ରାଜ୍ୟ

କଂଗ୍ରେସ ଛାଡିଲେ ପିସିସି ଉପ ସଭାପତି ବିଶ୍ୱ ଭୂଷଣ ଦାସ – Ibnodisha

[ad_1]

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ମିଳିଛି ଆଉ ଏକ ଝଟକା। କଂଗ୍ରେସ ଛାଡିଲେ ପିସିସି ଉପ ସଭାପତି ବିଶ୍ୱ ଭୂଷଣ ଦାସ। ସେ ତାଙ୍କର ଇସ୍ତଫାପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ତେବେ ବିଶ୍ୱ ଭୂଷଣ କେଉଁ କାରଣ ପାଇଁ ଦଳ ଛାଡ଼ିଲେ ସେନେଇ ସ୍ପଷ୍ଟ ହୋଇନାହିଁ।

ବିଶ୍ୱ ଭୂଷଣ ପିସିସି ଉପସଭାପତି ଥିଲେ। ୨୦୦୯ ଓ ୨୦୧୯ରେ କାକଟପୁରରୁ କଂଗ୍ରେସ ତାଙ୍କୁ ପ୍ରାର୍ଥୀ କରିଥିଲା। ଛାତ୍ର ଓ ଯୁବ କଂଗ୍ରେସରେ ତାଙ୍କର ବେଶ୍ ଦବଦବା ଥିଲା। ବିଶ୍ୱ ଭୂଷଣ ବିଜେବି କଲେଜର ସଭାପତି ଭାବେ ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ହୋଇଥିଲେ। ପରବର୍ତ୍ତୀ ସମୟରେ ରାଜ୍ୟ ଯୁବ କଂଗ୍ରେସ ଉପସଭାପତି ହେବା ସହ ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଘନିଷ୍ଠ ସହଯୋଗୀ ଭାବେ କାର୍ଯ୍ୟ କରିଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button