୧୮ ଘଣ୍ଟା ପରେ ବୋରୱେଲ୍ରୁ ଉଦ୍ଧାର ହେଲା ୨ବର୍ଷର ଶିଶୁ – Ibnodisha

[ad_1]
ବେଙ୍ଗାଲୁରୁ: ଦୀର୍ଘ ୧୮ଘଷ୍ଟାର କଠିନ ପରିଶ୍ରମ ସଫଳ ହୋଇଛି । ଭଗବାନ ସମସ୍ତଙ୍କ ଡାକ ଶୁଣିଛନ୍ତି । ଏକ ଗଭୀର ବୋରୱେଲ୍ ମଧ୍ୟକୁ ଖସିପଡିଥିବା ୨ବର୍ଷର ଶିଶୁକୁ ସକୁଶଳରେ ଉଦ୍ଧାର କରାଯାଇପାରିଛି । କର୍ଣ୍ଣାଟକର ବିଜୟପୁରା ଜିଲ୍ଲାର ଲାଚାୟନ୍ ଗାଁରେ ଖୋଳାଯାଇଥିବା ଏକ ବୋରୱେଲ୍ ମଧ୍ୟକୁ ଗତକାଲି ଶିଶୁଟି ବାହାରେ ଖେଳୁଥିବା ସମୟରେ ଖସିପଡିଥିଲା । ତେବେ ଏସମ୍ପର୍କରେ ଜଣାପଡିବା ପରେ ତୁରନ୍ତ ପୁଲିସ୍ ଟିମ୍ ଓ ଜିଲ୍ଲା ପ୍ରଶାସନକୁ ସୂଚୀତ କରାଯାଇଥିଲା । ଖବର ପାଇଁ ରାଜସ୍ୱ ଅଧିକାରୀ, ଅଗ୍ନିଶମ ବିଭାଗ, ଆପାତ୍ତକାଳୀନ ସେବା ଅଧିକାରୀ ଘଟଣାସ୍ଥଳରେ ପହଞ୍ôଚବା ସହ ଉଦ୍ଧାର ପ୍ରକ୍ରିୟା ଆରମ୍ଭ କରିଥିଲେ । ଏହି ସମୟରେ ଶିଶୁର ମା’ ବାପା ତଥା ଆଖପାଖ ଲୋକଙ୍କ ଆର୍ତ୍ତ ଚିତ୍କାର ଏବଂ କରୁଣ କାନ୍ଦଣା ଉଦ୍ଧାରକାରୀ ଦଳଙ୍କୁ ଅବିଶ୍ରାନ୍ତ ପରିଶ୍ରମ କରିବାକୁ ଏକରକମ ବାଧ୍ୟ କରିଦେଇଥିଲା । ବିନା ବିଶ୍ରାମରେ ଉଦ୍ଧାରକାରୀ ଦଳ ପରିଶ୍ରମ ଜାରି ରଖିଥିଲେ । ତେବେ ୧୮ ଘଣ୍ଟା ମଧ୍ୟରେ ବୋରୱେଲ୍ ମଧ୍ୟରୁ ଶିଶୁକୁ ବାହାର କରାଯିବା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରୀ ଦଳ ଏବେ ଶିଶୁର ସ୍ୱାସ୍ଥ୍ୟାବସ୍ଥା ଉପରେ ତୀକ୍ଷ୍ମ ନଜର ରଖିଛନ୍ତି । ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଖୁସି ଖେଳିଯାଇଛି ।
[ad_2]