ରାଜ୍ୟ

କଂଗ୍ରେସ ସରକାରକୁ ଆସିଲେ ଜାତୀଭିତିରେ ଜନଗଣନା କରାଯିବ : ରାହୁଲ ଗାନ୍ଧୀ – Ibnodisha

[ad_1]

ଦିଲ୍ଲୀ  : କଂଗ୍ରେସ ସରକାରକୁ ଆସିଲେ ଜାତିଭିତିରେ ଜନଗଣନା କରାଯିବ । ଆଦିବାସୀମାନେ ଭାରତର ପ୍ରଥମ ଅଧିବାସୀ । ଜଳ, ଜଙ୍ଗଲ ଓ ଜମି ଉପରେ ତାଙ୍କର ପ୍ରଥମ ଅଧିକାର । କଂଗ୍ରେସ ଦଳ ଆଦିବାସୀମାନଙ୍କର ଜମି, ଜଙ୍ଗଲ, ଜଳ ଓ ଜାତିଭିତିରେ ଜନଗଣନା ସହିତ ଶ୍ରମିକ କର୍ମଚାରୀ, ଚାଷୀ ଓ ସାଧାରଣ ଲୋକମାନଙ୍କର ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ବଦ୍ଧପରିକର ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉଦୟପୁର ଜିଲ୍ଲାର ବଲ୍ଭଭନଗର ନିର୍ବାଚନମଣ୍ଡଳୀରେ ଉପସ୍ଥିତ ଜନସାଧାରଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି । ଅଖିଳ ଭାରତ କଂଗ୍ରେସ କମିଟି ତରଫରୁ ଉଦୟପୁର ଜୋନ୍‌ର ୨୮ଟି ନିର୍ବାଚନ ମଣ୍ଡଳୀ ପାଇଁ ଦଳ ତରଫରୁ ପ୍ରଚାର, ବିଶେଷ ଭାବରେ କଂଗ୍ରେସ ଗ୍ୟାରେଣ୍ଟି ରଥ ଯାତ୍ରାର ମୁଖ୍ୟ ସଂଯୋଜକ ଭାବେ ଏହି କାର୍ଯ୍ୟ କରିବା ସହିତ ଏହି ସାଧାରଣ ସଭାର ମୁଖ୍ୟ ଦାୟିତ୍ୱରେ ଥିଲେ । ସେହିପରି ତା. ୧୭.୧୧.୨୦୨୩ ରେ ଚିତୋରଗଡ଼ ଠାରେ ଅଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ପ୍ରିୟାଙ୍କା ଗାନ୍ଧୀ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ମହିଳାମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ଆଇନ ୨୦୨୪ ରୁ କାର୍ଯ୍ୟକାରୀ କରିବା ପାଇଁ ଦାବି କରିଥିବାବେଳେ ରାଜସ୍ଥାନର କଂଗ୍ରେସ ସରକାର ନିର୍ବାଚନରେ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରିଛନ୍ତି ବୋଲି କହିଥିଲେ । ଉଦୟପୁର ଜିଲ୍ଲାର ମଉଲି ଠାରେ କଂଗ୍ରେସ ଗ୍ୟାରେଣ୍ଟି ରଥ ଯାତ୍ରାର ଶେଷ ଦିନରେ ଅଖିଳ ଭାରତ କଂଗ୍ରେସ କମିଟିର ଅଧ୍ୟକ୍ଷ ଶ୍ରୀ ମଲ୍ଲିକାର୍ଜୁନ ଖର୍ଗେ ଉଦ୍‌ବୋଧନ ଦେଇ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର କଥାରେ କୌଣସି ସତ୍ୟତା ନଥିଲାବେଳେ ରାଜସ୍ଥାନରେ କଂଗ୍ରେସ ଦଳ ନିବାଚନ ଇସ୍ଥାହାର ଅନୁଯାୟୀ ସମସ୍ତ କାର୍ଯ୍ୟ କରିଛି । ତେଣୁ ରାଜସ୍ଥାନରେ କଂଗ୍ରେସ ଦଳରକୁ ଜିତାଇବା ପାଇଁ ସେ ଆହ୍ୱାନ ଦେଇଥିଲେ । ଏହି ସଭାରେ ଡଃ ଖୁଣ୍ଟିଆ ଉଦ୍‌ବୋଧନ ଦେଇ ରାଜସ୍ଥାନ ଏକମାତ୍ର ସରକାର ଯେଉଁ ସରକାର ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ଚିକିତ୍ସା, ୧୦ ଲକ୍ଷ ଟଙ୍କା କ୍ଷତିପୂରଣ, ୫୦୦ ଟଙ୍କାରେ ଗ୍ୟାସ ଓ ପୁରୁଣା ପେନସନ୍ ଯୋଜନାକୁ କାର୍ଯ୍ୟକାରୀ କରିଥିଲାବେଳେ ଆଗାମୀ ଦିନରେ ୫୦ ଲକ୍ଷ ଟଙ୍କାର ବୀମା ଏବଂ ୪୦୦ ଟଙ୍କାରେ ଗ୍ୟାସ ଦେବା ସହିତ ଇଂରାଜି ମିଡ଼ିୟମରେ ମାଗଣା ଶିକ୍ଷା, ମାଗଣା ଲାପ୍‌ଟପ୍‌, ଟ୍ୟାବ୍‌ଲେଟ୍ , ସ୍ମାଟ ଫୋନ ଦେବା ପାଇଁ କଂଗ୍ରେସ ଦଳ ତରଫରୁ କୁହାଯାଇଛି । କଂଗ୍ରେସ ଦଳ ତରଫରୁ ପୂରଣ କରିଥିବା ୧୦ ଦଫା କାର୍ଯ୍ୟ ଓ ଆଗାମୀ ନିର୍ବାଚନ ପାଇଁ ୭ ଟି କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତି ସହିତ ରଥ ଯାତ୍ରା କାର୍ଯ୍ୟକ୍ରମ ରଥ ଯାତ୍ରା ୧୩ ତାରିଖ ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରାୟ ୩୫୦୦ କି.ମି. ଯାତ୍ରା କରିବା ବେଳେ ଉଦୟପୁର ଜୋନ୍‌ର ୨୮ ଟି ନିର୍ବାଚନ ମଣ୍ଡଳୀରେ ୫୦ ରୁ ଅଧିକ ସାଧାରଣ ସଭାରେ କଂଗ୍ରେସର ପର୍ଯ୍ୟବେକ୍ଷକ ଭାବେ ଡଃ ରାମଚନ୍ଦ୍ର ଖୁଣ୍ଟିଆ ଉଦ୍‌ବୋଧନ ଦେଇଥିଲେ । ରାଜସ୍ଥାନରେ ୧୪୦ ରୁ ଅଧିକ ସ୍ଥାନରେ କଂଗ୍ରେସ ଦଳ ନିଶ୍ଚିତ ଭାବରେ ଜିତିବ ବୋଲି ମାଉଲି ଠାରେ ଅନୁଷ୍ଠିତ ସାଧାରଣ ସଭାରେ ଡଃ ରାମଚନ୍ଦ୍ର ଖୁଣ୍ଟିଆ କହିଛନ୍ତି । ଏହି ଯାତ୍ରା ସମୟରେ ଅଖିଳ ଭାରତ କଂଗ୍ରେସ କମିଟିର ସଚୀବ ଶ୍ରୀ ବିକ୍ରମ ସିଂ ରାଥୁର୍‌, ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ରାଜ୍ୟ ସଭାପତି ଶ୍ରୀ ଜଗଦିଶରାଜ୍ ଶ୍ରୀମାଲୀ, ପିସିସି ପର୍ଯ୍ୟବୈକ୍ଷକ ଡଃ ଜାହିଦାଶ ସବନମ୍ ଓ ଓପିସିସି ସଚୀବ ଶ୍ରୀ ପ୍ରଦୀପ ମହପାତ୍ର ପ୍ରମୁଖ ଏହି ସଭା ଓ ଯାତ୍ରା କାର୍ଯ୍ୟକ୍ରମରେ ମୁଖ୍ୟ ସହଯୋଗୀ ଭାବେ କାର୍ଯ୍ୟ କରିଥିଲେ ।

 

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button