୍ଦର କାର୍ଯ୍ୟକ୍ଷମ ହେବାକୁ ଯାଉଛି । ତେବେ ରଙ୍ଗେଇଲୁଣ୍ଡାକୁ ଏପର୍ଯ୍ୟନ୍ତ ବିଧିବଦ୍ଧ ଲାଇସେନ୍ସ ମିଳି ନାହିଁ । ରାଜ୍ୟରେ ଦ୍ରୁତ ଶିଳ୍ପାୟନ ଓ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଦୃଷ୍ଟିରୁ ବିମାନ ସେବାର ଗୁରୁତ୍ୱ ବୃଦ୍ଧି ପାଇଛି ।

ରାଜ୍ୟ ଭିତରେ ଓ ଆନ୍ତଃରାଜ୍ୟ ବିମାନ ଚଳାଚଳ ସହ ଅନ୍ତର୍ଜାତୀୟ ଉଡ଼ାଣକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । କୋରାପୁଟ ଏବଂ କଳାହାଣ୍ଡି ଜିଲ୍ଲାକୁ ପଡ଼ୋଶୀ ରାଜ୍ୟର ବାଣିଜ୍ୟିକ ପ୍ରବେଶ ପଥ ବୋଲି କୁହାଯାଏ । ବାଣିଜ୍ୟିକ ପରିବେଶ ତଥା ମାଓ ଆକ୍ରମଣ ଆଶଙ୍କା ଦୃଷ୍ଟିରୁ ସୁରକ୍ଷିତ ପରିବହନ ନିମନ୍ତେ ଜୟପୁର ଏବଂ ଉତ୍‌କେଲା ବେଶ୍ ଗୁରୁତ୍ୱବହନ କରିଥାଏ । ଏଠାରୁ ବିମାନ ସେବା ଆରମ୍ଭ ହେବା ନା କେବଳ ସ୍ଥାନୀୟ ଲୋକ ବରଂ ସମଗ୍ର ରାଜ୍ୟ ପାଇଁ ଉପାଦେୟ ସାବ୍ୟସ୍ତ ହେବ । ପୂର୍ବରୁ ଜୟପୁରରୁ ବିମାନ ସେବା ଆରମ୍ଭ ହୋଇଥିବା ବେଳେ ଏବେ ଉତ୍‌କେଲା ବିମାନ ବନ୍ଦରରୁ ବିମାନ ଉଡାଣ କରିବା କଳାହାଣ୍ଡି ଜିଲ୍ଲାବାସୀଙ୍କ ସହ ରାଜ୍ୟବାସୀଙ୍କ ପାଇଁ ଏକ ଖୁସି ଖବର । ଉତ୍‌କେଲାକୁ ବିମାନ ସଂଯୋଗ ଦ୍ୱାରା ପର୍ଯ୍ୟଟନ କ୍ଷେତ୍ର ବିଶେଷଭାବେ ଉପକୃତ ହେବ ବୋଲି କୁହାଯାଉଛି । ଅପରୂପ ସୌନ୍ଦର୍ଯ୍ୟରେ ଭରା କଳାହାଣ୍ଡି ଏବଂ ନିକଟସ୍ଥ ଜିଲ୍ଲାକୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବ । ଉଭୟ ଭୁବନେଶ୍ୱର ଏବଂ ରାୟପୁର ରୁଟ୍‌ରେ ଯାତ୍ରୀ ସଂଖ୍ୟା ସନ୍ତୋଷଜନକ ରହିବା ସମ୍ଭାବନା ଅଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button