ଦେଶ

ଆସନ୍ତା କାଲି ସୂର୍ଯ୍ୟ କିରଣ ଦେଖିବେ ଟନେଲରେ ଫସିଥିବା ଶ୍ରମିକ ! – Ibnodisha

[ad_1]

ଉତ୍ତରାଖଣ୍ଡ : ଉତ୍ତରକାଶୀ ଟନେଲରେ ଫସିଛନ୍ତି ୪୧ ଶ୍ରମିକ। ବିତିଗଲାଣି ୧୧ ଦିନ। ଦିନରାତି ଏକ କରି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ଉଦ୍ଧାରକାରୀ ଟିମ୍। ଏପର୍ଯ୍ୟନ୍ତ ଟନେଲର ୩୯ ମିଟର ପର୍ଯ୍ୟନ୍ତ ଖନନ କରାଯାଇଛି। ସମୁଦାୟ ୫୭ ରୁ ୬୦ ମିଟର ପର୍ଯ୍ୟନ୍ତ ଖନନ କରାଯିବ ବୋଲି ଉଦ୍ଧାରକାରୀ ଟିମର ସଦସ୍ୟ କହିଛନ୍ତି । ଆହୁରୀ ମଧ୍ୟ କହିଛନ୍ତି ଯେ,  ଯଦି ସବୁ କିଛି ଠିକ୍ ରୁହେ ତେବେ ଆଜି ରାତି ସୁଦ୍ଧା ଉଦ୍ଧାର କାର୍ଯ୍ୟ ଶେଷ ହେବ ବୋଲି ଆଶା କରାଯାଉଛି।

ଗତକାଲି ଶ୍ରମିକଙ୍କ ପ୍ରଥମ ଭିଡିଓ ସାମ୍ନାକୁ ଆସିଥିଲା । ଫସି ରହିଥିବା ଶ୍ରମିକଙ୍କୁ ଗତକାଲି ପ୍ରଥମ ଥର ରନ୍ଧା ଖାଦ୍ୟ ପାଇପ ସାହାର୍ଯ୍ୟରେ ପଠାଯାଇଥିଲା । ଶ୍ରମିକମାନେ ସୁରକ୍ଷିତ ଥିବା ଭିଡିଓରୁ ଜଣାପଡିଛି । ଖୁବଶୀଘ୍ର ଶ୍ରମିକମାନେ ଉଦ୍ଧାର ହେବେ ବୋଲି କୁହାଯାଉଛି ।ଏହି ଉଦ୍ଧାର କାର୍ଯ୍ୟରେ ଭାରତୀୟ ସେନା, NDRF, SDRF, BRO, NHIDCL, ଉତ୍ତରାଖଣ୍ଡ ପୋଲିସ, SJVNL, RVNL, ଲାରସେନ୍ ଆଣ୍ଡ ଟୁବ୍ରୋ, THDC, ବିପର୍ଯ୍ୟୟ ପରିଚାଳନା ବିଭାଗ, ଜିଲ୍ଲା ପ୍ରଶାସନ, ONGC, ITBP, ରାଜ୍ୟ PWD, DRDO, ପରିବହନ ମନ୍ତ୍ରଣାଳୟ, ଗୃହ ସୁରକ୍ଷା କର୍ମୀମାନେ ଜଡିତ ଅଛନ୍ତି ।

ଏଥିପାଇଁ ବଡ଼ ବଡ଼ ମେସିନକୁ ନିୟୋଜିତ କରାଯାଇଛି। ଶ୍ରମିକଙ୍କ ଉଦ୍ଧାର ଲାଗି ୨୪ ଘଣ୍ଟିଆ ଚାଲିଛି ରେସକ୍ୟୁ ଅପରେସନ। ଫାଇଭ୍ ପଏଣ୍ଟ ପ୍ଲାନ୍ ଉପରେ ଚାଲିଛି କାମ। ଉପର, ଆଗ, ପଛ ସହ ଦୁଇ ପଟୁ ଚାଲିଛି ଡ୍ରିଲିଂ । ସମାନ୍ତରାଳ ଭାବେ ହରିଜଣ୍ଟାଲ ଡ୍ରିଲିଂ ମଧ୍ୟ ଚାଲିଛି । ବର୍ତ୍ତମାନ ଏହା ୩୯ ମିଟର ଖୋଳା ସରିଲାଣି। ମୋଟ ୬୦ ମିଟର ଥିବାରୁ ଆଉ ମାତ୍ର ୨୧ ମିଟର ରହିଛି । ଯେଉଁପଟେ ପ୍ରଥମେ ଶ୍ରମିକଙ୍କ ନିକଟରେ ପହଞ୍ଚିବେ ସେହିପରେ ଉଦ୍ଧାରକାର୍ଯ୍ୟ ଆରମ୍ଭ ହେବ। ଟନେଲ ଧସିବା ସ୍ଥଳରେ ୪୦ଟି ଆମ୍ବୁଲାନ୍ସ ଆଣି ରଖାଯାଇଛି। ଶ୍ରମିକଙ୍କୁ ଉଦ୍ଧାର ପରେ ତୁରନ୍ତ ସେମାନଙ୍କୁ ନିକଟ ହସ୍ପିଟାଲକୁ ନିଆଯିବ। ଯଦି କିଛି ଅସୁବିଧା ହୁଏ ତେବେ ଉଦ୍ଧାରକାର୍ଯ୍ୟ ୨ରୁ ୧୫ ଦିନ ପର୍ଯ୍ୟନ୍ତ ମଧ୍ୟ ଚାଲିପାରେ ବୋଲି କହିଛନ୍ତି ଉଦ୍ଧାରକାରୀ ଟିମର ସଦସ୍ୟ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button