ଦେଶ

ଦିଲ୍ଲୀ ହୋଟେଲରେ ୭୦ ପାକିସ୍ତାନୀ ନାଗରିକ, ପୁଲିସର ନିଦ ହଜିଲା – Ibnodisha

[ad_1]

ନୂଆଦିଲ୍ଲୀ: ଦିଲ୍ଲୀର ଏକ ହୋଟେଲରେ ୭୦ରୁ ଅଧିକ ପାକିସ୍ତାନୀ ନାଗରିକ ରହିଥିବା ନେଇ ଗୁଇନ୍ଦା ତଥ୍ୟ ମିଳିବା ପରେ ପୁଲିସର ନିଦ ହଜିଯାଇଛି। ଦିଲ୍ଲୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ସହିତ ହୋଟେଲ ଚାରିପାଖରେ ଅର୍ଦ୍ଧସାମରିକ ବଳ ମୁତୟନ କରାଯାଇଛି। ତେବେ କ’ଣ ପାଇଁ ଏତେ ସଂଖ୍ୟକ ପାକ୍‌ ନାଗରିକ ହୋଟେଲରେ ଅଟକିଛନ୍ତି ସେ ନେଇ ପୁଲିସ ଖୋଳତାଡ଼ ଆରମ୍ଭ କରିଛି।

ସୂଚନା ଅନୁସାରେ, ଶୁକ୍ରମାର ବିଳମ୍ବିତ ରାତିରେ ହଠାତ୍‌ ପୁଲିସକୁ ଗୁଇନ୍ଦା ସୂଚନା ମିଳିଥିଲା ଯେ, ପାହାଡଗଞ୍ଜସ୍ଥିତ ଏକ ହୋଟେଲରେ ବହୁ ସଂଖ୍ୟାରେ ପାକିସ୍ତାନୀ ନାଗରିକ ରହୁଛନ୍ତି। ସେମାନଙ୍କ ଗତିବିଧି ମଧ୍ୟ ସନ୍ଦେହଜନକ ରହିଥିବା ସୂଚନା ମିଳିଥିଲା। ଏହା ପରେ ତୁରନ୍ତ ପୁଲିସ ବିଭାଗର ବରିଷ୍ଠ ଅଧିକାରୀ ଏବଂ ବିଭିନ୍ନ ଥାନାରୁ ଶତାଧିକ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ରାତି ତମାମ୍‌ ପୁଲିସ ଘଟଣାର ଖୋଳତାଡ଼ କରିଥିଲା। ମାତ୍ର ଏ ସମ୍ପର୍କରେ ଅଧିକ ସୂଚନା ମିଳିପାରି ନାହିଁ। ଏତେ ସଂଖ୍ୟାରେ ପାକିସ୍ତାନୀ ରାଜଧାନୀର ଏକ ହୋଟେଲରେ ରହିବା ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button