ଦେଶ

ଗୁଳି ଶବ୍ଦରେ କମ୍ପିଲା କୋର୍ଟ ପରିସର, ଦୁଇ କଏଦୀଙ୍କୁ ଗୁଳିମାଡ କଲେ ଅଜଣା ଆତତାୟୀ – Ibnodisha

[ad_1]

ପାଟନା: ଦୁଇଜଣ କଏଦୀଙ୍କୁ କୋର୍ଟରେ ହାଜର କରିବାକୁ ଆଣିବାବେଳେ ଗୁଳିମାଡ କଲେ ଅଜଣା ଆତତାୟୀ | ବିହାରର ସମସ୍ତିପୁର କୋର୍ଟ ପରିସରରେ ଆଜି ଏଭଳି ଗୁଳିକାଣ୍ଡ ଘଟିଛି | ମିଳିଥିବା ସୂଚନା ମୁତାବକ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଦୁଇ ଜଣ ଅପରାଧୀଙ୍କ ଉପରକୁ ଅଜଣା ଆତତାୟୀମାନେ ଗୁଳି ଚଳାଇଥିଲେ | ପୁଲିସର ସୂଚନା ମୁତାବକ ବିଚାରାଧୀନ କଏଦୀ ପ୍ରଭାତ ଚୌଧୁରୀ ଏବଂ ପ୍ରଭାତ ତିୱାରୀଙ୍କୁ କୋର୍ଟରେ ହାଜର କରିବାକୁ ଅଣାଯାଉଥିବାବେଳେ ଏହି ସମୟରେ ତାଙ୍କ ଉପରକୁ ଗୁଳି କରାଯାଇଥିଲା। ଉଭୟ କଏଦୀଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଗୁଳି ଚଳାଇଥିବା ଆତତାୟୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି | କଏଦୀ ପ୍ରଭାତ ଚୌଧୁରୀଙ୍କ ଜଙ୍ଘରେ ଗୁଳି ବାଜିଥିବାବେଳେ ଅନ୍ୟ ଜଣେ କଏଦୀଙ୍କ ହାତରେ ଗୁଳି ବାଜିଛି । ସୂଚନା ଅନୁଯାୟୀ ଚୋରା ମଦ କାରବାରରେ ସମ୍ପୃକ୍ତି ଅଭିଯୋଗରେ ଦୁଇ ଜଣ କଏଦୀଙ୍କୁ ଗିରଫ କରାଯାଇଥିଲା |

ଆଜି ଯେତେବେଳେ ପୁଲିସ ସେମାନଙ୍କୁ ନେଇ କୋର୍ଟରେ ହାଜର କରିବାକୁ ଯାଉଥିଲା, ସେତେବେଳେ ଅଜଣା ଆତତାୟୀମାନେ ଆସି ଆଖିବୁଜା ଗୁଳିଚାଳନା କରିଥିଲେ | ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ ୪ ଜଣ ଅଜଣା ଆତତାୟୀ ଗୁଳିମାଡ କରିବା ସହ ଗୋଟିଏ ଗୁଳି ପ୍ରଭାତ ଚୌଧୁରୀର ଜଙ୍ଘରେ ବାଜିଥିବାବେଳେ ଆଉ ଗୋଟିଏ ଗୁଳି ଅନ୍ୟ କଏଦୀଙ୍କ ହାତରେ ବାଜିଥିଲା। ଏହି ଘଟଣା ପରେ ଆତତାୟୀମାନେ କୋର୍ଟ ପରିସରରେ ବନ୍ଧୁକ ଦେଖାଇ ସମସ୍ତଙ୍କୁ ଭୟଭୀତ କରାଇ ଚମ୍ପଟ ମାରିଥିଲେ | ଏହି ଘଟଣା ପରେ ସମସ୍ତିପୁରରେ ଭୟର ବାତାବରଣ ଖେଳିଯାଇଥିବାବେଳେ ଏସପି ବିନୟ ତିୱାରୀ କହିଛନ୍ତି ଯେ ସଦର ଡିଏସପିଙ୍କ ନେତୃତ୍ୱରେ ଏକ ଏସଆଇଟି ଗଠନ କରାଯାଇଛି ଓ ଗୁଳିମାଡ କରିଥିବା ଅପରାଧୀଙ୍କୁ ଧରିବାକୁ ଉଦ୍ୟମ କରାଯାଉଛି |



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button