ଦେଶ
କେବେ ଚନ୍ଦ୍ରରେ ଓହ୍ଲାଇବ ଚନ୍ଦ୍ରଯାନ-୩ ? ଇସ୍ରୋ ଘୋଷଣା କଲା ତାରିଖ ଓ ସମୟ – Ibnodisha
[ad_1]
ବେଙ୍ଗାଲୁରୁ : ରୁଷର ଚନ୍ଦ୍ର ଅଭିଯାନ ଲୁନା-୨୫ ବିଫଳ ହେବା ପରେ ସମଗ୍ର ବିଶ୍ବର ନଜର ଏବେ ଭାରତର ଚନ୍ଦ୍ରଯାନ-୩ ଉପରେ ରହିଛି । ଏହା ଫଳରେ ଭାରତର ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଅଧିକ ସତର୍କ ହୋଇଯାଇଛି । ଏପର୍ଯ୍ୟନ୍ତ ଚନ୍ଦ୍ରଯାନ-୩ ଅତ୍ୟନ୍ତ ନିର୍ଭୁଲଭାବେ ନିଜର ସବୁ ପର୍ଯ୍ୟାୟକୁ ଅତିକ୍ରମ କରିଛି ଓ ଧୀରେ ଧୀରେ ଚନ୍ଦ୍ରପୃଷ୍ଠ ଆଡ଼କୁ ଅଗ୍ରସର ହେଉଛି । ତେବେ କେବେ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବ ଚନ୍ଦ୍ରଯାନ-୩ ?
ଇସ୍ରୋ ପକ୍ଷରୁ ରବିବାର ଚନ୍ଦ୍ରଯାନ-୩ର ମୃଦୁ ଅବତରଣ ତାରିଖ ଓ ସମୟ ଘୋଷଣା କରାଯାଇଛି । ଇସ୍ରୋ ପକ୍ଷରୁ କରାଯାଇଥିବା ଟୁଇଟ୍ ଅନୁସାରେ ଚନ୍ଦ୍ରଯାନ-୩ ଅଗଷ୍ଟ ୨୩ ତାରିଖ ସଂଧ୍ୟା ୬ଟା ୪ ମିନିଟ୍ ସମୟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଏହି ଅବତରଣକୁ ଇସ୍ରୋର ଅଫିସିଆଲ ଓ୍ବେବସାଇଟ୍, ଫେସବୁକ ପେଜ୍ ଓ ୟୁଟ୍ୟୁବ ଚ୍ୟାନେଲ ତଥା ଦୂରଦର୍ଶନ ମାଧ୍ୟମରେ ସିଧାପ୍ରସାରଣ କରାଯିବ ।
[ad_2]